Excuse Me Odisha

ଯାହା କହିବୁ ସତ କହିବୁ

Wedding Dress: ଆଲିଆ ଭଟ୍ଟଙ୍କ ସମେତ ଅନେକ ଅଭିନେତ୍ରୀ ପିନ୍ଧିଥିଲେ ବିବାହର ଲାଲ ଯୋଡ଼ା,ପ୍ରକୃତରେ ଏମିତି ପିନ୍ଧିବାର ମହତ୍ୱ କ’ଣ ?

ସେୟାର୍ କରନ୍ତୁ

ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା, ଐଶ୍ୱର୍ଯ୍ୟା ରାୟ ଭଳି ଅନେକ ଅଭିନେତ୍ରୀ ରହିଛନ୍ତି, ଯେଉଁମାନେ ନିଜ ବିବାହର ପାରମ୍ପରିକ ଲାଲ ରଙ୍ଗର ଡ୍ରେସ ପରିଧାନ କରି ନାହାନ୍ତି। କିନ୍ତୁ ବିବାହ ସମୟରେ ଏହି ଲାଲ ରଙ୍ଗକୁ ବହୁତ ଶୁଭ ମାନା ଯାଇଥାଏ।

ଏହି ସମୟରେ ଆଲିଆ ଭଟ୍ଟ୍ଟ ଓ ରଣବୀର କପୁରଙ୍କ ବିବାହ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇଜଣ ଏପ୍ରିଲ ୧୪ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। କହିବାକୁ ଗଲେ ଏହିସମୟରେ ସେମାନଙ୍କର ୱେଡିଂ ଲୁକ ବହୁତ ଖାସ୍ ଅଟେ। ଏବେ ହିଁ ସେମାନଙ୍କର ଖାସ୍ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଲିଆ ଭଟ୍ଟ ନିଜ ବିବାହରେ ଫିକା ରଙ୍ଗର ଲେହେଙ୍ଗା ପରିଧାନ କରିଥିଲେ। ଏବେ ସେ ବଲିଉଡରେ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ହୋଇଗଲେ, ଯେଉଁମାନେ ନିଜ ବିବାହରେ ଫିକା ରଙ୍ଗର ପୋଷାକ ପରିଧାନ କରିଥିଲେ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ବିବାହ ସମୟରେ ମହିଳା ମାନେ ଲାଲ ଯୋଡ଼ା କାହିଁକି ପରିଧାନ କରନ୍ତି?ଏହାର କାରଣ କଣ ଅଟେ?

ପୌରାଣିକ କାଳରୁ ବିବାହ ଭଳି ପବିତ୍ର ଦିନରେ ବଧୂ ଲାଲ ରଙ୍ଗର ଶାଢ଼ୀ ବା ଲେହେ଼ଙ୍ଗା ପରିଧାନ କରିଥାନ୍ତି। ଲାଲ ରଙ୍ଗକୁ ସୌଭାଗ୍ୟବତୀର ଚିହ୍ନ ବୋଲି ମାନା ଯାଇଛି। ଜ୍ୟୋତିଷ ମାନଙ୍କ ମତରେ ଲାଲ ରଙ୍ଗ ମଙ୍ଗଳ ଗ୍ରହର ପ୍ରତିନିଧିତ୍ଵ କରିଥାଏ। ଏଥିପାଇଁ ବିବାହ ପୂର୍ବରୁ ମଙ୍ଗଳ ଗ୍ରହର ଗୋଚର ବିଷୟରେ ଦେଖା ଯାଇଥାଏ। ସକାରାତ୍ମକ ଉର୍ଜା ଓ ସନ୍ତୁଳନ ବନେଇ ରଖିବା ପାଇଁ ବିବାହ ସମୟରେ ମହିଳା ମାନଙ୍କୁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବାର ମାନ୍ୟତା ରହିଛି।

ଦେବୀ ଲକ୍ଷ୍ମୀଙ୍କର ବସ୍ତ୍ର ଲାଲ ରଙ୍ଗର ହୋଇଥାଏ। ପ୍ରତ୍ୟେକ ଘରର ବହୂକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଏଥିପାଇଁ ବିବାହ ସମୟରେ ଲାଲ ରଙ୍ଗ ପରିଧାନ କରିବା ଶୁଭ ହୋଇଥାଏ।ଲାଲ ରଙ୍ଗ ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ।

କଣ ଆଲିଆ ଭଟ୍ଟଙ୍କ ପାଇଁ ଶୁଭ ନୁହେଁ ଲାଲ ରଙ୍ଗ ?

ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ ସାଧାରଣତଃ ବଲିଉଡ ସେଲିବ୍ରିଟି ମାନେ ଜ୍ୟୋତିଷ ଶାସ୍ତ୍ର ଓ ଅଙ୍କ ଶାସ୍ତ୍ରକୁ ବହୁତ ମାନି ଥାଆନ୍ତି।ତେଣୁ ଆଲିଆଙ୍କ ଏଷ୍ଟ୍ରୋଲୋଜିଙ୍କ ଅନୁସାରେ ତାଙ୍କ ଡ୍ରେସର ରଙ୍ଗ ବଛା ଯାଇଛି। କହିବାକୁ ଗଲେ ଆଲିଆ ଭଟ୍ଟ ବହୁତ ଉତ୍ତମ ସ୍ୱଭାବର ଅଟନ୍ତି।ତାଙ୍କର ମିଥୁନ ବା କନ୍ୟା ଲଗ୍ନ ଅଟେ। ତେଣୁ ତାଙ୍କ ପାଇଁ ଲାଲ ରଙ୍ଗ ଶୁଭ ନୁହେଁ। ଅନ୍ୟ ଅଭିନେତ୍ରୀ ତାଙ୍କର ବିବାହରେ ଲାଲ ରଙ୍ଗ ପରିଧାନ ନକରିବା ଏକ ଫ୍ୟାସନ ମଧ୍ଯରେ ଗଣା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *