Excuse Me Odisha

ଯାହା କହିବୁ ସତ କହିବୁ

ନିମ ମଞ୍ଜି ଦ୍ୱାରା ଆପଣ ବି ହୋଇ ପାରିବେ ଧନୀ । ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ବି କହିବେ …….

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ନିମ ଗଛର ଏକାଧିକ ଲାଭକାରୀ ଗୁଣ ଏବଂ ସବୁ ପ୍ରକାରର ମହତ୍ତ୍ୱ ବିଷୟରେ କହିଭ । ସାଧରଣତଃ ଏହି ଗଛ ଆମ ଚତୁଃପାର୍ଶ୍ଵରେ ଉପଲବ୍ଧ ଥାଏ ଏବଂ ମନୁଷ୍ୟର ଏକାଧିକ ରୋଗକୁ ଏହା ଚୁଟକିରେ ଦୂର କରିବାରେ ସକ୍ଷମ ହୋଇଥାଏ । ଏମିତିକି ଏହା ବାସ୍ତୁ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।

ନିମ ଗଛ ଏକ ଅଦ୍ଭୁତ ଗଛ ଅଟେ ଯାହାର ଅନେକ ଔଷଧୀୟ ଗୁଣ ରହିଛି ଏବଂ ଏହାଦ୍ବାରା ଏକାଧିକ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ଆର୍ଥିକ ସମୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ । ବନସ୍ପତି ଶାସ୍ତ୍ର ଏହି ବିଷୟରେ ବର୍ଣ୍ଣିତ ହୋଇଛି । ନିମ ଗଛରେ ଭରପୁର ଔଷଧୀୟ ଗୁଣ କାରଣରୁ ତାହା ଅନେକ ପ୍ରକାରର ସଂକ୍ରମଣ ଠାରୁ ମୁକ୍ତି ଦେଇଥାଏ । ଏହାର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି ।

ଶାସ୍ତ୍ର ଅନୁଯାୟୀ ନିମ ଗଛ ମାତା ଦୁର୍ଗାଙ୍କ ସ୍ୱରୂପ ହୋଇଥାଏ ଏବଂ ଏହି ଗଛ ବିନା ତ୍ରିବେଣୀ ହୋଇ ପାରିବ ନାହିଁ । ଯେଉଁଥିରେ ଅଶ୍ୱତ୍ଥ ମଧ୍ୟ ଏକ ଅଂଶବିଶେଷ ଅଟେ । ନବରାତ୍ରୀରେ ମାତାଙ୍କ ପୂଜାରେ ନିମ ପତ୍ରର ବ୍ୟବହାର ହୋଇଥାଏ । ନିମ ପାଣି ଆଧ୍ୟାତ୍ମିକ ଏବଂ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ଅଟେ । ନିମ ଗଛ ଘରର ଆଖପାଖରେ ଲଗାଇଲେ ତାହା ଘରୁ ସଂକ୍ରମଣ ରୋଗରୁ ମୁକ୍ତ କରିଥାଏ ।

ନିମ ଗଛର ପତ୍ର , ଚେର , ବକଳ ଏବଂ ଫଳ ସବୁ ଜିନିଷର ଭିନ୍ନ ଭିନ୍ନ ପ୍ରୟୋଗ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ନିମ ଗଛ ସହିତ ଶନି ଗ୍ରହର ସମ୍ବନ୍ଧ ରହିଛି ଏବଂ ରାହୁ କେତୁ ଦୋଷ ଦୂର କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ । ନିମ ଗଛ ମୂଳରେ ବସି ପ୍ରାର୍ଥନା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ ।

ମାତା ଶୀତଳା ଏବଂ ମା ଦୁର୍ଗାଙ୍କ ପୂଜାରେ ନିମର ବ୍ୟବହାର ହୋଇଥାଏ । ଯଜ୍ଞରେ ନିମକୁ ବ୍ୟବହାର କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ । ନିମ ଗଛର ମାଳା କରି ପିନ୍ଧିଲେ ଶନିଙ୍କ ସାଢ଼େସାତୀରୁ ମୁକ୍ତି ମିଳିଥାଏ । ଏହି ମାଳାକୁ ଧାରଣ କରିବା ପୂର୍ବରୁ ଶନିଙ୍କ ମନ୍ତ୍ର ୧୦୮ ଥର ଜପ କରି ଧୂପ ଦୀପ ଦ୍ୱାରା ଶୁଦ୍ଧ କରିବା ପରେ ବେକରେ ଧାରଣ କରନ୍ତୁ । ଏକ ଗୁପ୍ତ ପ୍ରୟୋଗ ଅନୁଯାୟୀ ଏକ ଚଉଡ଼ା ନିମ କାଠ ନେଇ ସେଥିରେ ଶ୍ରୀଯନ୍ତ୍ର ଆଙ୍କି ଦିଅନ୍ତୁ । ତାପରେ ଏହାକୁ ନିଜ ଘରେ ସ୍ଥାପିତ କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଶ୍ରୀଯନ୍ତ୍ରକୁ ଏକ ନାଲି କପଡ଼ାରେ ନିଜ ଘରର ପୂଜା ଘରେ ସ୍ଥାପିତ କରି ଦିଅନ୍ତୁ । ଏହାକୁ ପ୍ରତ୍ୟେକ ଦିନ ଦର୍ଶନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରକୁ କେବେ ତ୍ୟାଗ କରନ୍ତି ନାହିଁ ।

ଘର ବାହାରେ ନିମ ଗଛ ରୋପଣ କଲେ ୫୦୦ ଫିଟ ଦୂର ପର୍ଯ୍ୟନ୍ତ ସକାରାତ୍ମକ ଶକ୍ତି ବିସ୍ତାରିତ ହୋଇ ରହେ ଏବଂ ନକରାତ୍ମକତା ପାଖ ମାଡ଼େ ନାହିଁ । ରାହୁ ସମସ୍ୟା ଥିଲେ ସ୍ନାନ ପାଣିରେ ନିମ ପତ୍ର ପକାଇ ସ୍ନାନ କଲେ ରାହୁ ସମସ୍ୟା ଦୂର ହୋଇଥାଏ । ଗୁପ୍ତ ଉପାୟ ଅନୁଯାୟୀ ସୋମବାର ଦିନ କୌଣସିବି ଦେବଦେବୀଙ୍କ ମନ୍ଦିର ପାଖରେ ଏକ ନିମ ଗଛ ଲଗାଇ ଦିଅନ୍ତୁ । ଯେଉଁ ବ୍ୟକ୍ତି ଏହି ଗଛ ଲଗାଇ ଥାଏ ସେହି ବ୍ୟକ୍ତି ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଥାଏ ।

ଏପରି କୁହାଯାଏ ଯେ ଗଛ ଯେତେ ବିସ୍ତୃତ ହେବ ଆଧ୍ୟାତ୍ମିକ ଉନ୍ନତି ସେତେ ଅଧିକ ହେବ , ଆର୍ଥିକ ଉନ୍ନତି ହେବ , ଏବଂ କାର୍ଯ୍ୟରେ ସଫଳତା ମିଳିବ । ନିମ ଗଛ ଯୋଡ଼ା ସଂଖ୍ୟାରେ ଲଗାଇଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ନିମ ଗଛ ମୂଳରେ କ୍ଷୀର ଢ଼ାଳିଲେ ଘରୁ କଳହ ଦୂର ହେବା ସହିତ ରାହୁ କେତୁ ଦୋଷ ଏବଂ ବାସ୍ତୁ ମଧ୍ୟ ଦୃଢ଼ ହୋଇଥାଏ । ନିମ ଗଛର ପତ୍ରର ଧୂଆଁ ଦେଖାଇଲେ ଦାରିଦ୍ର୍ୟତା ଏବଂ ନାନା ପ୍ରକାରର ଦୋଷ ମଧ୍ୟ ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *