Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ଘରେ ଲେମ୍ବୁ ଗଛ ଅଛି , ତେବେ ହୋଇ ଯାଆନ୍ତୁ ସାବଧାନ । ନଚେତ ହୋଇଯିବେ କାଙ୍ଗାଳ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଆମ ନିତିଦିନିଆ ଜୀବନରେ ଏକ ସାଧାରଣ ଗଛ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେହି ବିଷୟରେ । ସେହି ଦୁଇଟି ଗଛ ହେଉଛି ଲେମ୍ବୁ ଏବଂ ବେଲ ଗଛ । ବାସ୍ତୁ ଅନୁଯାୟୀ ଲେମ୍ବୁ ଗଛ ଲଗାଇବା ଅଶୁଭ ନୁହେଁ ଏହା ଅତ୍ୟନ୍ତ ଶୁଭ ଅଟେ ଏବଂ ଏହାଦ୍ବାରା ଅନେକ ବାସ୍ତୁ ଜନିତ ଲାଭ ମଧ୍ୟ ମିଳିଥାଏ । କିନ୍ତୁ ଆଗ କାଳର ଲୋକଙ୍କ ଅନୁଯାୟୀ ଏହା ଥିଲା ଯେ ଘରେ କଣ୍ଟା ଥିବା ଗଛ ଲଗାଇବା ଅଶୁଭ ଅଟେ । କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ କିଛି କଣ୍ଟା ଗଛ ଅଛି ଯାହାକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଲେମ୍ବୁ ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହେବା ସହିତ ବାସ୍ତୁ ଦୋଷକୁ ଦୂର କରିଥାଏ ।

ନଜର ଦୋଷ ଦୂର କରବା ପାଇଁ ଲେମ୍ବୁର ପ୍ରୟୋଗ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପଡ଼ିଛନ୍ତି ଏବଂ ତାଙ୍କ ପାଇଁ କୌଣସି ଔଷଧ ପ୍ରଭାବୀ ହେଉନାହିଁ ତେବେ ଏକ ଲେମ୍ୱୁ ନେଇ ସେଥିରେ କଳା ରଙ୍ଗର ୩୦୭ ଲେଖି ଦିଅନ୍ତୁ । ତାହାକୁ ସେହି ବ୍ୟକ୍ତିଙ୍କ ଉପରେ ସାତ ଥର ବୁଲାଇ ପୁଣିଥରେ ସେହି ସମୟରେ ଗଛ ପାଖରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ ହେବାକୁ ଥିବା ଲାଗିବ । ନିଦ୍ରାରେ ଖରାପ ସ୍ୱପ୍ନ ଦେଖୁଥିଲେ କିମ୍ବା ଭୟ କରିଥିଲେ କଞ୍ଚା ଲେମ୍ବୁ ପାଖରେ ନେଇ ଶୁଅନ୍ତୁ ସବୁ ଭୟ ଦୂର ହୋଇଯିବ । ଭୁଲରେବି ମୁଖ୍ୟଦ୍ୱାରରେ ଲେମ୍ବୁ ଗଛ ଲଗାନ୍ତୁ ନାହିଁ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାବ୍ୟତୀତ ଘରର ଅଗଣାରେ ମଧ୍ୟ ଏହି ଗଛକୁ ଲଗାନ୍ତୁ ନାହିଁ ।

କିନ୍ତୁ ଯଦି ପୂର୍ବରୁ ଆପଣ ଏହି ଗଛ ଅଗଣାରେ ଲଗାଇ ସାରିଛନ୍ତି ତେବେ ତାର ଚାରି ପାଖରେ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଲେମ୍ବୁ ଗଛକୁ ଘରେ ଲଗାଇଲେ ଏହାର ଅନେକ ଫାଇଦା ଯେମିତିକି ଖରାପ ଶକ୍ତି ଘରକୁ ପ୍ରବେଶ କରି ପରିବ ନାହିଁ । ଛୋଟ ପିଲାଙ୍କ ଉପରେ ନଜର ଦୋଷ ଲାଗିଥିଲେ ଗୋଟିଏ ଲେମ୍ବୁ ଆଣି ତାହାକୁ ଦୁଇ ଫାଳ କରି ସେଥିରେ କଳା ରାଶି ପୁରାଇ କଳା ସୂତାରେ ଗୁଡ଼ାଇ ଦିଅନ୍ତୁ । ଶିଶୁ ଚାରିପଟେ ତାହାକୁ ସାତ ଥର ବୁଲାଇ ପାଣି ଥିବା ସ୍ଥାନରେ ଫିଙ୍ଗି ଦିଅନ୍ତୁ । ଏହି ଉପାୟ ଦ୍ୱାରା ନଜର ଦୋଷ ଦୂର ହୋଇଯିବ । ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ ଖୁବ ଭଲ ଅଟେ ତେଣୁ ପ୍ରତ୍ୟେକ ଦିନ ଅତି କମରେ ଗୋଟିଏ ଲେମ୍ବୁ ନିଶ୍ଚୟ ଖାଆନ୍ତୁ ।

ବେଲ ଗଛ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହାକୁ ଘରେ ଲଗାଇବା ଶୁଭ ହୋଇଥାଏ । କିନ୍ତୁ ଘରେ ଏହାକୁ ଲଗାଇବାକୁ ଜାଗା ନଥିଲେ ତାହାକୁ ଘରେ ଏକ ଗାଉଁଲାରେ ଲଗାଇ ଟିକିଏ ବଡ଼ ହେବା ପରେ କୌଣସି ମନ୍ଦିରକୁ ଦାନ କରି ପାରିବେ । ଶିବ ପୁରାଣରେ କୁହାଯାଇଛି ଯେ , ଯେଉଁ ସ୍ଥାନରେ ଏହି ଗଛ ଲଗାଯାଏ ସେହି ସ୍ଥାନ କାଶୀ ତୀର୍ଥ ଭଳି ପବିତ୍ର ହୋଇଥାଏ । ଯେଉଁ ଘରେ ଏହି ଗଛ ରହିଥାଏ ସେହି ଘରର ଲୋକଙ୍କୁ ପୁଣ୍ୟ ପ୍ରାପ୍ତ ହୋଇଥାଏ । କେବେବି ସେମାନଙ୍କ ଉପରେ ଚଦ୍ରମାଙ୍କ ଖରାପ ଦୋଷ ପଡ଼େ ନାହିଁ ଏବଂ ସେମାନେ ସବୁବେଳେ ସମାଜରେ ମାନ ସମ୍ମାନ ପାଇଥାନ୍ତି । ସମ୍ମାନ ଏବଂ ପ୍ରତିଷ୍ଠା ପାଇବା ପାଇଁ ଉତ୍ତର ପୂର୍ବ ଦିଗରେ , ଆର୍ଥିକ ଲାଭ ପାଇଁ ଐଶାନ୍ୟ ଦିଗରେ ବେଲ ଗଛ ଲଗାଇ ପାରିବେ । ଏହାଦ୍ବାରା ବ୍ୟକ୍ତି କରଜରୁ ମଧ୍ୟ ମୁକ୍ତି ପାଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *