Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱର୍ଗ ଯିବାକୁ ଅସଲ ହକ୍ଦାର ଏମାନେ । ଜାଣି ରଖନ୍ତୁ ଆପଣ କରୁ ନାହାଁନ୍ତି ତ ଏଭଳି କାମ ???

ସେୟାର୍ କରନ୍ତୁ

ସ୍ୱର୍ଗକୁ ଯିବାର ପ୍ରକୃତ ହକଦାର କିଏ ଏବଂ ଏଭଳି କଣ ପାପ ରହିଛି ଯାହାକୁ ମଣିଷ କରିବା ଦ୍ୱାରା ତାକୁ ନିଶ୍ଚିତ ଭାବରେ ନର୍କକୁ ଯିବାକୁ ପଡ଼ିଥାଏ । ଆଜିକାର ଲେଖାରେ ଆମେ ଏକ ପ୍ରାଚୀନ କଥା ବିଷୟରେ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ କିଛି ଲୋକ ପୁଣ୍ୟ ଅର୍ଜନ କରିବା ନିମିତ୍ତ ଅନେକ କାମ କରିବା ସତ୍ତ୍ୱେବି ସେମାନଙ୍କୁ ନର୍କକୁ ଯିବାକୁ ପଡ଼ିଥାଏ । ତେବେ ଏହି ସମାନ ପ୍ରଶ୍ନ ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କୁ ପଚାରିବାରୁ ଭଗବାନ ବିଷ୍ଣୁ ଏକ ପ୍ରାଚୀନ କଥା ଶୁଣାଇଛନ୍ତି । ପ୍ରାଚୀନ କାଳରେ ମଧ୍ୟ ଦେଶର ଏକ ନଗରରେ ଏକଥରକେ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା ।

ମୃତ୍ୟୁ ପରେ ଯେତେବେଳେ ସେମାନେ ଯମପୁରରେ ପହଞ୍ଚିଲେ ସେତେବେଳେ ସେମାନେ ନର୍କର ପରିସ୍ଥିତି ଏବଂ ଯମରାଜଙ୍କ ଭୟାବହ ରୂପ ଦେଖି ଭୟଭୀତ ହୋଇଗଲେ ଏବଂ ନିଜ ନିଜର ପାପ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରିବାରେ ଲାଗିଲେ । ସେହି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ଚୋର , ଜଣେ ବେଶ୍ୟା , ତୃତୀୟ ବିଦ୍ୱାନ ପଣ୍ଡିତ , ଚତୁର୍ଥ ଜଣେ ରାଜାଙ୍କ ସୈନିକ ଏବଂ ପଞ୍ଚମ ଜଣେ ଧନବାନ କିଷାନ ହୋଇଥାଏ । ଚୋର ଜଣକ ଅନୁଯାୟୀ ସେ ଜୀବନ ସାରା ଚୋରି କରି ଅନେକ ପାପ କରିଛି କିନ୍ତୁ ତାହା କେବଳ ସେ ନିଜ ପରିବାରର ଭୋକ ମେଣ୍ଟାଇବା ପାଇଁ ପରିସ୍ଥିତିରେ ପଡ଼ି କରିଥିଲା । ଏହାପରେ ବେଶ୍ୟା କହେ ଯେ ସେ ଅନେକ ପୁରୁଷଙ୍କ ସହିତ ସମ୍ବନ୍ଧ ବନାଇଛି ଯାହାକି ପାପ ଅଟେ ।

କିନ୍ତୁ ଛୋଟ ବେଳେ ଜଣେ ଲୋକ ତାକୁ ଜୋର ଜବରଦସ୍ତ ନେଇ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରିଥିଲା । ସେହି ପରିସ୍ଥିତିରେ ହିଁ ସେ ଏଭଳି କରିଥିଲେ । ତେଣୁ ସେ ନର୍କକୁ ଯିବା ପୁରା ନିଶ୍ଚିତ । ଏହାପରେ ସିପାହୀ କହେ ରାଜଙ୍କ ପାଖରେ ରହି ରାଜାଙ୍କ ନିର୍ଦେଶ ମାନି ସେ ଅନେକ ନିର୍ଦୋଷ ଏବଂ ନିରୀହ ଲୋକଙ୍କ ପ୍ରତି ଅନ୍ୟାୟ କରିଛି । କିନ୍ତୁ ସେ ନିଜ ପରିବାର ପାଇଁ ପରିସ୍ଥିତିରେ ହିଁ ସେଭଳି କରିଥିଲା । ଭାଗ୍ୟରେ ତାଙ୍କର ନର୍କ ଅଛି ବୋଲି କହିଲେ । ଏହାପରେ ପଣ୍ଡିତ ବ୍ରାହ୍ମଣ ଅନୁଯାୟୀ ନିଜ ଜ୍ଞାନର ଉପଯୋଗ ଲୋକଙ୍କ ଭଲ ପାଇଁ ନୁହେଁ ବରଂ ଟଙ୍କା ରୋଜଗାର ପାଇଁ କରିଛି । ଯାହାକି ବହୁତ ବଡ଼ ପାପ ଅଟେ । ତେଣୁ ସେ ମଧ୍ୟ ବୋଧହୁଏ ନର୍କକୁ ଯିବ ।

ଏହାପରେ ଚାଷୀ କହେ ଯେ ସେ ଜୀବନରେ କିନ୍ତୁ କୌଣସି ପାପ କରିନାହିଁ , ଖୁବ ପୂଜାପାଠ ଏବଂ ଦାନ ଧର୍ମ କରିଛି ତେଣୁ ସେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବ । ଏହାପରେ ଯମରାଜ ଏବଂ ଚିତ୍ରଗୁପ୍ତ ଖୁବ ତର୍ଜମା କରିବା ପରେ ଚୋର , ବେଶ୍ୟା , ସିପାହୀ ଏବଂ ବ୍ରାହ୍ମଣଙ୍କୁ ସ୍ୱର୍ଗକୁ ପଠାଇବା ସହିତ ଚାଷୀକୁ ନର୍କକୁ ପଠାଇବାକୁ ନିଷ୍ପତ୍ତି ନେଲେ । ଏହା ଶୁଣି ଚାଷୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା । ଯମରାଜ କହିଲେ ଯେ ସେହି ଚାରି ଜଣ ଲୋକ ଯେଉଁ ପାପ କରିଛନ୍ତି ତାହା ସେମାନଙ୍କ ପୁଣ୍ୟ ତୁଳନାରେ ଖୁବ କମ ଅଟେ । ପୁଣି ସେମାନେ ପରିସ୍ଥିତିରେ ପଡ଼ି ସେମିତି କରୁଥିଲେ ।

କିନ୍ତୁ ଚାଷୀ ଜଣେ ବିଧବା ଅବଳା ନାରୀକୁ ମିଛ ଲାନ୍ଛନା ଲଗାଇ ରାଜାଙ୍କ ହାତରେ ମୃତ୍ୟୁ ଦଣ୍ଡ ଦେଇଥିଲେ । ଯାହାକି ବଡ଼ ପାପ ଅଟେ । ତେଣୁ ସେ ନର୍କକୁ ଯିବାକୁ ହକଦାର । ତେବେ ଏଠାରେ କହି ରଖିବୁ ଯେ ମଣିଷ ମଦ ପାନ , ବ୍ରହ୍ମ ହତ୍ୟା କରି ମଧ୍ୟ ମୁକ୍ତି ପାଇ ପାରେ ଏବଂ ପ୍ରାୟଶ୍ଚିତ କରିପାରେ । କିନ୍ତୁ ଅନ୍ୟ ଉପରେ ଲାଂଛନ ଲଗାଇଲେ କୌଣସି ପ୍ରାୟଶ୍ଚିତ ନାହିଁ । ତାର ସବୁ ପୁଣ୍ୟ ମଧ୍ୟ ନଷ୍ଟ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *