Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ସାପ ଦେଖିଲେ ମିଳିଥାଏ ଏହି ସଙ୍କେତ । କାହା ସାମ୍ନାରେ କରିବା ପୂର୍ବରୁ ନିଶ୍ଚିତ ଥରେ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ମନୁଷ୍ୟ ପ୍ରାୟତଃ ଅନେକ ସମୟରେ ନିଦ୍ରାରେ ସ୍ୱପ୍ନ ଦେଖିବାକୁ । ଯାହାକୁ ଦେଖି ଚମକି ପଡ଼ିଥାଏ ଏବଂ ନିଜ ପରିବାରର ଲୋକଙ୍କୁ ସ୍ୱପ୍ନ ବିଷୟରେ କହିବାରେ ଲାଗିଥାଏ । କିନ୍ତୁ ମନୁଷ୍ୟକୁ କିଛି ସ୍ୱପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ । ନଚେତ ଏହି ସ୍ୱପ୍ନ ଦ୍ୱାରା ମିଳିବାକୁ ଯାଉଥିବା ସବୁ ଶୁଭ ଫଳ ନଷ୍ଟ ହୋଇଯାଏ ।

୧ . ଯଦି ଆପଣ ପ୍ରକୃତି ସମ୍ବନ୍ଧୀୟ ସ୍ୱପ୍ନ ଦେଖୁଛନ୍ତି ତେବେ ତାହାକୁ ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ଏଭଳି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଭବିଷ୍ୟତରେ ଖୁସିର ଖବର ଆସିବାକୁ ଯାଉଛି । ଆପଣଙ୍କ ପରିଶ୍ରମ ସାର୍ଥକ ହେବାକୁ ଯାଉଛି । କିନ୍ତୁ ଏହି ସ୍ବପ୍ନକୁ କାହାକୁ କୁହନ୍ତୁ ନାହିଁ ।

୨ . ଯଦି ଆପଣ ସ୍ୱପ୍ନରେ ନିଜର ମୃତ୍ୟୁ କିମ୍ବା ଅନ୍ୟ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏଥିରେ ଭୟଭୀତ ହେବା ଉଚିତ ନୁହେଁ । ବିଶେଷ କରି ନିଜର ମୃତ୍ୟୁ ଦେଖିଲେ ଏହା ଶୁଭ ସଙ୍କେତ ପ୍ରତି ଇଙ୍ଗିତ କରିଥାଏ । ଏହାର ଅର୍ଥ ଦୀର୍ଘ ଦିନ ଧରି ଆପଣ କରୁଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ବହୁତ ଜଲଦି ଆପଣଙ୍କ ଜୀବନରେ ଧନ ଲାଭ ହେବାକୁ ଯାଉଛି ଏବଂ ଖୁସି ଆସିବାକୁ ଯାଉଛି । କିନ୍ତୁ ଏହି ସ୍ୱପ୍ନ ବିଷୟରେ କାହାକୁ କହିଲେ ତାହାର ଶୁଭ ଫଳ ଆଉ ମିଳିବ ନାହିଁ ।

୩ . ସ୍ୱପ୍ନରେ ଯଦି ଆପଣ ସାପ ଦେଖୁଛନ୍ତି ତେବେ ତାହା ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ସ୍ୱପ୍ନରେ ସାପ ଦେଖିଲେ ତାହା ଆଗାମୀ ସମୟରେ ଆସିବାକୁ ଯାଉଥିବା ଖୁସି ପ୍ରତି ଇସାରା କରିଥାଏ । ତେଣୁ ଏହି ସ୍ୱପ୍ନ ଦେଖିଲେ କାହାକୁ କହିବା ଉଚିତ ନୁହେଁ । ନଚେତ ଏହାର ଶୁଭ ଫଳ ଆଉ ମିଲିବ ନାହିଁ ।

୪ . ସ୍ୱପ୍ନରେ ଯଦି ଆପଣ ଭଗବାନଙ୍କର ଦର୍ଶନ କରୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆଗାମୀ ସମୟରେ ଆପଣଙ୍କୁ ଭଗବାନଙ୍କ କୃପାରୁ ସବୁ ପ୍ରକାରର ସଫଳତା ମିଳିବାକୁ ଯାଉଛି । ତେଣୁ ଏହି ସ୍ୱପ୍ନ ଦେଖିଲେ ଭୁଲରେବି କାହାକୁ ଜୁହନ୍ତୁ ନାହିଁ ।

୫ . ସ୍ୱପ୍ନରେ ମାଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଯଦି କେହି ମାଛ ଧରୁଥିବାର କିମ୍ବା ଖାଉଥିବାର ଆପଣ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହଠାତ ଆପଣଙ୍କୁ ବଡ଼ ଧନ ଲାଭ ହେବାକୁ ଯାଉଛି । ସ୍ୱପ୍ନ ଦେଖିବାର ଆଗାମୀ ଏକ ମାସ ମଧ୍ୟରେ ଆପଣଙ୍କୁ ଏହି ଲାଭ ମିଳିବ । ତେଣୁ ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । ସେହିଭଳି ଯଦି ଆପଣ ମହାଦେବଙ୍କୁ ସ୍ୱପ୍ନରେ ଦର୍ଶନ କରୁଛନ୍ତି ତେବେ ରୁଦ୍ରଭିଷେକ କରିବା ଉଚିତ । ଏହାବ୍ୟତୀତ ଯଦି ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ତେବେ ଆଗାମୀ ଦିନ ସେହି ଦେବଦେବୀଙ୍କୁ ନିଶ୍ଚିତ ପୂଜା କରନ୍ତୁ ।

୬ . ଯଦି ଆପଣ ସ୍ୱପ୍ନରେ ନିଜ ବାପା ମା’ଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣ ଯେଉଁ ସ୍ଥାନରେ ଚାକିରୀ କିମ୍ବା କାମ କରୁଥିବେ ସେଠାରେ ଆପଣଙ୍କୁ ସମ୍ମାନ ପ୍ରାପ୍ତ ହେବ । ସେହିଭଳି ସ୍ୱପ୍ନରେ ଅଜା ଆଈଙ୍କୁ ଦେଖିବାର ଅର୍ଥ ଆପଣଙ୍କ ବୁଦ୍ଧିର ବିକାଶ ହେବାକୁ ଯାଉଛି । ଯଦି ସ୍ୱପ୍ନରେ ସାଙ୍ଗ ମାନଙ୍କୁ ଦେଖନ୍ତି ତେବେ ଆପଣଙ୍କୁ ସହାୟତା ନିଶ୍ଚିତ ମିଳିବ ।

୭ . ବିବାହ ସମ୍ବନ୍ଧୀୟ ସ୍ୱପ୍ନ ଦେଖିଲେ ଏହା ଖୁବ ବଡ଼ ବିପଦକୁ ଦର୍ଶାଇ ଥାଏ । ଯଦି ଆପଣ କୌଣସି ବିବାହ ଉତ୍ସବକୁ ଯାଉଥିବାର ଦେଖନ୍ତି ତେବେ ଏହା ମଧ୍ୟ ଦୁଃଖଦ ଘଟଣା ଶୁଣିବାର ସଙ୍କେତ ଅଟେ । ସ୍ୱପ୍ନରେ ବିବାହ ଦେଖିବା ମଧ୍ୟ ଭଲ ହୋଇ ନଥାଏ । ସ୍ୱପ୍ନରେ ନିଜକୁ ଖୁବ ହସୁଥିବାର ଦେଖନ୍ତି ତେବେ ଏହା ସମସ୍ୟାର ସଙ୍କେତ ଅଟେ ।

୮ . ସ୍ୱପ୍ନରେ ଗାଈ ବାଛୁରୀ ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବାକୁ ଯାଉଛି । ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି । ସ୍ୱପ୍ନରେ କୁକୁର ଦେଖିଲେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇଥାଏ । କିନ୍ତୁ କାନ୍ଦୁଥିବା କୁକୁର ଦେଖିଲେ ତାହା ଅଶୁଭ ସଙ୍କେତ ଅଟେ ।

୯ . ଯଦି ଆପଣ ସ୍ୱପ୍ନରେ କଳା ନାଗ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ନିଜ ଶତ୍ରୁଙ୍କ ଉପରେ ପ୍ରଭାବୀ ରହିବେ ଏବଂ ଆପଣଙ୍କ ମାନ ସମ୍ମାନ ବଢ଼ିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯଦି ସାପ ଆପଣଙ୍କୁ କାମୁଡ଼ିବାକୁ ଦାନ୍ତ ଦେଖାଉଛି ତେବେ ଏହାର ଅର୍ଥ ଆପଣଙ୍କର ଶତ୍ରୁ ପ୍ରବଳ ହୋଇଯିବ । ଏକାଧିକ ସାପ ଦେଖିବା ଅର୍ଥ ଆପଣଙ୍କୁ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଇଚ୍ଛା ହେଉଛି ।

୧୦ . ଯଦି ଆପଣ ସ୍ୱପ୍ନରେ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଦୀର୍ଘ ଦିନର ବଡ଼ ସମସ୍ୟା ଦୂର ହେବାକୁ ଯାଉଛି । ଯଦି ଆପଣ କାହାକୁ ଆତ୍ମହତ୍ୟା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କ ଜୀବନରେ କିଛି ଅସହ୍ୟ ଘଟଣା ହୋଇ ଯାଇଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *