Excuse Me Odisha

ଯାହା କହିବୁ ସତ କହିବୁ

ଶିବ ପୁରାଣରେ ମହା ଉପାୟ। ଭଗବାନ ଶିବଙ୍କର ମିଳିବ ଆଶୀର୍ବାଦ। କାଙ୍ଗାଳ ବି ହୋଇଯିବେ ମାଲାମାଲ। ହେବ ସମସ୍ତ ଇଛା ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶିବ ପୁରାଣରେ ମହା ଉପାୟ। ଭଗବାନ ଶିବଙ୍କର ମିଳିବ ଆଶୀର୍ବାଦ। କାଙ୍ଗାଳ ବି ହୋଇଯିବେ ମାଲାମାଲ। ହେବ ସମସ୍ତ ଇଛା ପୂରଣ।

ଶିବ ମହା ପୁରାଣରେ ଅନେକ ସାରା ଉପାୟ କୁହାଯାଇଛି ଧନ ପ୍ରାପ୍ତି ପାଇଁ। ମା ଲକ୍ଷ୍ମୀଙ୍କୁ ପ୍ରାପ୍ତି ପାଇଁ କେମିତି ଭଗବାନ ଶିବଙ୍କୁ ପ୍ରସନ୍ନ କରିବେ ଆସନ୍ତୁ ଜାଣିବା।

ଶିବ ମହା ପୁରାଣରେ ବର୍ଣ୍ଣିତ ଅଛି ଯେ ଗୋଟେ ବେଲ ପତ୍ର ନିଅନ୍ତୁ। ଲାଲ ଚନ୍ଦନ ବେଲ ପତ୍ର ଉପରେ ଲଗାଇ ଯଦି ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବେ ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ଯଦି ଆପଣ ଭଗବାନ ଶିବଙ୍କୁ ଅର୍ପଣ କରିବେ ତେବେ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ।

ଭଗବାନ ଶିବଙ୍କୁ ବେଲ ପତ୍ରରେ ଅଷ୍ଟଗଦ୍ଧ ଲଗାଇ ଅର୍ପଣ କରିଲେ ପୁତ୍ର ପ୍ରାପ୍ତି ହୋଇଥାଏ। ଯେବେବି ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବେ ତ ବେଲ ପତ୍ରକୁ ଓଲଟା କରି ଅର୍ପଣ କରିବେ ଏବଂ ଏହାପରେ ଜଳ ଅର୍ପଣ କରିବେ।

ନନ୍ଦୀଙ୍କ ପଛ ପଟ ପାଦରେ ବେଲ ପତ୍ର ଅର୍ପଣ କରିଲେ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।

ଧୁତୁରା ଫଳ ଯଦି ଭଗବାନ ଶିବଙ୍କୁ ଓଁ ନମଃ ଶିବାୟ ଜପ କରି ୭ ଥର ଭଗବାନ ଶିବ ଲିଙ୍ଗରେ ବୁଲାଇ ଅର୍ପଣ କରିବେ ଏବଂ ତାହାକୁ ଘରେ ଆଣି ପର ଦିନ ଲାଲ କପଡ଼ାରେ ବାନ୍ଧି ଘରେ କିମ୍ବା ଦୁକାନର ସାମ୍ନାରେ ରଖିବେ ତେବେ ନଜର ଲାଗି ନଥାଏ ଘରେ ଉନ୍ନତି ହୋଇଥାଏ।

କୌଣସି ମାସର ଦଶମୀ ତିଥିରେ ଧଳା ଧୁତୁରା ଫୁଲ ନେଇ ଭଗବାନ ଶିବ ଲିଙ୍ଗରେ ବେଲ ପତ୍ର ପ୍ରଥମେ ରଖିବେ ଏହା ଉପରେ ଧୁତୁରା ଫୁଲ ରଖିବେ ତେବେ ଶତ୍ରୁ ବିରୋଧୀ ଶାନ୍ତ ହୋଇଯିବେ।

ବେଲ ପତ୍ର କିମ୍ବା ବଟ ପତ୍ର ଉପରେ ଲାଲ ଚନ୍ଦନରେ ଓଁ ଲେଖି ନଦୀରେ ପ୍ରବାହିତ କରିଦେବେ ତେବେ ଯେକୌଣସି ରୋଗ ଶୋକ ଦୂର ହୋଇଯିବ। ଯେତେବେଳେ ପ୍ରବାହିତ କରିବେ ସେତେବେଳେ କହିବେ ହେ ମୋର ଦୁର୍ଭାଗ୍ୟ ମୁଁ ତୁମକୁ ଏହିଠାରେ ଛାଡି ଯାଉଛି। ଏହା କହି ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସିବେ।

ଶ୍ରାବଣ ମାସରେ ନଡ଼ିଆର ଗୋଳାକୁ କାଟି ସେଥିରେ ଅଳ୍ପ ଭଗବାନ ସତ୍ୟନାରାୟଣଙ୍କ ଭୋଗର ପଞ୍ଜିରି ଭରି ଅସ୍ତ ଗଛ ମୂଳରେ ପୋତି ଦେବେ ଶୀଘ୍ର ବିବାହର ଯୋଗ ବନିଥାଏ।

ମଙ୍ଗଳବାର ଦିନ ଶିବ ଲିଙ୍ଗ ଉପରେ ପ୍ରସ୍ତୁତ ଚାଉଳ ଅର୍ପଣ କରି ସେଥିରେ ୭ ଟି ବେଲପତ୍ର ଅର୍ପଣ କରିଦେବେ ତ ସବୁ ଦୁଃଖ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *