Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରୀ ଦିନ ନନ୍ଦୀଙ୍କ କାନରେ କହି ଦିଅନ୍ତୁ ଏହି ତିନୋଟି ଶବ୍ଦ । ପୂରଣ ହେବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଯେମିତି ସୃଷ୍ଟିର ତିଆରି ହେବାକୁ ନେଇ କୌଣସି ପ୍ରମାଣ ନାହିଁ , ସେହିଭଳି ଶିବଲିଙ୍ଗ ସୃଷ୍ଟି ହେବାର ମଧ୍ୟ କୌଣସି ପ୍ରମାଣ ନାହିଁ । କେବଳ ଏହା କୁହାଯାଏ ଯେ ଯେତେବେଳେ ଶିବଲିଙ୍ଗ ସୃଷ୍ଟି ହେଲା ସେତେବେଳେ ସର୍ବପ୍ରଥମେ ତାହା ବ୍ରହ୍ମା ଏବଂ ବିଷ୍ଣୁଙ୍କ ଦ୍ୱାରା ପୂଜା କରାଯାଇଥିଲା । ମହାଦେବଙ୍କ ଦ୍ୱାରରେ ଉଚ୍ଚ ନିଚ୍ଚ ସମସ୍ତଙ୍କ ସ୍ଥାନ ସମାନ ହୋଇଥାଏ । ମହାଦେବଙ୍କୁ ଭୋଲେଭଣ୍ଡାରୀ କୁହାଯାଏ କାରଣ ସେ ବହୁତ ଜଲଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି । କିନ୍ତୁ ମହାଦେବଙ୍କର ଏକ ରୁଦ୍ର ରୂପ ମଧ୍ୟ ଅଛି । କେବଳ ନିଷ୍ଠା ଏବଂ ବିଶ୍ୱାସ ଦ୍ୱାରା ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିହୁଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମହାଶିବରାତ୍ରି ଦିନ କେଉଁ କାମ କଲେ ମହାଦେବ କ୍ରୋଧିତ ହେବେ । ତେବେ ଚାଲନ୍ତୁ ଜାଣିନେବା ।

୧ . ମହାଦେବଙ୍କର ଅର୍ଦ୍ଧନାରୀଶ୍ୱର ରୂପକୁ ଆପଣ ମାନେ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ । କହିରଖିବୁ ଯେ ମହାଶିବରାତ୍ରି ଦିନ କୌଣସି ମହିଳାଙ୍କୁ ଅପମାନିତ କରିବା କଥା ନୁହେଁ ଏବଂ ଆଘାତ ଦେବା ମଧ୍ୟ ପାପ ହୋଇଥାଏ । ମହିଳା ଆପଣଙ୍କର କୌଣସି ସମ୍ପର୍କର ହୁଅନ୍ତୁ ନା କାହିଁକି ତାଙ୍କୁ ଅପମାନିତ କରନ୍ତୁ ନାହିଁ ।

୨ . ମହାଦେବଙ୍କର ଅନ୍ୟ ନାମ ହେଉଛି ପଶୁପତି । ସେ ସବୁ ପଶୁଙ୍କର ପାଳନକର୍ତ୍ତା ଅଟନ୍ତି । ଶିବରାତ୍ରୀ ଦିନ ନିରୀହ ଜୀବଙ୍କ ଉପରେ ଯିଏ ଅତ୍ୟାଚାର କରିଥାଏ କିମ୍ୱା ହତ୍ୟାକରିଥାଏ ସେହି ବ୍ୟକ୍ତିକୁ ମହାଦେବ କେବେ କ୍ଷମା କରନ୍ତି ନାହିଁ ଏବଂ ଦଣ୍ଡ ଦିଅନ୍ତି ।

୩ . ଶିବରାତ୍ରୀ ଦିନର ଅର୍ଥ ହେଉଛି ସମ୍ପୂର୍ଣ୍ଣ ରାତି । ଏହିଦିନ ମହାଦେବଙ୍କ ଭକ୍ତ ମାନେ ରାତି ସାରା ଉଜାଗର ରହି ଉପବାସ ରହି ଜାଗର ଜାଳିବାର ପରମ୍ପରା ରହିଛି । ଏହାବ୍ୟତୀତ ଏହିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ପୂଜା କରିବାର ନିୟମ ରହିଛି । କିନ୍ତୁ ଯଦି ଆପଣ ଏହିଦିନ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇ ରହନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ଶୋଇ ରହିଯିବ ।

୪ . ଯଦି ଆପଣ ଭାବୁଥିବେ ଯେ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରି ଭଗବାନ ଶିବଙ୍କୁ ତାଙ୍କର ପ୍ରିୟ ଜିନିଷ ଚଢ଼ାଇଲେ ସେ ପ୍ରସନ୍ନ ହେବେ । ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି । କାରଣ ଯେଉଁ ଲୋକ ବେଇମାନି କରି ଟଙ୍କା ଆଣିଥାଏ ସେହି ଟଙ୍କା କେବେ ଭଲ କାମରେ ଲାଗି ନଥାଏ । ଭଲ ଉପାୟରେ କଠିନ ପରିଶ୍ରମ କରି ରୋଜଗାର କରାଯାଇଥିବା ଟଙ୍କାକୁ ଯଦି ଆପଣ ଗରିବଙ୍କ ଦାନ କାରନ୍ତି କିମ୍ବା କିଛି ଜିନିଷ ଆଣି ଦାନ କରନ୍ତି ତେବେ ମହାଦେବ ଅଧିକ ପ୍ରସନ୍ନ ହେବେ ।

୫ . ମହା ଶିବରାତ୍ରି ହେଉଛି ମହାଦେବ ଏବଂ ପାର୍ବତୀଙ୍କ ଦିନ ଏବଂ ଏହିଦିନ କେବଳ ମହାଦେବ ଏବଂ ପାର୍ବତୀଙ୍କ ନାମ ଜପ କରିବା ଉଚିତ । ଏହିଦିନ ଅନ୍ୟ କୌଣସି ଅପବିତ୍ର କାମ କରିବା ଉଚିତ ନୁହେଁ । ଏହିଦିନ ସ୍ୱାମୀ ସ୍ତ୍ରୀ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ।

ମହାଶିବରାତ୍ରୀରେ ନନ୍ଦୀ କାନରେ କଣ କହିବେ ?

ଶିବ ମନ୍ଦିରରେ ନନ୍ଦୀ ମହାରାଜ ରହିବା ନିର୍ଦିଷ୍ଟ ଅଟେ । କାରଣ ସେ ମହାଦେବଙ୍କ ବାହନ ଏବଂ ତାଙ୍କର ପ୍ରିୟ ଭକ୍ତ ଅଟନ୍ତି । ତେଣୁ ଯଦି ଆପଣ ନିଜର ମନସ୍କାମନା ନନ୍ଦୀ କାନରେ କହନ୍ତି ତେବେ ତାହା ନିଶ୍ଚିତ ପୂରଣ ହେବ । କିନ୍ତୁ ଯଦି ଆପଣ ବିଶ୍ୱାସ ନରଖି ଏବଂ ସତ ମନରେ ନନ୍ଦୀଙ୍କ କାନରେ ନକୁହନ୍ତି ତେବେ ତାହା ପୂରଣ ହେବନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *