Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ , ମାର୍ଚ୍ଚ ୮ ମହା ଶିବରାତ୍ରୀ । ବେକରେ ଧାରଣ କରନ୍ତୁ ଏହି ଚେର । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଭାରତକୁ ଜଡ଼ିବୁଟିର ଦେଶ କୁହାଯାଏ । ସେହିଭଳି ଶଙ୍କର ଜଟା କୁହାଯାଉଥିବା ଏକ ଚେର ମଧ୍ୟ ରହିଛି ଯାହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏହାକୁ ଜଡ଼ିବୁଟିର ରାଜା କୁହାଯିବା ସହିତ ତନ୍ତ୍ରଶାସ୍ତ୍ରରେ ଏହାର ଅନେକ ପ୍ରୟୋଗ ଦେଖିବାକୁ ମିଳେ । ଦୁର୍ଲଭ ଜଙ୍ଗଲରେ ମିଳୁଥିବା ଏହି ଗଛ ହାତାଯୋଡ଼ି ନାମରେ ମଧ୍ୟ ଜଣାଶୁଣା । ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗଛକୁ ସ୍ବୟଂ ମହାଦେବଙ୍କ ସ୍ୱରୂପ ବୋଲି କୁହାଯାଏ । ଭଗବାନ ଶିବଙ୍କ ଜଟା ତଳେ ପଡ଼ିବା ମାତ୍ରେ ଏହି ଗଛର ଉତ୍ପତ୍ତି ହୋଇଥିଲା । ଏଥିରେ ଅନେକ ଚମତ୍କାରୀ ଏବଂ ଦୈବୀକ ଶକ୍ତି ମିଳିଥାଏ । ବେଲ ଗଛରେ ଯେଉଁଭଳି ଦୈବିକ ଶକ୍ତି ଥାଏ ସେହିଭଳି ଏହି ଗଛରେ ମଧ୍ୟ ଅନେକ ଦୈବିକ ଶକ୍ତି ନିହିତ ଅଛି ।

ଯଦି କାହାରି ଗୋଡ଼ ହାତରେ ଯନ୍ତ୍ରଣା ହେଉଥାଏ ତେବେ ଏହାକୁ ସୋରିଷ ତେଲରେ ପକାଇ ଦେହ ହାତରେ ମାଲିସ କଲେ ଯନ୍ତ୍ରଣା ଦୂର ହୋଇଯାଏ । ଅଧିକାଂଶ ପିଲାଙ୍କୁ ପାଠ ପଢ଼ିବା ସମୟରେ ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଦେଇଥାଏ । ପୁଣି ଅଫିସରେ କାମ କରି ମଧ୍ୟ ଲୋକଙ୍କ ମୁଣ୍ଡବ୍ୟଥା ହୋଇଥାଏ । ଏଭଳି ପରିସ୍ଥିତିରେ ଏହି ଚେରକୁ ପାଣିରେ ଘଷି ଦୁଇ ବୁନ୍ଦା ନାକରେ ପକାଇଲେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଏବଂ ମୁଣ୍ଡ ବିନ୍ଧା ଦୂର ହୋଇଯିବ । ଏହି ଗଛକୁ ଘରେ ଲଗାଇଲେ ଗୃହ କ୍ଳେଶ ଦୂର ହୁଏ ଏବଂ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହି ଗଛ ଲଗାଇବା ମାତ୍ରେ ଯେମିତି ଏହାର ଆକାର ବଢ଼େ ତାହା ସହିତ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ସେତେ ଅଧିକ ହୋଇଥାଏ ।

ଏହି ଗଛକୁ କୌଣସି ବ୍ୟକ୍ତି ସୋମବାର ଏବଂ ବୁଧବାର ଦିନରେ ଘରେ ଲଗାଇ ପାରିବେ । ଏହାକୁ ଲଗାଇବା ସମୟରେ ଉତ୍ତର ଦିଗକୁ ମୁହଁ କରିବା ଜରୁରୀ ଅଟେ । ଏହାକୁ ଯଦି ଆପଣ ସନ୍ଧ୍ୟା ସମୟରେ ଲଗାନ୍ତି ତେବେ ଅଧିକ ଲାଭ ମିଳିବ । ମନୀପ୍ଲାଣ୍ଟ କିମ୍ବା ଅନ୍ୟ ଗଛକୁ ଆପଣ ଏହି ଗଛ ସହିତ ଲଗାଇ ପାରିବେ । ଏହି ଗଛର ମୂଳରେ ଯଦି ଦୀପ ଜଳାଯାଏ ତିନି ମାସ ମଧ୍ୟରେ ଗୁପ୍ତ ଧନର ପ୍ରାପ୍ତି ହୋଇଥାଏ । ଏହି ଗଛକୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ନାମରେ ଜଣାଯାଏ । ଯଦି ଆପଣ ଏହାକୁ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଆପଣଙ୍କୁ ଅଗଣିତ ଫାଇଦା ମିଳିଥାଏ । ଏହି ଜଟାକୁ ଘୋରି ମଥାରେ ଲଗାଇଲେ ଆଦିଚକ୍ର ଜାଗ୍ରତ ହୋଇଥାଏ ଏବଂ ମନ ସ୍ଥିର ରହିଥାଏ । ଏହାବ୍ୟତୀତ ଶନି ରାହୁ କେତୁଙ୍କ ବିପରୀତ ପ୍ରଭାବ ମଧ୍ୟ ବନ୍ଦ ହୋଇଯିବ ।

ଗ୍ରହ ଜନିତ କୌଣସିବି ସମସ୍ୟା ଥିଲେ ଆପଣ ଏହି ଚେରକୁ ତାବିଜରେ ପୁରାଇ ଧାରଣ କଲେ ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ଏହାକୁ ନିଜ ପୂଜା ଘରେ ରଖନ୍ତି ତେବେ ଏହା ଲକ୍ଷ୍ମୀଙ୍କୁ ବାନ୍ଧିବା କାମ କରିଥାଏ । ଏହାଦ୍ବାରା ଘରେ ସ୍ଥାୟୀ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଏହାକୁ ହାତରେ ମକଚି ହାତରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇଲେ ବ୍ୟଥା ଦୂର ହୋଇଥାଏ । ଏହାକୁ ଘୋରି ଛଅ ମାସ ପର୍ଯ୍ୟନ୍ତ ତିଳକ କଲେ ସିଦ୍ଧି ପ୍ରାପ୍ତି ହୋଇଥାଏ । ତନ୍ତ୍ର ଶାସ୍ତ୍ରରେ ଲେଖା ଯାଇଛି ଯେ ଏହାକୁ ଘୋରି ନେତ୍ରରେ ଲଗାଇଲେ ଜମି ତଳେ ପୋତି ରହିଥିବା ଧନ ମଧ୍ୟ ଦେଖାଯାଏ । କିନ୍ତୁ ଆପଣ ଏହି ପ୍ରୟୋଗକୁ କେବଳ ରବି ଏବଂ ଗୁରି ପୁଷ୍ୟ ନକ୍ଷତ୍ରରେ କରିବା ଉଚିତ । ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ପ୍ରୟୋଗ କଲେ ଭଲ ଫଳ ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *