Excuse Me Odisha

ଯାହା କହିବୁ ସତ କହିବୁ

୫୦ ଅସ୍ତ୍ରର ଶକ୍ତି ଦେଇଥାଏ ଏହି ଫଳ । କେଉଁଠି ଦେଖିଲେ ଆରାଧନା କରନ୍ତୁ ।

ସେୟାର୍ କରନ୍ତୁ

ଡିମିରି ଫଳ ଅତ୍ୟନ୍ତ ଚମତ୍କାରି ଗଛ ଅଟେ । ଏଥିରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ପୁରାଣରେ ଏହି ଗଛ ସମ୍ବନ୍ଧରେ ଏକ ପୌରାଣିକ କାହାଣୀ ରହିଛି । ଏପରି କୁହାଯାଏ ଯେ ପ୍ରହ୍ଲାଦର ଡାକ ଶୁଣି ଭଗବାନ ନୃସିଂହ ଅବତାର ଧାରଣ କରି ହୀରଣ୍ୟକଶିପୁର ପେଟ ଚିରି ଦେଇଥିଲେ । ଯାହାଦ୍ୱାରା ତାଙ୍କ ନଖରେ ପରେ ଯନ୍ତ୍ରଣା ଅନୁଭୂତ ହେଉଥିଲା । ସେହି ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ଭଗବାନ କିଛି ଔଷଧିର ସନ୍ଧାନରେ ଚାଲିବାକୁ ଆରମ୍ଭ କଲେ । ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଯେତେବେଳେ ଡିମିରି ଫଳ ଗଛ ତଳେ ପହଞ୍ଚିଲେ ତାଙ୍କୁ ଆଶ୍ୱସ୍ତି ଅନୁଭୂତ ହେଲା । କିନ୍ତୁ ଓଲଟା ଡିମିରି ଫଳ ଗଛକୁ ପୀଡ଼ା ଅନୁଭୂତ ହେଲା ।

ତେଣୁ ଡିମିରି ଫଳ ଗଛ ଭଗବାନଙ୍କ ପାଖରେ ଅଭିଯୋଗ କଲା ଯେ ସିନା ଭଗବାନଙ୍କ କଷ୍ଟ ଦୂର ହୋଇଗଲା । ମାତ୍ର ନିଜର କଷ୍ଟ କିଭଳି ଦୂର ହେବ । ସେହିଠାରୁ ଭଗବାନ ବିଷ୍ଣୁ ଡିମିରି ଗଛକୁ ବର ଦେଇଥିଲେ ଯେ ଏକାଧିକ ରୋଗର ଔଷଧି ଭାବରେ ତାର ବ୍ୟବହାର କରାଯିବ ଏବଂ ସେହିଠାରୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ଡିମିରି ଗଛରେ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଡିମିରି ଫଳ ଗଛକୁ ପ୍ରୟୋଗ କରି କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ନବରାତ୍ରୀ , ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ ନିଶ୍ଚୟ ଏହି ଉପାୟ କରି ଦିଅନ୍ତୁ ।

ଏହି ଫଳରେ ଅନେକ ଆୟୁର୍ବେଦିକ ଗୁଣ ରହିଛି । ପ୍ରୋଟିନ , କପର , ଆଇରନ , ପୋଟାସିୟମ , ମ୍ୟାଗ୍ନେସିୟମ , କ୍ୟାଲସିୟମ ଏହିସବୁ ତତ୍ତ୍ୱ ମିଳିଥାଏ । ତେଣୁ ପ୍ରତ୍ୟେକ ଦିନ ୩ରୁ ଚାରୋଟି ଫଳ ଖାଆନ୍ତୁ । ଏହା ଶାରୀରିକ କ୍ଷମତା ବଢ଼ାଇବା ସହିତ ମଧୁମେହ ସମସ୍ୟାକୁ କଣ୍ଟ୍ରୋଲ କରିବ । କୁହାଯାଏ ଯେ ଏହି ଫଳକୁ ଖାଇଲେ ଦଶ ହାତୀ ସମାନ ଶକ୍ତି ମିଳିଥାଏ । ଏହି ଗଛର ଟିକିଏ ଚେର ବାହାର କରି ଖରାରେ ଶୁଖାଇ ତାହାକୁ ତୁଳସୀର ଶୁଖିଲା ଶାଖା ସହିତ ତାବିଜରେ ପୁରାଇ ଧାରଣ କରି ପାରିବେ । ଏଥିରେ ସାକ୍ଷାତ ନରସିଂହ ଦେବଙ୍କର ଉପସ୍ଥିତି ସହିତ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଏହି ଗଛର ଚେର ଯାହାର ବେକରେ ଥାଏ ତାକୁ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡ଼ି ନଥାଏ ।

ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ମଧ୍ୟ ବଢ଼ିଥାଏ । ଏହି ଗଛର ତିନୋଟି ପତ୍ରକୁ ନେଇ କୌଣସି ଲୁହା କିମ୍ବା କାଠ ଆଲମାରୀ ଉପରେ ତାହାକୁ ରଖି ଦିଅନ୍ତୁ । ରଖିବା ସମୟରେ ” ଓଁ ନମଃ ଭଗବତେ ବାସୁଦେବାୟ ” ଜପ କରନ୍ତୁ । ତୁଳସୀ ପର ସହିତ ତାହାକୁ ଆଲମାରୀ ଉପରେ ରଖି ଦିଅନ୍ତୁ । ଯେଉଁ ସବୁ ନକାରାତ୍ମକତା ଥିବ ତାହା ଦୂର ହୋଇଯିବ । ଘରର ବାତାବରଣ ଅତ୍ୟନ୍ତ ଭଲ ହୋଇଯିବ । ଯେଉଁଠି ଆପଣ ରହୁଥିବେ ସେଠାରେ କୌଣସି ଖରାପ ଶକ୍ତିର ପ୍ରଭାବ ଥିଲେ ଏକ ନାଲି କପଡ଼ା ନେଇ ସେଥିରେ ଏହି ଗଛର ଚେରକୁ ବାନ୍ଧି ତାସହିତ ଗୋଟିଏ ଛୋଟ ହନୁମାନ ଚାଳିଶା ପୁସ୍ତକ ରଖି ଦିଅନ୍ତୁ । ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ପୂଜା କରି ହନୁମାନଙ୍କ ସିନ୍ଦୁର ଟିକିଏ ଲଗାଇ ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଭୟ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *