Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ପ୍ରତ୍ୟେକ ବିବାହିତା ନାରୀ କରି ଦିଅନ୍ତୁ ଏହି କିଛି କାମ । ଭଗବାନ ଶିବ ହେବେ ପ୍ରସନ୍ନ ଏବଂ ସ୍ୱାମୀ ହେବେ ଭାଗ୍ୟବାନ ।

ସେୟାର୍ କରନ୍ତୁ

ଏମିତିରେ ତ ଶ୍ରାବଣ ମାସକୁ ପ୍ରେମର ମାସ କୁହାଯାଏ ଏବଂ ଏହି ମାସରେ ଭକ୍ତଙ୍କ ଭକ୍ତି ମହାଦେବଙ୍କ ପ୍ରତି ପ୍ରଗାଢ଼ ରହିଥାଏ । ଏହା ଏକ ଅବସର କହିଲେ ଚଳେ । ତେଣୁ ଶାସ୍ତ୍ର ଅନୁଯାୟୀ ଏହି ମାସରେ ବିବାହିତା ମହିଳା କିଛି ଖାସ କାମ କଲେ ସୌଭଗ୍ୟ ପ୍ରାପ୍ତି ହେବା ସହିତ ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ ଏବଂ ରୋଗ ଶୋକରୁ ମଧ୍ୟ ମୁକ୍ତି ମିଳିଥାଏ । ଶ୍ରାବଣ ମାସ ଅନ୍ୟ ମାସ ଠାରୁ ଖାସ ଏବଂ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହି ମାସରେ ଭକ୍ତଙ୍କର ସାମାନ୍ୟ ନିଷ୍ଠା କାରଣରୁ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ତେବେ ଶ୍ରାବଣ ମାସରେ ସୋମବାର ବ୍ରତ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ମହତ୍ତ୍ୱପୂର୍ଣ୍ଣ ହେଉଛି ମଙ୍ଗଳବାର ଦିନ ମାତା ପାର୍ବତୀଙ୍କ ନିମିତ୍ତ ମଙ୍ଗଳାଗୌରୀ ବ୍ରତ ।

ତେଣୁ ବିବାହିତା ମହିଳା ଏହିଦିନ କିଛି ଖାସ କାମ କଲେ ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ । ସୋମବାର ଦିନ ମହାଦେବ ମନ୍ଦିରକୁ ପୂଜା ପାଇଁ ଗଲେ ଏକ ପାତ୍ରରେ କ୍ଷୀର , କେଶର , ଚାଉଳ ନେଇ ଯାଆନ୍ତୁ ଏବଂ ତାହାକୁ ଶିବଲିଙ୍ଗରେ ଅର୍ପିତ କରି ତାହାର କିଛି ଅଂଶକୁ ଏକ ଡବାରେ ପୁରାଇ ନେଇ ଆସନ୍ତୁ । ସେଥିରୁ ଏକ ବୁନ୍ଦା ନିଜ ସ୍ୱାମୀଙ୍କ କଣ୍ଠରେ ଲଗାଇଲେ ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ ।

ମହାଦେବଙ୍କ ପୂଜା ପରେ ପ୍ରତ୍ୟେକ ଦିନ ମାତା ପାର୍ବତୀଙ୍କୁ ସିନ୍ଦୁର ଏବଂ ରୋଲି ଅର୍ପିତ କରି ପୂଜା କରନ୍ତୁ । ଏହାଦ୍ବାରା ସ୍ୱାମୀର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିହ । ସେହି ସିନ୍ଦୁରକୁ ମହିଳା ନିଜ ମସ୍ତକରେ ମଧ୍ୟ ଲଗାଇ ପାରିବେ । ଶ୍ରାବଣ ମାସରେ ସବୁଠି ସବୁଜ ରଙ୍ଗର ପରିବେଶ ରହିଥାଏ । ଗଛପତ୍ର ସବୁଜ ରହିଥାଏ ।

ତେଣୁ ଏହି ମାସରେ ମହିଳା ମାନେ ଶାଢ଼ୀ ଶଙ୍ଖା ଇତ୍ୟାଦି ସବୁଜ ରଙ୍ଗର ହିଁ ଧାରଣ କରିବା ଉଚିତ । ଏହାଦ୍ବାରା ମାତା ପାର୍ବତୀ ଏବଂ ମହାଦେବ ସୌଭଗ୍ୟବତୀ ଆଶୀର୍ବାଦ ଦିଅନ୍ତି ଏବଂ ଖୁବ ପ୍ରସନ୍ନ ମଧ୍ୟ ହୁଅନ୍ତି । ସେହିଭଳି ଶ୍ରାବଣ ମାସରେ ନାଲି ବସ୍ତ୍ର ଧାରଣ କଲେ ତାହା ସୌଭଗ୍ୟର ପ୍ରତୀକ ଅଟେ । ବିଶେଷ କରି ପୂଜା ସମୟରେ ନାଲି ବସ୍ତ୍ର ଧାରଣ କରିବା ଦ୍ୱାରା ମହାଦେବ ଏବଂ ମାତା ପାର୍ବତୀ ପ୍ରସନ୍ନ ହୁଅନ୍ତି ।

ଶ୍ରାବଣ ମାସରେ ବିବାହିତା ମହିଳା କଳା ରଙ୍ଗର ବସ୍ତ୍ର ଧାରଣ କରିବା ବର୍ଜିତ ଅଟେ ଏବଂ ଏହି ମାସରେ ବିବାହିତା ମହିଳାଙ୍କ ବେକରେ ମଙ୍ଗଳସୁତ୍ର ରହିବା ନିତାନ୍ତ ଜରୁରୀ ଅଟେ । କିନ୍ତୁ ମଙ୍ଗଳସୁତ୍ର ଛିଡ଼ି ଯାଇଥିଲେ ଆପଣ ଅନ୍ୟ କୌଣସି ଚେନ ଧାରଣ କରି ପାରିବେ । କିନ୍ତୁ ବେକ କୌଣସି ପରିସ୍ଥିତିରେ ବି ଖାଲି ରହିବା ଉଚିତ ନୁହେଁ ।

ଏହି ମାସରେ ବିବାହିତା ମହିଳାଙ୍କ ସିଂଥିରେ ସିନ୍ଦୁର ଭରି ରହିବା ଶୁଭ ହୋଇଥାଏ । ଏହାବ୍ୟତୀତ ସିନ୍ଦୁର ବାଣ୍ଟିବା ଏହି ମାସରେ ଶୁଭ ହୋଇଥାଏ । ଖାସ କରି ଷୋହଳ ଶୃଙ୍ଗାର ମଧ୍ୟରୁ କିଛି ଜିନିଷ ନିଜ କ୍ଷମତା ଅନୁଯାୟୀ ଦାନ କରିବା ଶୁଭ ହୋଇଥାଏ । ଏହି ମାସରେ ପାଦରେ ପାଉଁଜି ଧାରଣ କରିବା ମଧ୍ୟ ଶୁଭ ହୋଇଥାଏ ।

ଏଭଳି ବ୍ୟକ୍ତିଙ୍କ ଉପରେ ସର୍ବଦା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କୃପାଦୃଷ୍ଟି ବଜାୟ ରହିଥାଏ । ବିବାହିତ କିମ୍ବା କୁଆଁରୀ କନ୍ୟା ସମସ୍ତେ ନିଜ ହାତରେ ମେହେନ୍ଦୀ ଲଗାଇବା ଉଚିତ । ଏଭଳି କରିବା ଦ୍ୱାର ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ । ମେହେଣ୍ଡି ଷୋହଳ ଶୃଙ୍ଗାର ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାକୁ ମାତା ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ମେହେନ୍ଦୀ ଲଗାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *