Excuse Me Odisha

ଯାହା କହିବୁ ସତ କହିବୁ

ଲେମ୍ବୁର ୧୦ ଟି ଚମତ୍କାରି ତୋଟକା । ଯାହା ଆପଣଙ୍କୁ କରିପାରେ ଧନୀ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ସମସ୍ୟାର ଅନ୍ତ ଏତେ ସହଜରେ ହୁଏନାହିଁ । କିଛି ସମସ୍ୟା ଏପରି ହୋଇଥାଏ ଯାହା ମନୁଷ୍ୟକୁ ସମ୍ପୂର୍ଣ୍ଣ ବର୍ବାଦ ମଧ୍ୟ କରିଥାଏ । ଏମିତିରେ ମନୁଷ୍ୟ ଜୀବନରେ ଆର୍ଥିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଅଟେ ଏବଂ ନଜର ଦୋଷ କାରଣରୁ ମନୁଷ୍ୟ ଜୀବନରେ କେବେବି ଶାନ୍ତି ଆସିପାରେ ନାହିଁ । ସମସ୍ୟାର ଅନ୍ତ ପାଇଁ ମନୁଷ୍ୟ ଅନେକ ପୁରା କାଳରୁ ଲେମ୍ବର କିଛି ଖାସ ପ୍ରୟୋଗ କରିଆସୁଛି । ଆମେ ମଧ୍ୟ ଆଜିକାର ଲେଖାରେ ଶାସ୍ତ୍ରରେ ବର୍ଣ୍ଣିତ ଲେମ୍ବୁର ୧୦ ଟି ବିଶେଷ ପ୍ରୟୋଗ ବିଷୟରେ କହିବୁ ।

୧ . ଖରାପ ନଜର:-

ଅନେକ ସମୟରେ କାର୍ଯ୍ୟ ସ୍ଥଳ , ଦୋକାନ କିମ୍ୱା ବ୍ୟବସାୟରେ କାହାରି ଖରାପ ନଜର କାରଣରୁ କ୍ଷତି ହୋଇଥାଏ ଏବଂ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଲେମ୍ବୁ ସହିତ ଲଙ୍କା ମୁଖ୍ୟଦ୍ୱାର କିମ୍ବା ମୁଖ୍ୟ କବାଟରେ ବାନ୍ଧି ରଖନ୍ତୁ । କୁହାଯାଏ ଯେ ଲେମ୍ବୁର ଖଟା ସ୍ୱାଦ ଏବଂ ଲଙ୍କାର ତିକ୍ତ ସ୍ୱାଦ ଖରାପ ନଜର ପକାଉଥିବା ବ୍ୟକ୍ତିର ପ୍ରଭାବକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଶରୀରର ଏକାଧିକ ରୋଗ ମଧ୍ୟ ଲେମ୍ବୁ ଦ୍ୱାରା ଠିକ ହୋଇଯାଏ ।

୨ . ନକରାତ୍ମକତା ଦୂର:-

ବାସ୍ତୁ ଶାସ୍ତ୍ରରେ ଘରେ ଲେମ୍ବୁ ଗଛ ଲଗାଇବାର ଲାଭ ବିଷୟରେ କୁହାଯାଇଛି । ଘରେ ଲେମ୍ବୁ ଗଛ ଲଗାଇଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ , ଦ୍ଵେଷ ଭଳି ସମସ୍ୟା ମଧ୍ୟ ହୁଏନାହିଁ । ତେଣୁ ଘରେ ଲେମ୍ବୁ ଗଛ ଲଗାଇ ଦିଅନ୍ତୁ । ଘରେ ନକରାତ୍ମକ ଶକ୍ତି ଥିଲେ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହାଣ ସାତ ଥର ବୁଲି ସେହି ଚାରୋଟି ଲେମ୍ବୁକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଦେଖିବେ ନକରାତ୍ମକତା ନଷ୍ଟ ହୋଇଯିବ ।

୩ . ସଫଳତା:-

ଅନେକ ସମୟରେ ମନୁଷ୍ୟକୁ ପରିଶ୍ରମ ସତ୍ତ୍ୱେବି ସଫଳତା ମିଳି ନଥାଏ ଏବଂ ଚାକିରୀ ଭାଗ୍ୟରେ ମିଳି ନଥାଏ । ତେଣୁ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲେମ୍ବୁ ନେଇ ହନୁମାନଙ୍କ ମନ୍ଦିରକୁ ଯାଇ ପ୍ରବେଶ କରିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲେମ୍ବୁକୁ ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତୁ । ଦେଖିବେ ଆପଣଙ୍କୁ ଚାକିରୀ ନିଶ୍ଚୟ ମିଳିଯିବ ।

୪ . ଛୋଟ ଏବଂ ବଡ଼ଙ୍କ ଉପରେ ନଜର ଦୋଷ:-

ଘରେ କୌଣସି ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ଉପରେ ନଜର ଦୋଷ ଲାଗିଥିଲେ , ଗୋଟିଏ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ଏକ ଧାରୁଆ ଛୁରୀ ଦ୍ୱାରା ଦୁଇ ଫାଳରେ କାଟି ଦିଅନ୍ତୁ ଏବଂ ତାହାକୁ ନେଇ ଘର ବାହାରେ କୌଣସି ସ୍ଥାନରେ ପୋତି ଦିଅନ୍ତୁ । ବହୁତ ଜଲଦି ଆପଣଙ୍କୁ ଫରକ ଅନୁଭୂତ ହେବ ।

୫ . ବ୍ୟବସାୟ:-

ନଜର ଦୋଷ କାରଣରୁ ମଧ୍ୟ ବ୍ୟବସାୟରେ କ୍ଷତି ହୋଇଥାଏ । ଏଭଳି ସମସ୍ୟା ଥିଲେ ଗୋଟିଏ ଲେମ୍ବୁ ନେଇ ତାହାକୁ ଚାରି ଭାଗ କରି କାର୍ଯ୍ୟସ୍ଥଳର ଚାରି ପାର୍ଶ୍ଵରେ ଚାରୋଟି ରଖି ଦିଅନ୍ତୁ ଏବଂ ସନ୍ଧ୍ୟା ୭ ଟା ପରେ ତାହାକୁ ଭିନ୍ନ ଭିନ୍ନ ନାଲି କପଡ଼ାରେ ବାନ୍ଧି କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ବ୍ୟବସାୟ ଜନିତ ସମସ୍ୟା ଦୂର ହୋଇଯିବ ।

୬ . ଯଦି ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ ଏବଂ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଗୋଟିଏ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ୧୦୮ ଥର ‘ ଓଁ ଶ୍ରୀ ହନୁମତେ ନମଃ ‘ ମନ୍ତ୍ରର ଜପ କରି ଚାରୋଟି ଲବଙ୍ଗକୁ ସେହି ଲେମ୍ବୁରେ ପୋତି ଦିଅନ୍ତୁ । ଯେଉଁ ଦିନ ଆପଣ କୌଣସି ଇଣ୍ଟରଭିଉ ପାଇଁ ଯିବେ ସେହି ଲେମ୍ବୁକୁ ନେଇ ନିଜ ବ୍ୟାଗରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣ ସଫଳତା ପାଇବେ । ଏହାଦ୍ବାରା ଭାଗ୍ୟ ସୁଦୃଢ଼ ହୋଇଥାଏ ।

୭ . ରୋଗରୁ ମୁକ୍ତି:-

ଦୀର୍ଘ ଦିନରୁ କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ହେଉଥିଲେ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁ ନେଇ ତାହାକୁ ସେହି ପୀଡ଼ିତ ବ୍ୟକ୍ତିଙ୍କ ଉପର ଦେଇ ୭ ଥର ବୁଲାନ୍ତୁ ଏବଂ ତାପରେ ଏକ ଧାରୁଆ ଛୁରୀ ନେଇ ୨୧ ଥର ବୁଲାଇ ଚାରି ଭାଗ କରି କାଟି ଦିଅନ୍ତୁ । ତାହାକୁ ରାତି ୯ ରେ କୌଣସି ଉଚ୍ଚ ସ୍ଥାନକୁ ଯାଇ ଚାରି ଦିଗରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ପରିବାରର ସବୁ ସଦସ୍ୟଙ୍କ ଉପରୁ ନଜର ଦୋଷ ଦୂର ହେବ ଏବଂ ରୋଗରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଭଲ ହୋଇଯିବେ ।

୮ . ସନ୍ତାନ ପ୍ରାପ୍ତି:-

କୌଣସି ମହିଳାଙ୍କର ସନ୍ତାନ ପ୍ରାପ୍ତି ନିମିତ୍ତ ଜଟିଳତା ଥିଲେ ଉତ୍ତରାନକ୍ଷତ୍ରରେ ଲେମ୍ବୁ ଗଛର ଚେରକୁ ଆଣି ଶୁଦ୍ଧ ଗାଈ କ୍ଷୀରରେ ମିଶାଇ ପିଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ । କିନ୍ତୁ ଏହା କରିବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ କରନ୍ତୁ ।

୯ . ଅକସ୍ମାତ ଧନ ପ୍ରାପ୍ତି:-

ଅକସ୍ମାତ ଧନ ପ୍ରାପ୍ତି ପାଇଁ ଆପଣ ଏକ ଜବରଦସ୍ତ ଉପାୟ କରି ପାରିବେ । ୪୧ ଟି ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଗୋଟିଏ ଲେଖାଏଁ ଲେମ୍ବୁ ନେଇ ଭିନ୍ନ ଭିନ୍ନ ୪୧ ଟି ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହାଦ୍ବାରା ଅକସ୍ମାତ ଧନ ପାପ୍ତ ହେବ ।

୧୦ . ଦୁର୍ଭାଗ୍ୟ ଦୂର:-

ଯଦି ଆପଣ କୌଣସି କାର୍ଯ୍ୟ ନିମନ୍ତେ ବାହନ ଯୋଗେ ବାହାରକୁ ଯାଉଛନ୍ତି ତେବେ ଏକ ଲେମ୍ବୁକୁ ଗାଡ଼ି ତଳେ ରଖି ଚପେଇ ଦିଅନ୍ତୁ ଏବଂ ତାପରେ ବାହାରକୁ ଯାଆନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ସୌଭଗ୍ୟରେ ବଦଳିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *