Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ଘରକୁ ନେଇ ଆସନ୍ତୁ ଏହି ପାଞ୍ଚଟି ଜିନିଷ । ପୁରା ବର୍ଷ ହୋଇଯିବେ ମାଲାମାଲ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଅକ୍ଷୟ ତୃତୀୟାର ବିଶେଷ ମହତ୍ତ୍ୱ ବିଷୟରେ କହିବୁ ଏବଂ ଏହିଦିନ ଘରକୁ କେଉଁ ପାଞ୍ଚଟି ଜିନିଷ ଆଣିବା ଭଲ ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ । ୨୦୨୪ ଅକ୍ଷୟ ତୃତୀୟା ମଇ ମାସ ୧୦ ତାରିଖ ଶୁକ୍ରବାର ଦିନ ପଡ଼ୁଛି । ବୈଶାଖ ମାସ ଅକ୍ଷୟ ତୃତୀୟା ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ଆପଣ ଏହି ଗୋଟିଏ ଦିନରେ ଧନ , ଅର୍ଘ୍ୟ , କାମ , ମୋକ୍ଷ ଏହି ଚାରୋଟି ଜିନିଷ ପାଇବାକୁ ଚାହୁଁଥିଲେ ଏହିଦିନ କୌଣସି ଗରିବ କିମ୍ବା ବାଟରେ ଯାଉଥିବା ବାଟୋଇକୁ ଏକ ଗ୍ଲାସ ପାଣି ଦେଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ପାପ ନଷ୍ଟ ହୋଇଯିବ । ଆପଣ ଏହିଦିନ ବିଶେଷ ଭାବରେ ଘରେ ମାତା ଲକ୍ଷ୍ମୀ ଏବଂ ନାରାୟଣଙ୍କର ପୂଜା ଅର୍ଚ୍ଚନା କରି ପାରିବେ ।

ଘରେ ଶାଳଗ୍ରାମ ରଖିଥିଲେ ପୂଜା କରି ନିଜର ଇଚ୍ଛା ମୁତାବକ ଭୋଗ ବନାଇ ଅର୍ପିତ କରି ଦିଅନ୍ତୁ । ଏହିଦିନ ଆପଣ ନିଜର ସାମ୍ୟର୍ଥ ଅନୁଯାୟୀ ଗରିବ ଲୋକଙ୍କୁ କିଛି ଦାନ କରି ପାରିବେ । ଆପଣ ଚାହିଁଲେ ଏହିଦିନ ଅନ୍ନ ହେଉ କିମ୍ବା ଚାଉଳ ସହିତ ପରିବା ନେଇ ପରିବାରର ସବୁ ସଦସ୍ୟଙ୍କ ହାତ ସ୍ପର୍ଶ କରାଇ ତାହାକୁ ବ୍ରାହ୍ମଣ କିମ୍ବା କୌଣସି ଗରିବ ଲୋକଙ୍କୁ ଦାନ କରିଦେଲେ ଅନେକ ପୁଣ୍ୟ ହୋଇଥାଏ । ଏହାବ୍ୟତୀତ ଆପଣ ଗାଈକୁ ରୋଟି ମଧ୍ୟ ଖୁଆଇ ପାରିବେ । ଗଛ ଲଗାଇବା ସହିତ ପ୍ରଚଣ୍ଡ ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଜଳ ଦାନ ମଧ୍ୟ କରି ପାରିବେ । ପ୍ରତ୍ୟେକ ମନୁଷ୍ୟ ନିଜର ସାମ୍ୟର୍ଥ ଅନୁଯାୟୀ ଏହିଦିନ ଦାନ କରିବା ଉଚିତ ।

ଅକ୍ଷୟ ତୃତୀୟା ଦିନ ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରନ୍ତୁ । କାରଣ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଆବଶ୍ୟକ । ଏହିଦିନ ଘରକୁ ସୁନା କିମ୍ବା ରୂପାର କିଛି ଆଭୂଷଣ କିମ୍ବା ଜିନିଷ ଆଣି ପାରିବେ । ତାହାକୁ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରନ୍ତୁ । ଏସବୁ ବ୍ୟତୀତ ଆପଣ ଖାଲି ଚାଉଳ , ଗରମ , ଚିନି କିମ୍ବା ଡାଲି ଆଣି ମଧ୍ୟ ଏହି ଉପାୟ କରି ପାରିବେ । ପୁରା ବର୍ଷା ସାରା ନସରିବା ଭଳି ଏହି ଜିନିଷ ଆଣିଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବେ । ଏହିଦିନ ଯଦି ଆପଣଙ୍କୁ ଏକ ଆଖି ଥିବା ନଡ଼ିଆ ମିଳୁଛି ତେବେ ତାହାକୁ ଘରକୁ ନେଇ ଆସନ୍ତୁ । ତାହାକୁ ନାଲି କପଡ଼ାରେ ଗୁଡ଼ାଇ ପୂଜା ଘରେ ରଖି ନୀତି ନିୟମର ସହିତ ପୂଜା କଲେ ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *