Excuse Me Odisha

ଯାହା କହିବୁ ସତ କହିବୁ

ନିଜ ଚପଲ ହିଁ ହୋଇଥାଏ ନିଜ ଦୁଃଖର କାରଣ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ଜାଣନ୍ତୁ କିପରି ?

ସେୟାର୍ କରନ୍ତୁ

ପ୍ରତ୍ୟେକ ମନୁଷ୍ୟଙ୍କର ସଫଳତା ଗ୍ରହ ସହିତ ମଧ୍ୟ ଜଡ଼ିତ ହୋଇଥାଏ । କାରଣ ଗ୍ରହର ଚଳନ କାରଣରୁ ହିଁ ବ୍ୟକ୍ତିକୁ ମାନ , ଯଶ ଏବଂ ଖ୍ୟାତି ମିଳିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଘରେ ଆପଣ ରଖୁଥିବା ଜୋତାକୁ ଯଦି ଠିକ ଭାବରେ ନରଖନ୍ତି ତେବେ କଣ ସମସ୍ୟା ହୋଇପାରେ ସେହି ବିଷୟରେ କହିବୁ । ଜାତକରେ ଯଦି କୌଣସି ଦୋଷ ରହିଛି ଏବଂ ଶନିଙ୍କ ସାଢ଼େ ସାତି ଚାଲିଛି ତେବେ କାହାକୁ ନକହି କଳା ରଙ୍ଗର ଜୋତା ଚପଲ କୌଣସି ବ୍ୟକ୍ତିକୁ ଦାନ କରି ଦିଅନ୍ତୁ । କୌଣସି ମନ୍ଦିରକୁ ଯାଇ ସେହି ଜୋତାକୁ ଛାଡ଼ି ଦେଇ ଯାଆନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନର ସମସ୍ୟା ଦୂର ହୋଇଯିବ । ଯଦି କେତେବେଳେ ମନ୍ଦିରରେ ଆପଣଙ୍କର ଜୋତା କେହି ଚୋରି କରି ନେଉଛି ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ।

ଆପଣଙ୍କ ଜୀବନର ସବୁ ସମସ୍ୟା ସେହି ଜୋତା ସହିତ ଚାଲିଯିବ । ଧ୍ୟାନ ଦେବେ ଯେ ଫାଟି ଯାଇଥିବା ଜୋତା ଚପଲ କେବେ ପିନ୍ଧିବା ଉଚିତ ନୁହେଁ । ଯଦି ଏହି ଭୁଲ ଆପଣ କରନ୍ତି ତେବେ ଗ୍ରହ ଭୁଲ ଚଳନ କରିବ । ଭୁଲରେବି କେବେ ଘରର ଦ୍ୱାରମୁଖ ପାଖରେ ଜୋତା ଚପଲ ବାହାର କରି ରଖନ୍ତୁ ନାହିଁ । ନଚେତ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ । ଭବିଷ୍ୟ ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ହୋଇଛି ଯେ ପ୍ରତ୍ୟେକ ଘରର ଦ୍ୱାରରେ ମାତା ଲକ୍ଷ୍ମୀ ସାତ ଥର ଆସି ଛିଡ଼ା ହୁଅନ୍ତି । ଆଉ ଯଦି ଦ୍ୱାରରେ ଜୋତା ଚପଲ ଥାଏ ତେବେ ମାତା ଲକ୍ଷ୍ମୀ ଫେରି ଯାଆନ୍ତି । ଏହି ବିଷୟରେ ବିଷ୍ଣୁ ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି ଯେ ପ୍ରତ୍ୟେକ ଘର ଦ୍ୱାରରେ ମାତା ଲକ୍ଷ୍ମୀ ସାତ ଆସି ଛିଡ଼ା ହୁଅନ୍ତି ।

ଯଦି ଆପଣ ଭୁଲରେବି ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖି ଦିଅନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ବଢ଼ିଯିବ । ଆପଣ ଚାହିଁଲେ ପଶ୍ଚିମ ଦିଗରେ ଜୋତା ଚପଲ ରଖି ପାରିବେ । ବାହାରେ ଏବଂ ଘରେ ବ୍ୟବହାର କରୁଥିବା ଜୋତା ଚପଲ ଭିନ୍ନ ହେଲେ ଉତ୍ତମ ଅଟେ । ନଚେତ ବାହାରୁ ଘରକୁ ନେଇ ଆସୁଥିବା ଜୋତା ଚପଲ ସହିତ ଅନେକ ନକରାତ୍ମକ ଶକ୍ତି ମଧ୍ୟ ଘରକୁ ପ୍ରବେଶ କରିଥାଏ । ପୁରୁଣା ଜୋତା ଚପଲକୁ ଘରେ ଦୀର୍ଘ ଦିନ ପାଇଁ ରଖିଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଘରେ ଜୋତା ଚପଲକୁ ଠିକ ଭାବରେ ସଜାଇ ରଖିଲେ ଭଲ । ଏଣେତେଣେ ରଖିବା ଦ୍ୱାରା ଘର ଉପରକୁ ସମସ୍ୟା ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ବ୍ରାଉନ ରଙ୍ଗର ଜୋତା ଚପଲ ପିନ୍ଧି କାର୍ଯ୍ୟାଳୟକୁ ଯିବାକୁ ବାରଣ କରାଯାଇଛି ।

ଆପଣ ବ୍ଲାକ ରଙ୍ଗର ଜୋତା ଚପଲ ପିନ୍ଧି ପାରିବେ । ଘରର ପୂଜା ସ୍ଥାନ ଆଖପାଖରେବି କେବେ ଜୋତା ଚପଲ ପିନ୍ଧି ବୁଲନ୍ତୁ ନାହିଁ । କୌଣସି ନଦୀ ସରୋବରକୁ ସ୍ନାନ ପାଇଁ ଯାଉଥିଲେ ପ୍ରଥମେ ଜୋତା ଚପଲ ବାହାରେ ରଖିବା ପରେ ହିଁ ନଦୀ ଭିତରକୁ ସ୍ନାନ କିମ୍ବା କୌଣସି କାମ ପାଇଁ ଯାଆନ୍ତୁ । ଘରର ସୁଖ ସମୃଦ୍ଧି ଏବଂ ଉନ୍ନତି ଚାହୁଁଥିଲେ ଜୋତା ଚପଲକୁ ସବୁବେଳେ ପରିଷ୍କାର ରଖନ୍ତୁ । ଜୋତା ଚପଲ ଯେତେ ପରିଷ୍କାର ରହିବ ଆପଣଙ୍କ ଭାଗ୍ୟ ମଧ୍ୟ ସେତେ ଉଜ୍ଜ୍ୱଳ ହେବ । ଘରେ ଏବଂ ବାହାରେ ବ୍ୟବହାର କରୁଥିବା ଜୋତା ଚପଲକୁ ଅଲଗା ଅଲଗା ରଖନ୍ତୁ ।

ସେୟାର୍ କରନ୍ତୁ

One thought on “ନିଜ ଚପଲ ହିଁ ହୋଇଥାଏ ନିଜ ଦୁଃଖର କାରଣ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ଜାଣନ୍ତୁ କିପରି ?

  1. ସତରେ ମୋ ଦ୍ଵାରା ଏପରି ବହୁତ୍ ଭୁଲ୍ ଅଛି ଛିଣ୍ଡା ଚପଲ ବ୍ୟବହାର କରିବା , ଦ୍ଵାର ସାମ୍ନା ରେ ଚପଲ ରଖିବା , ମଇଳା ହେଇ ରହିବା। ଏପରି ଅନେକ

Leave a Reply

Your email address will not be published. Required fields are marked *