Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚଟି ପକ୍ଷୀ ଘରକୁ ଆସିଲେ ଘରକୁ ଆଣିଥାଏ ଦାରିଦ୍ର୍ୟତା । ଏବଂ କେବଳ ଗୋଟିଏ ପକ୍ଷୀ କରିଥାଏ ମାଲାମାଲ ।

ସେୟାର୍ କରନ୍ତୁ

ସାଧରଣତଃ ପରିବେଶରେ ରହୁଥିବା ପକ୍ଷୀ ପର୍ଯ୍ୟାବରଣର ମୁଖ୍ୟ ଅଂଶ ଅଟେ । ସାଧରଣତଃ ଆମ ପରିବେଶ ଏବଂ ପକ୍ଷୀ ଜୀବଜନ୍ତୁ ପରସ୍ପର ସହିତ ଜଡ଼ିତ । ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ପକ୍ଷୀ ଘରକୁ ଆସି ବସିଥାନ୍ତି ଏବଂ ଘରେ ବସା ବନେଇ ଥାଆନ୍ତି । କିନ୍ତୁ ଏହିସବୁ ପକ୍ଷୀ ବିଷୟରେ ନିଶ୍ଚୟ ଜାଣି ରଖିବା ଉଚିତ । କାରଣ ଏହି ପକ୍ଷୀ ମଧ୍ୟରୁ କିଛି ପକ୍ଷୀ ଘରକୁ ଆସିଲେ ଅଶୁଭ ହୋଇଥାଏ ଏବଂ ଆଉ କିଛି ପକ୍ଷୀ ଅତ୍ୟନ୍ତ ଅଶୁଭ ହୋଇଥାଏ ।

୧ . ବାଇ ଚଢ଼େଇ:-

ଏହି ପକ୍ଷୀ ଘରକୁ ଆସିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀର କାକଳି ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଯଦି ଏହି ପକ୍ଷୀ ଆପଣଙ୍କ ଘରକୁ ଆସି ବସା ତିଆରି କରୁଛି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ମାତ୍ର ଘରେ ବାଇ ଚଢ଼େଇ ମରିଲେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ ।

୨ . ପାରା:-

ପାରାକୁ ଏକ ଶୁଭ ପକ୍ଷୀ କୁହାଯାଏ ଏବଂ ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ଘରକୁ ଆସିଲେ ଦାନା ଖୁଆଇବା ଉଚିତ । କିନ୍ତୁ ଏହି ପକ୍ଷୀ ଘରକୁ ଆସି ବସା ବନାଇଲେ ତାହା ଅଶୁଭ ହୋଇଥାଏ । କାରଣ ପାରାର ସମ୍ବନ୍ଧ ରାହୁ ସହିତ ହୋଇଥାଏ । ତେଣୁ ଏହି ପକ୍ଷୀ ଘରେ ଅପରିଷ୍କାର କଲେ ରାହୁ ଦୋଷ ସୃଷ୍ଟି ହୋଇଥାଏ ।

୩ . ପେଚା:-

ଦୀପାବଳି କିମ୍ବା ନବରାତ୍ରୀରେ ପେଚା ଦେଖାଯିବା ଅତ୍ୟନ୍ତ ଶୁଭ ଅଟେ କାରଣ ପେଚା ମାତା ଲକ୍ଷ୍ମୀଙ୍କ ବାହନ ଅଟେ । କିନ୍ତୁ ଗୋଟିଏ ଦିଗରେ ପେଚା ବାରମ୍ବାର ଶବ୍ଦ କରିବା ଅତ୍ୟନ୍ତ ଅଶୁଭ ଅଟେ । ଯେଉଁଠି ସକାଳ ସମୟରେ ପେଚା ରାବ ଶୁଣିବା ଯେତିକି ଶୁଭ ସନ୍ଧ୍ୟା କିମ୍ବା ରାତିରେ ଶୁଣିବା ସେତିକି ଅଶୁଭ ସଙ୍କେତ ଅଟେ ।

୪ . କାଠହଣା ପକ୍ଷୀ:-

ଏହି ପକ୍ଷୀ ଯେଉଁଦିନ ଘରକୁ ଆସିଥାଏ ଏବଂ ଘରେ ହଠାତ ରହିବାକୁ ଲାଗେ ତେବେ ଏହା ଭୂମିକମ୍ପ ଆସିବାର ସଙ୍କେତ ଅଟେ । କାରଣ ସବୁବେଳେ ଭୂଇଁରେ ରହୁଥିବା ଏହି ପକ୍ଷୀ ହଠାତ ଘରେ ବାସ କଲେ ଏହା ବିପଦର ସଙ୍କେତ ଦେଇଥାଏ ।

୫ . ମହୁମାଛି ଏବଂ ବିରୁଡ଼ି:-

ସେହିଭଳି ଘରେ ମହୁମାଛି ଫେଣା ବନାଇବା ମଧ୍ୟ ଶୁଭ ହୋଇନଥାଏ । ତେଣୁ ଏପରି ଦେଖିଲେ ତୁରନ୍ତ ମହୁମାଛିକୁ ଘଉଡ଼ାଇ ଦିଅନ୍ତୁ । ସେହିଭଳି ବିରୁଡ଼ି ଘରେ ବସା ବନାଇଲେ ମଧ୍ୟ ଅଶୁଭ ହୋଇଥାଏ । ତେଣୁ ଏହାକୁ ତୁରନ୍ତ ଘରୁ ହଟାଇ ଦେବା ଉଚିତ ।

୬ . ଶାଗୁଣା:-

ଏହି ପକ୍ଷୀକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଅଶୁଭ ପକ୍ଷୀ ମାନା ଯାଏ । କାରଣ ଏହି ପକ୍ଷୀ ମୃତ ଶବକୁ ଖାଇଥାଏ । ତେଣୁ ଏହି ପକ୍ଷୀ ଘରକୁ ଆସିଲେ ତାହା ଅଶୁଭ ସଙ୍କେତ ଅଟେ । ଏହାଦ୍ବାରା ଘରେ ଧନ ହାନୀ ସହିତ ଘର ଉପରେ ସମସ୍ୟା ଦେଖା ଦେଇଥାଏ । ଏହି ପକ୍ଷୀ ଘରକୁ ଆସିଲେ ତାହାକୁ ତୁରନ୍ତ ଘଉଡ଼ାଇ ଘରେ ଶାନ୍ତି ପାଠ କରିବା ଉଚିତ ।

୭ . କାଉ:-

ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ନିମନ୍ତେ କାଉ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ବାରମ୍ବାର ଘରକୁ କାଉ ବିନା କାରଣରେ ଆସିବା ଏବଂ ଘରେ ବସା ବନାଇବା ଅଶୁଭ ହୋଇଥାଏ । ସେହିଭଳି ସ୍ୱପ୍ନରେ କାଉ ଆସିବା ମଧ୍ୟ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ । ସକାଳୁ କାଉ ଦେଖିଲେ ଦିନ ସାରା ଅଶାନ୍ତିର ସଙ୍କେତ ଦେଇଥାଏ ଏବଂ ସ୍ୱପ୍ନରେ କାଉ ରାବ ଶୁଣିବା କୌଣସି ସମାଚାରର ସଙ୍କେତ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *