Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ରାଶିର ବ୍ୟକ୍ତି ଭୁଲରେବି ନିଜ ହାତରେ ଏବଂ ଗୋଡ଼ରେ ବାନ୍ଧନ୍ତୁ ନାହିଁ କଳା ସୂତା । ହୋଇପାରେ ଅକାଳ ମୃତ୍ୟୁ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ରାଶିର ବ୍ୟକ୍ତି ଶରୀରରେ କଳା ସୂତା ବାନ୍ଧିବା ଉଚିତ ନୁହେଁ ଏବଂ କେଉଁମାନେ ନାଲି ସୂତା ବାନ୍ଧିବା ଉଚିତ । ତେବେ ଚାଲନ୍ତୁ କିଛି ଖାସ ଏବଂ ସହଜ ଉପାୟ ବିଷୟରେ ଜାଣିନେବା । ଆମ ପୂର୍ବ ପୁରୁଷ ହୁଅନ୍ତୁ କିମ୍ବା ବର୍ତ୍ତମାନ ସମୟର ଲୋକ ହୁଅନ୍ତୁ ସମସ୍ତେ କହନ୍ତି ଯେ କୌଣସି ଶୁଭ କାର୍ଯ୍ୟରେ କଳା ପୋଷାକ ଧାରଣ କରିବା ଉଚିତ ହୋଇ ନଥାଏ । କିନ୍ତୁ ଖରାପ ନଜରରୁ ବର୍ତ୍ତିବା ପାଇଁ ସବୁବେଳେ ଲୋକେ କଳା ଟୀକା କିମ୍ବା କଳା ସୂତା ବାନ୍ଧିବା ଉପରେ ପ୍ରଥମେ ଗୁରୁତ୍ୱ ଦେଇଥାନ୍ତି । କିଛି ଖାସ ଉପାୟ ଏହି କଳା ସୂତା ସମ୍ବନ୍ଧୀୟ ଅଛି ଯାହାକୁ କଲେ ଖରାପ ନଜର ଦୋଷ ଦୂର ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିବ ।

ଏହି ଖାସ ଉପାୟ ପାଇଁ ଭୈରବ ମଦିରକୁ ଯାଇ କଳା ସୂତା ନେଇ ଆସନ୍ତୁ । ସେହି ସୂତାକୁ ପୂଜା କରି ଘରକୁ ଆଣି ଅଳ୍ପ ସୋରିଷ ତେଲ ଲଗାଇ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରି ଦିଅନ୍ତୁ । ଦେଖିବେ ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ । ଖରାପ ନଜର ଦୋଷରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଏକ କଳା ସୂତା ନେଇ ଶ୍ରୀହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ସେହି ସୂତାକୁ ରଖି ଦିଅନ୍ତୁ ।

ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ବେକରେ କିମ୍ବା ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ବ୍ୟବସାୟଟେ5ଭଲ ଲାଭ ମିଳୁ ନଥିଲେ କଳା ସୂତା ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ।ସେଥିରେ ନଅଟି ଗଣ୍ଠି ଏବଂ ହନୁମାନଙ୍କ ସିନ୍ଦୁର ଲଗାଇ ଘରର ସିନ୍ଧୁକ କିମ୍ବା ଆଲମାରୀରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଧନର ବର୍ଷା ହୋଇଥାଏ ।

ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଶରୀରରେ କଳା ସୂତା ବାନ୍ଧିବା ଉଚିତ ନୁହେଁ । କାରଣ ମେଷ ରାଶିର ସ୍ୱାମୀ ମଙ୍ଗଳ ଏବଂ ହନୁମାନଙ୍କୁ କେବଳ ନାଲି କିମ୍ବା ନାରଙ୍ଗୀ ରଙ୍ଗ ପସନ୍ଦ ଅଟେ । ତେଣୁ ମେଷ ରାଶିର ଲୋକେ କେବଳ ନାଲି ସୂତା କିମ୍ବା ରକ୍ଷା ସୂତ୍ର ବାନ୍ଧିବା ଉଚିତ । କଳା ସୂତା ବାନ୍ଧିଲେ ଧନ ଜନିତ ସମସ୍ୟା ଦେଖା ଦେଇଥାଏ ।

ବିଛା ରାଶି:- ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି । ତେଣୁ ଏହି ରାଶିର ପୁରୁଷ କିମ୍ବା ମହିଳା ଶରୀରର କୌଣସି ଅଙ୍ଗରେ କଳା ସୂତା ବାନ୍ଧିଥିଲେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ । କାରଣ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାର କାରଣ ଏହି କଳା ସୂତା ହୋଇପାରେ । ଆପଣ ଚାହିଁଲେ ନାଲି ସୂତା ଧାରଣ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *