Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନଙ୍କ ପାଖରେ କାନ୍ଦିବା ଦ୍ଵାରା କଣ ହୋଇଥାଏ, ଆପଣ ଜାଣି ନଥିବେ ଏହାର ଚମତ୍କାର ବିଷୟରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ଠାକୁର ଘରେ ପୂଜା କରୁଥିବା ସମୟରେ କଣ ଆପଣଙ୍କ ଆଖିରୁ ଲୁହ ବାହାରି ପଡୁଛି? ଆଜି ଆମେ ଆପଣଙ୍କୁ କିଛି ଖାସ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ବୁଝି ପାରିବେ କି କେଉଁ ଅଜଣା ଶକ୍ତିର କୃପା ଆପଣଙ୍କ ଉପରେ ରହିଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପୌରାଣିକ ମାନ୍ୟତା ଅନୁସାରେ ବ୍ରହ୍ମାଣ୍ଡ ପ୍ରଥମେ ଅନ୍ଧକାରରେ ଭରି ରହିଥିଲା। ତାପରେ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହେଲା। ଯାହାଫଳରେ ବିଶ୍ୱବ୍ରହ୍ମାଣ୍ଡ ଆଲୋକ ଓ ଉର୍ଜାରେ ଭରି ଗଲା। ତାପରେ ବ୍ରହ୍ମାଣ୍ଡରେ ପଦାର୍ଥର ନିର୍ମାଣ ହେଲା। ଯେଉଁଥିରେ ଧାତୁ, ଅଗ୍ନି, ବାୟୁ, ଜଳ ଆଦିର ସୃଷ୍ଟି ହେଲା। ସେଥିପାଇଁ କୁହାଯାଇଛି ଏହିସବୁ ଗୁଡିକରେ ଭଗବାନ ଶିବ ବିରାଜମାନ କରିଛନ୍ତି।

ଯେତେବେଳେ ଆପଣ ଠାକୁର ପୂଜା କରୁଛନ୍ତି ସେତେବେଳେ ଆପଣଙ୍କ ମନ ଠାକୁରଙ୍କ ପାଖରେ ରହିବା ଉଚିତ। ଏହାଦ୍ବାରା ଆପଣ ଠାକୁରଙ୍କୁ ଭକ୍ତି କରିବା ସହିତ ନିଜ ଆତ୍ମା ଓ ମନକୁ ସ୍ଥିର ଓ ଶାନ୍ତି ଦେଉଛନ୍ତି। ପ୍ରତ୍ୟେକ ନିର୍ଜୀବ ଓ ସଜୀବ ବସ୍ତୁ ମଧ୍ୟରେ ଈଶ୍ୱର ବାସ କରିଥାନ୍ତି। ଯେତେବେଳେ ଆପଣ ନିଜ ମନ ଓ ଆତ୍ମାକୁ ଭଗବାନଙ୍କ ପାଖରେ ସମର୍ପିତ କରିଥାନ୍ତି, ସେତେବେଳେ ଈଶ୍ୱର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି।

ଆପଣ ଠାକୁର ପୂଜା କରୁଥିବା ସମୟରେ ଅନୁଭବ କରିବେ କି, ଆପଣଙ୍କ ଆଖପାଖ ବାତାବରଣ ସକାରାତ୍ମକ ଉର୍ଜାରେ ଭରି ଯାଇଥାଏ। ଏହି ସକାରାତ୍ମକ ବାତାବରଣ ଯୋଗୁଁ ପରିବାରରେ ଧନ ସଂପତ୍ତି ବୃଦ୍ଧି ହେବା ସହିତ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଅଧିକାଂଶ ସମୟରେ ବିଦ୍ୟାର୍ଥୀ ମାନେ ପାଠ ପଢ଼ିବା ପୂର୍ବରୁ ଦେବୀ ସରସ୍ଵତୀଙ୍କୁ ଧ୍ୟାନ କରିଥାନ୍ତି ଏବଂ ତାଙ୍କ ଆଖିରୁ ଲୁହ ବାହାରି ଆସିଥାଏ।

ଏହାର ଅର୍ଥ ହେଉଛି ମାଆ ସରସ୍ୱତୀଙ୍କ କୃପା ସେହି ବିଦ୍ୟାର୍ଥୀଙ୍କ ଉପରେ ଯଥେଷ୍ଟ ପରିମାଣରେ ରହି ନାହିଁ। ବେଳେବେଳେ ଆମେ କୌଣସି ଧାର୍ମିକ ଆଲୋଚନା ବା ଈଶ୍ବରଙ୍କ ସମ୍ବନ୍ଧୀୟ କଥା ଶୁଣିଲେ ଆମ ମନରେ ଈଶ୍ବରଙ୍କ ପ୍ରତି ଗଭୀର ବିଶ୍ୱାସ ଓ ପ୍ରେମ ଜାଗ୍ରତ ହୋଇଥାଏ। ସେତେବେଳେ ମଧ୍ୟ ଆଖିରୁ ଲୁହ ବାହାରି ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଈଶ୍ବରଙ୍କ ଦ୍ବାରା ଦିଆଯାଉଥିବା କିଛି ଖାସ ସଂକେତ ବିଷୟରେ କହିବାକୁ ଯାଉଛୁ।

ଯଦି ଆପଣ ଠାକୁରଙ୍କୁ ଧ୍ୟାନ କରୁଥିବା ସମୟରେ ଆପଣଙ୍କ ଆଖିରୁ ଲୁହ ଆସି ଯାଉଛି, ତାହେଲେ ଏହା ଈଶ୍ବରଙ୍କ ଶୁଭ ସଙ୍କେତ ଅଟେ।ଏହାର ଅର୍ଥ ଆପଣଙ୍କ ଆତ୍ମା ଈଶ୍ବରଙ୍କ ସହିତ ଯୋଡି ହୋଇ ଯାଇଛି। ଏହି ସମୟରେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଅଧିକାଂଶ ଲୋକେ ଏହି ସଙ୍କେତକୁ ବୁଝି ପାରନ୍ତି ନାହିଁ।

ଠାକୁର ପୂଜା କରୁଥିବା ସମୟରେ ଆଖିରୁ ପାଣି ବାହାରିଲେ, ଏହାର ଆଉ ଏକ ଅର୍ଥ ହେଉଛି ଆପଣଙ୍କ ମନରେ ରହିଥିବା କଳୁଷିତ ଭାବନାର ଅନ୍ତ ହୋଇ ଆପଣଙ୍କ ମନ ସ୍ୱଚ୍ଛ ହେଉଛି। ଅଗ୍ନି ପଞ୍ଚତତ୍ଵ ମଧ୍ୟରେ ଅନ୍ୟତମ। ଅଗ୍ନିକୁ ଭଗବାନ ଶିବଙ୍କ ପ୍ରତୀକ ବୋଲି ମାନା ଯାଇଥାଏ। ଆପଣ ଠାକୁର ପୂଜା କରୁଥିବା ସମୟରେ ଯଦି ସାମ୍ନାରେ ଥିବା ଦୀପ ଜୋରରେ ଜଳେ, ତାହେଲେ ବୁଝି ଯାଆନ୍ତି କି ଏହା ଈଶ୍ବରଙ୍କ ଶୁଭ ସଙ୍କେତ ଅଟେ। ଈଶ୍ୱର ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି। ଏହି ସମୟରେ ଆପଣଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ।

ଆପଣ ଠାକୁର ପୂଜା କରିବା ସମୟରେ ଯଦି ଲଗା ଯାଇଥିବା ଧୂପର ଧୂଆଁ ଠାକୁରଙ୍କ ଆଡ଼କୁ ଯାଉଥିବାର ଦେଖିବେ, ତାହେଲେ ବୁଝି ଯାଆନ୍ତୁ କି ଈଶ୍ବରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଛି। ଏହାସହିତ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଠାକୁର ପାଖରୁ ଫୁଲ ଖସି ପଡ଼ିବା ମଧ୍ୟ ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଈଶ୍ୱର ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେବାକୁ ଚାହୁଁଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *