Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୩୧ , ଶ୍ରାବଣ ମାସର ଚତୁର୍ଥ ସୋମବାର , ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ସମ୍ପୂର୍ଣ୍ଣ ୪୦୦ ବର୍ଷ ପରେ ସୃଷ୍ଟି ହେଉଛି ଶୁଭ ଯୋଗ ।

ସେୟାର୍ କରନ୍ତୁ

ଶାସ୍ତ୍ରରେ ତୁଳସୀ ଗଛରେ ଏକ ଖାଅ ଜିନିଷ ବାନ୍ଧିବା ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ବ୍ୟକ୍ତିର ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଏ । କହିରଖିବୁ ଯେ ତୁଳସୀ ଯେ କେବଳ ପୂଜନୀୟ ତାହା ନୁହେଁ , ଏହା ଏକାଧିକ ରୋଗର ଉପଚାର ପାଇଁ ରାମବାଣ ସଦୃଶ କାମ କରିଥାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ତୁଳସୀଙ୍କୁ ମାତାଙ୍କ ଆଖ୍ୟା ଦିଆଯାଇଛି ଏବଂ ମାତା ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଧାଙ୍ଗୀନି ମଧ୍ୟ ମାନାଯାଇଛି । ତେଣୁ ଘରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କ ପୂଜା କଲେ ଘରକୁ ସୁଖ ସମୃଦ୍ଧତା ଏବଂ ଖୁସିର ଆଗମନ ହୋଇଥାଏ । ଏହାସହିତ ଯଦି ଆପଣ ତୁଳସୀ ବିବାହ କରାନ୍ତି ତେବେ ତାହା ଅଧିକ ଶୁଭ ହୋଇଥାଏ ।

ମାତ୍ର ତୁଳସୀ ଗଛ ରଖିଲେ ଏବଂ ପୂଜା କଲେ କିଛି ଜରୁରୀ ନିୟମ, ଯେମିତିକି ତୁଳସୀ ଗଛ ପାଖରେ ଅପଶବ୍ଦ , ଜୋତା ଚପଲ ରଖିବା , ଛେପ ପକାଇବା , ଭଗବାନ ଶିବ ଏବଂ ଶ୍ରୀଗଣେଶଙ୍କ ପ୍ରତିମା ରଖିବା , ଲିଭି ଯାଇଥିବା ଦୀପ ରଖିବା , ଶୁଖିଲା ତୁଳସୀ ପତ୍ରକୁ କିମ୍ବା ଝଡ଼ି ଯାଇଥିବା ପତ୍ରକୁ ଏଣେତେଣେ ଫିଙ୍ଗିବା , ନଖରେ ତୁଳସୀ ପତ୍ର ଛିଡ଼ାଇବା ଇତ୍ୟାଦି ବର୍ଜିତ ଅଟେ । ଆପଣ ଶୁଖିଲା ତୁଳସୀ ପତ୍ରକୁ ଜଳରେ ପ୍ରବାହିତ କରି ପାରିବେ । ରବିବାର ଦିନ ତୁଳସୀ ପୂଜନ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ମୂଳରେ ସକାଳ ସନ୍ଧ୍ୟାରେ ଦୀପ ନିଶ୍ଚିତ ଜାଳିବା ଉଚିତ । ବିବାହିତା ମହିଳା କେବେବି ନିଜ କେଶକୁ ଖୋଲା ରଖି ତୁଳସୀ ପୂଜନ କରିବା ଉଚିତ ନୁହେଁ । ସର୍ବଦା କେଶ ବାନ୍ଧି ସିନ୍ଦୁର ଲଗାଇ ପୂଜା କରିବା ଉଚିତ ।

ମାସିକ ଧର୍ମ ସମୟରେ ମହିଳା ମାନେ ଭୁଲରେବି ତୁଳସୀ ଗଛରେ ଜଳ ଅର୍ପିତ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ତୁଳସୀ ଗଛ ଶୁଖିଯାଇ ପାରେ । ଏହାବ୍ୟତୀତ ସର୍ବଦା ପାନୀୟ ଯୋଗ୍ୟ ପାଣି ହିଁ ତୁଳସୀ ଗଛରେ ଦେବା ଉଚିତ ଏବଂ ସେହି ସମୟରେ ମନରେ ଖରାପ ଚିନ୍ତନ ଆଣିବା ଉଚିତ ନୁହେଁ । ଭୁଲରେବି ଖରାପ ମାଟିରେ ତୁଳସୀ ଗଛ ଲଗାନ୍ତୁ ନାହିଁ । ଯଦି ଘରେ ଥିବା ତୁଳସୀ ଗଛ ଶୁଖିଯାଉଛି ତେବେ ଏହା ଘର ଉପରକୁ ଆସୁଥିବା ବିପଦ ବିଷୟରେ ଇଙ୍ଗିତ କରିଥାଏ । ତେଣୁ ତୁରନ୍ତ ତାହାକୁ ହଟାଇ ଆଉ ଏକ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରଖନ୍ତୁ ଏବଂ ଏକାଧିକ ତୁଳସୀ ଗଛ ଥିଲେ କୌଣସି ପଡ଼ୋଶୀଙ୍କୁ ମଧ୍ୟ ଦେଇ ପାରିବେ ।

ଘରେ ଅନ୍ୟ କିଛି ଗଛ ଯେପରିକି ନାଗଫେଣି ଗଛ ରଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ଏହି ଗଛରେ କଣ୍ଟା ଥିବାରୁ ତାହା ନକରାତ୍ମକତାର ଉତ୍ସ ହୋଇଥାଏ । କିନ୍ତୁ ଗୋଲାପ ବ୍ୟତିକ୍ରମ ଅଟେ । ଘରେ ତୁଳସୀ ଗଛ ପାଖରେ ନାଗଫେଣି ଗଛ ଲଗାଇବା ଉଚିତ ନୁହେଁ । କାରଣ ଏହି ଗଛ ଭୁତ ପ୍ରେତକୁ ମଧ୍ୟ ଆକର୍ଷିତ କରିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇ ପାରିବେ । ଘରେ ତୁଳସୀ ଗଛ ଥିଲେ ଶାଳୀଗ୍ରାମ ନିଶ୍ଚିତ ରଖନ୍ତୁ ଏବଂ ତୁଳସୀ ଓ ଶାଳୀଗ୍ରାମ ବିବାହ କରାଇଲେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଉଭୟ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ଘରେ ଶାଳୀଗ୍ରାମ ରହିଥାଏ ସେହି ଘରେ ରୋଗ ଆସିନଥାଏ ଏବଂ ସେହି ଘରର ଲୋକଙ୍କର ଉନ୍ନତି ହୋଇଥାଏ , ସୁଖ ସମୃଦ୍ଧି ବଜାୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *