Excuse Me Odisha

ଯାହା କହିବୁ ସତ କହିବୁ

ପିତାଙ୍କ ଘରେ ରହୁଥିବା ସ୍ତ୍ରୀ କେଉଁ ପାପ କରିଥାଏ । ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ପିତାଙ୍କ ଘରେ ରହିଥିବା ମହିଳା କଣ ପାପ କରିଥାଏ ଏବଂ ସେହି ପାପର ଫଳ କିଏ ଭୋଗ କରିଥାଏ ସେହି ବିଷୟରେ ଏକ ପ୍ରାଚୀନ କଥାରେ ବର୍ଣ୍ଣନା କରାଯାଇଛି । କଥା ଅନୁଯାୟୀ ଥରେ ଦେବର୍ଷି ନାରଦ ଯମଲୋକକୁ ଯିବା ସମୟରେ ଦେଖିଲେ ଯେ ଅନେକ ମହିଳା ନର୍କରେ ଅତ୍ୟନ୍ତ କଷ୍ଟ ଭୋଗୁଛନ୍ତି । ସେମାନେ କହୁଥାନ୍ତି ଯେ ଆମେ ପିତାଙ୍କ ଘରେ ରହି ଘୋର ପାପ କରିଛୁ । ତେଣୁ ସେହି ପାପରୁ ମୁକ୍ତି କେମିତି ମିଳିବ । ଏହାପରେ ସେ ଯମରାଜଙ୍କ ପାଖକୁ ଯାଆନ୍ତି ଏବଂ ନିଜ ମନରେ ଥିବା ପ୍ରଶ୍ନ ବିଷୟରେ ପଚାରନ୍ତି । ନାରଦଙ୍କ ପ୍ରଶ୍ନ ଏହା ଯେ ଜଣେ ମହିଳା ନିଜ ପିତାଙ୍କ ଘରେ ରହିଲେ କେଉଁ ପାପ କରିଥାଏ ଏବଂ ଏହି କାରଣରୁ ତାକୁ କେଉଁ ଫଳ ଭୋଗ କରିବାକୁ ପଡ଼ିଥାଏ । ଏହାର ଉତ୍ତର ଦେଇ ଯମରାଜ ଦ୍ଵାପର ଯୁଗର ଏକ କାହାଣୀ ଶୁଣାଇଛନ୍ତି ।

ମାଥୁର ରାଜ୍ୟରେ ମଥୁରା ନାମକ ନଗରୀ ଥିଲା ଯେଉଁଠି ଉଗ୍ରସେନ ନାମକ ଜଣେ ଯଦୁବଂଶୀ ସମ୍ରାଟ ରାଜତ୍ୱ କରୁଥିଲେ । ସେ ସତ୍ୟର ସାଥ ଦେଉଥିଲେ ଏବଂ ଖୁବ ପରାକ୍ରମୀ ଥିଲେ । ପୁଣି ବିଦର୍ଭ ରାଜ୍ୟରେ ସତ୍ୟକେତୁ ରାଜାଙ୍କର ଜଣେ ପୁତ୍ରୀ ପଦ୍ମାବତୀ ଥିଲେ । ସେ ଖୁବ ସୁନ୍ଦର ଥିଲେ । ତେବେ ସେ ନିଜ ପୁତ୍ରୀଙ୍କ ବିବାହ ଉଗ୍ରସେନଙ୍କ ସହିତ କରିଦେଲେ । ବିବାହ ପରେ ପଦ୍ମାବତୀ ସ୍ୱାମୀ ଉଗ୍ରସେନଙ୍କର ଖୁବ ସେବା କଲେ , ଯାହାଦ୍ୱାରା ଉଗ୍ରସେନ ମଧ୍ୟ ତାଙ୍କୁ ଖୁବ ପ୍ରେମ କରୁଥିଲେ । ଏମିତିକି ଦଣ୍ଡେ ନଦେଖି ତାଙ୍କୁ ରହି ପାରୁନଥିଲେ । ଏପଟେ ସତ୍ୟକେତୁଙ୍କର ନିଜ ଝିଅ ପଦ୍ମାବତୀଙ୍କ କଥା ମନେ ପଡ଼ିଲା ତେଣୁ ସେ ବାର୍ତ୍ତା ଲେଖି ଉଗ୍ରସେନଙ୍କ ପାଖକୁ ପଠାଇଲେ ଯେ ସେ ନିଜ ପୁତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି ତେଣୁ ସେ ତାଙ୍କ ପୁତ୍ରୀଙ୍କୁ ତାଙ୍କ ଘରକୁ ପଠାଇ ଦିଅନ୍ତୁ ବୋଲି ।

ଉଗ୍ରସେନ ସସମ୍ମାନେ ତାହାକୁ ସ୍ୱୀକାର କରି ପଦ୍ମାବତୀଙ୍କୁ ତାଙ୍କ ପିତାଙ୍କ ଘରକୁ ପଠାଇଲେ । ଘେରକୁ ଆସି ପଦ୍ମାବତୀ ନିଜ ପିତା ମାତାଙ୍କୁ ପ୍ରଣାମ କଲା ଏବଂ ନିଜ ପିତାଙ୍କ ଘରେ ସ୍ୱଚ୍ଛନ୍ଦରେ ରହିବାକୁ ଲାଗିଲା । ନିଜ ସଖୀଙ୍କ ସହିତ ଏତେ ମିଶିଗଲେ ଯେ ପୂର୍ବ ଝିଅ ଭଳି ରହିବାର ଲାଗିଲେ । ଥରେ ସେ ନିଜ ସଖୀ ମାନଙ୍କ ସହିତ ଏକ ପାହାଡ଼ ଉପରକୁ ଗଲେ ଯେଉଁଠି ଗୋଟିଏ ଅତି ସୁନ୍ଦର ରମଣୀୟ ଜଳାଶୟ ଥିଲା । ସ୍ୱଚ୍ଛ ପାଣି ଦେଖି ପଦ୍ମାବତୀ ସଖୀଙ୍କ ସହିତ ଖେଳିବାରେ ଲାଗିଲେ । ଏହି ସମୟରେ ଜଣେ ରାକ୍ଷସ ନିଜ ବିମାନରେ ଯିବା ସମୟରେ ଅତି ଦିବ୍ୟ ସୁନ୍ଦରୀଙ୍କୁ ଦେଖି ତାଙ୍କ ସହିତ ଉପଭୋଗ କରିବାକୁ ଇଚ୍ଛା କଲା । ତେବେ ସେ ଜାଣିଗଲା ଯେ ସେ ଉଗ୍ରସେନର ପତ୍ନୀ ବୋଲି । ତେଣୁ ଛଳ କରି ସେ ଉଗ୍ରସେନର ରୂପ ନେଇ ଏକ ଗଛ ତଳେ ବସି ମଧୁର ଗୀତ ଗାଇବା ଆରମ୍ଭ କଲା ।

ଏହା ଶୁଣି ସେମାନେ ଆକର୍ଷିତ ହୋଇ ସେହି ଗଛ ମୂଳରେ ପହଞ୍ଚିଲେ । ପଦ୍ମାବତୀ ଦେଖିଲେ ଯେ ଗଛ ତଳେ ଉଗ୍ରସେନଙ୍କ ଭଳି ଦେଖିବାକୁ ଜଣେ ପୁରୁଷ ବସିଛନ୍ତି କିନ୍ତୁ ସେ ବାସ୍ତବରେ ରାକ୍ଷସ ଗଭୀଲ ଥିଲା । ତେବେ ପଦ୍ମାବତୀ ଭାବିଲେ ଯେ ତାଙ୍କ ସ୍ୱାମୀ ରାଜ୍ୟ ଛାଡ଼ି ଏଭଳି କାହିଁକି ଆସିଛନ୍ତି । ଏତିକି ସମୟରେ ରାକ୍ଷସ କହିଲା ଯେ ପଦ୍ମାବତୀଙ୍କ ବିନା ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଖୁବ କଷ୍ଟରେ କଟୁଛି । ଏହାପରେ ରାକ୍ଷସ ପଦ୍ମାବତୀଙ୍କ ହାତ ଧରି ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହିତ ଉପଭୋଗ କରିବାକୁ ଲାଗିଲା । କିନ୍ତୁ ଉଗ୍ରସେନଙ୍କର କିଛି ଅଙ୍ଗରେ ଥିବା ଚିହ୍ନ ସେହି ରାକ୍ଷସ ଦେହରେ ନଥିବାରୁ ପଦ୍ମାବତୀ ଜାଣିଦେଲେ ଏବଂ ନିଜ ପୋଷାକକୁ ସମ୍ଭାଳି ଛିଡ଼ା ହୋଇଗଲେ । ସେ ନିଜେ ନିଜେ ଖୁବ ଦୁଃଖିତ ହେଲେ ।

ସେ କ୍ରୋଧିତ ହୋଇ ରାକ୍ଷସ ଗଭିଲକୁ ଅଭିଶାପ ଦେବାକୁ ଲାଗିଲା । ଏହାପାରେ ରାକ୍ଷସ କହେ ଯେ ଯେଉଁ ସ୍ତ୍ରୀ ସ୍ୱାମୀର ଖୁସିରେ ଖୁସି ଏବଂ କୌଣସି ପରିସ୍ଥିତିରେବି ନିଜ ସ୍ୱାମୀର ତ୍ୟାଗ କରି ନଥାଏ ସେହି ହିଁ ବାସ୍ତବ ପତିବ୍ରତା ହୋଇଥାଏ । ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡ଼ି ମନ ଇଚ୍ଛା କାମ ଏବଂ ଏଣେତେଣେ ବୁଲିଥାଏ ସେ ସଂସାରରେ ବ୍ୟଭିଚାରିଣୀ ହୋଇଥାଏ । ତେବେ ସେ ବିବାହିତ ହୋଇ ସୁଦ୍ଧା ଏହି ଜଙ୍ଗଲରେ କାହିଁକି ବୁଲୁଛି ବୋଲି ରାକ୍ଷସ ଗଭିଲ ପଚାରିଲା । ଆଉ କହିଲା ଯେ ପଦ୍ମାବତୀ ବ୍ୟଭିଚାରିଣୀ ଏବଂ ପାପୀ । ଏହାପରେ ପଦ୍ମାବତୀ କହନ୍ତି ଯେ ନିଜ ପିତା ଡାକି ଥିବାରୁ ସେ ଆସିଛନ୍ତି । ତେଣୁ ଏଥିରେ ପାପ କେଉଁଠି ରହିଲା । ପୁଣି ସେ ସ୍ୱାମୀଙ୍କୁ ଖୁବ ଭଲ ପାଆନ୍ତି ଏବଂ ତାଙ୍କର ସେବା କରନ୍ତି ତେବେ ସେ କିଭଳି ତାଙ୍କୁ ଦୂଷିତ କରିବାର ଦୁଃସାହସ କଲା ।

ଏହାପରେ ରାକ୍ଷସ କହେ ଯେ ଯଦି ସେ ବାସ୍ତବରେ ପତିବ୍ରତା ହୋଇଥାନ୍ତେ ତେବେ ନିଶ୍ଚୟ ଚିହ୍ନି ପାରିଥାନ୍ତେ । ପତିବ୍ରତା ସ୍ତ୍ରୀ ନିଜ ସ୍ୱାମୀର ସୁଗନ୍ଧରୁ ହିଁ ଜାଣି ପାରେ । ଏହା ଶୁଣି ରାଣୀ ପଦ୍ମାବତୀଙ୍କୁ ନିଜର ଭୁଲ ଜଣା ପଡ଼ିଲା ଏବଂ ସେ ଦୁଃଖିତ ହୋଇ ପଶ୍ଚାତାପ କରିବାରେ ଲାଗିଲେ । ଏହାପରେ ରାକ୍ଷସ ଗଭୀଲ କହିଲା ଯେହେତୁ ସେ ପଦ୍ମାବତୀଙ୍କୁ ଉପଭୋଗ କରିଛନ୍ତି ଯେଉଁ ତାଙ୍କର ଜଣେ ପୁତ୍ର ଜନ୍ମ ହେବ ଯିଏକି ତିନୋଲୋକ ପାଇଁ ସମସ୍ୟା ହେବ । ଯାହା ପଦ୍ମାବତୀଙ୍କ ପାପର ଦଣ୍ଡ ହେବ । ଗଭିଲ ଖୁବ ପାପୀ ଥିଲା ଏବଂ ତାର ଜାଲରେ ଫଶୀ ଜଣେ ପତିବ୍ରତାର ପତିବ୍ରତା ଧର୍ମ ନଷ୍ଟ ହୋଇ ଯାଇଥିଲା । ଏହାପରେ ପଦ୍ମାବତୀ କାନ୍ଦିବାରୁ ତାଙ୍କ ସଖୀ ମାନେ ତାଙ୍କ ପାଖକୁ ଆସି ପଚାରିଲେ । ପଦ୍ମାବତୀ ସବୁ କଥା କହିଲେ । ତାଙ୍କ ସଖୀ ମାନେ ତାଙ୍କୁ ଘରକୁ ନେଇଗଲେ ଏବଂ ପଦ୍ମାବତୀଙ୍କ ମା’ ଙ୍କୁ ସବୁ କଥା କହିଲେ ।

ତାପରେ ରାଜା ସତ୍ୟକେତୁ ଏହା ଜାଣି ଖୁବ ଦୁଃଖିତ ହେଲେ ଏବଂ ପଦ୍ମାବତୀଙ୍କୁ ତୁରନ୍ତ ତାଙ୍କ ସ୍ୱାମୀଙ୍କ ଘରକୁ ପଠାଇଦେଲେ । ପଦ୍ମାବତୀଙ୍କୁ ଦେଖି ଉଗ୍ରସେନ ଖୁବ ଖୁସି ହେଲେ । ଏହାପରେ ପଦ୍ମାବତୀ ରାଜା ଉଗ୍ରସେନଙ୍କୁ ଆଲିଙ୍ଗନ କରି କାନ୍ଦିବାରେ ଲାଗିଲେ । ରାଜା ପଚାରିବାରୁ ସେ କିଛି ନକହି ସାଧରଣ ଭାବରେ ରହିବାର ଲାଗିଲେ । ରାଣୀ ଗର୍ଭରେ ସନ୍ତାନ ଧୀରେ ଧୀରେ ବଢ଼ିବାରେ ଲାଗିଲା ଏବଂ ସନ୍ତାନ କାହାର ରାଣୀ ତାହାକୁ କାହାକୁ କହିଲେ ନାହିଁ । ତାପରେ ମହା ଭୟଙ୍କର ରାକ୍ଷସ କଂସର ଜନ୍ମ ହେଲା । କଂସ ବଡ଼ ହୋଇ ତିନିଲୋକର ନିବାସୀଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା । ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ତାର ମୃତ୍ୟୁ ହେଲା ଏବଂ ତାକୁ ମୋକ୍ଷ ପ୍ରାପ୍ତ ହେଲା । ଏହାପରେ ଯମରାଜ ଦେବର୍ଷିଙ୍କୁ କହିଲେ ଏହିଭଳି ଯେଉଁ କନ୍ୟା ବିବାହ ପରେ ନିଜ ପିତାଙ୍କ ଘରେ ରହେ ସେ ବିଗିଡ଼ି ଯାଏ । ତାର ପାପ ପିତା ମାତାଙ୍କୁ ଭୋଗିବାକୁ ପଡ଼ିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *