Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ଆସିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ଆସିବାକୁ ଯାଉଛି । ଆଉ ଏମିତିରେ ବି ଏହି ମାସ ମଧ୍ୟରେ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ମାସରେ ଯେକେହିବି ମହାଦେବଙ୍କୁ ପ୍ରସନ୍ନ କରିବାରେ ଲାଗି ପଡ଼ନ୍ତି । କେହି କେହି କାଉଁଡ଼ି ଯାତ୍ରା କରନ୍ତି ଏବଂ ଶିବଲିଙ୍ଗରେ ଜଳ ଅର୍ପିତ କରି ଆସନ୍ତି । ତ ଆଉ କିଏ ନିଷ୍ଠାର ସହିତ ପ୍ରତ୍ୟେକ ସୋମବାର ବ୍ରତ କରି ମହାଦେବଙ୍କ ପ୍ରିୟ ବସ୍ତୁ ଅର୍ପିତ କରି ପ୍ରସନ୍ନ କରିବାରେ ଲାଗି ପଡ଼ନ୍ତି ।

କିନ୍ତୁ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବ ଯେତେ ଜଲଦି ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ସେତେ ଜଲଦି କିଛି ଭୁଲ ହେଲେ କ୍ରୋଧିତ ମଧ୍ୟ ହୁଅନ୍ତି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ଯଦି ଆପଣ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତି ତେବେ ଆପଣଙ୍କ ଉପରେ ଏବଂ ଆପଣଙ୍କ ଘର ଉପରେ ମହାଦେବଙ୍କ କୃପା ଦୃଷ୍ଟି ସର୍ବଦା ବଜାୟ ରହିବ ଏବଂ ଆପଣଙ୍କୁ କେବେବି କୌଣସି ସମସ୍ୟାଏ ସାମ୍ନା କରିବାକୁ ପଡ଼ିବ ନାହିଁ ।

୧ . ଭସ୍ମ:-

ଶ୍ରାବଣ ମାସ ଆସିବା ପୂର୍ବରୁ ଶିବ ମନ୍ଦିରରୁ ଭସ୍ମ ଆଣି ପୂଜା ଘରେ ରଖି ମହାଦେବଙ୍କୁ ପୂଜା କରନ୍ତୁ ଏବଂ ବଳକା ଭସ୍ମକୁ ଯତ୍ନର ସହିତ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ପତ୍ତିରେ ଅଭାବ ହେବ ନାହିଁ ଏବଂ ମହାଦେବ ମଧ୍ୟ ପ୍ରସନ୍ନ ରହିବେ ।

୨ . ରୁଦ୍ରାକ୍ଷ:-

ରୁଦ୍ରାକ୍ଷ ଭଗବାନ ଶିବଙ୍କର ଅଂଶ ଅଟେ ଏବଂ ଏହା ମହାଦେବଙ୍କ ଲୁହରୁ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ । ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଘରକୁ ରୁଦ୍ରାକ୍ଷ ଆଣି ଘରେ ରଖିଲେ ସୁଖ ସମୃଦ୍ଧି ଶାନ୍ତି ମାନ ସମ୍ମାନ ପ୍ରତିଷ୍ଠା ହୋଇଥାଏ । ଆପଣ ଯଦି ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ମାସ ଉତ୍ତମ ମାସ ଅଟେ । ଯଦି ଆପଣ ଦ୍ୱିମୁଖୀ ରୁଦ୍ରାକ୍ଷ ମାଳା ଧାରଣ କରନ୍ତି ତେବେ ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ରହିବ ।

୩ . ଗଙ୍ଗା ଜଳ:-

ଗଙ୍ଗା ଜଳ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହି କାରଣରୁ ମହାଦେବ ନିଜ ଜଟାରେ ଗଙ୍ଗାଙ୍କୁ ଧାରଣ କରିଛନ୍ତି । ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ତେଣୁ ଶ୍ରାବଣ ମାସ ଆସିବା ପୂର୍ବରୁ ଘରକୁ ଗଙ୍ଗା ଜଳ ନିହାତି ଆଣି ପୂଜଘରେ ରଖିବା ଉଚିତ ।

୪ . ବେଲ ପତ୍ର:-

ମହାଦେବଙ୍କୁ ବେଲ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଶ୍ରାବଣ ମାସରେ କିମ୍ବା ପ୍ରତ୍ୟେକ ସୋମବାର ମହାଦେବଙ୍କୁ ବେଲପତ୍ର ଅର୍ପିତ କରିବା ଉଚିତ । ଏହାଦ୍ବାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ସବୁ ମନସ୍କାମନା ପୂରଣ କରନ୍ତି । ଯଦି ବେଲ ପତ୍ର ନାହିଁ ତେବେ ଏକ ରୂପାର ବେଲପତ୍ର ଆଣି ଶ୍ରାବଣ ମାସରେ ଶିବଲିଙ୍ଗରେ ଅର୍ପିତ କରନ୍ତୁ ଏବଂ ଶ୍ରାବଣ ମାସ ପରେ ତାହାକୁ ନେଇ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ଅର୍ଜିତ ହୋଇଥାଏ ।

୫ . ପାରଦ ଶିବଲିଙ୍ଗ:-

ପାରଦ ଶିବଲିଙ୍ଗ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ମନୁଷ୍ୟ ଉପରୁ ସବୁ ପ୍ରକାରର ଦୋଷ ଦୂର ହୋଇଥାଏ । ତେଣୁ ଶ୍ରାବଣ ମାସରେ ପାରଦ ଶିବଲିଙ୍ଗ ଘରକୁ ଆଣି ତାହାକୁ ପୂଜା କରନ୍ତୁ ।

୬ . ତ୍ରିଶୁଳ:-

ମହାଦେବଙ୍କର ମୁଖ୍ୟ ଅସ୍ତ୍ର ହେଉଛି ତ୍ରିଶୁଳ ଏବଂ ଶାସ୍ତ୍ର ଅନୁଯାୟୀ ଏହା ତ୍ରିଦେବଙ୍କ ଶକ୍ତିକୁ ବୁଝାଏ । ତେଣୁ ଶ୍ରାବଣ ମାସରେ ଏକ ତ୍ରିଶୁଳ ଆଣି ପୂଜାଘରେ ସ୍ଥାପିତ କରି ପୂଜା କଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଆପଣ ଚାହିଁଲେ ତମ୍ବା , ପିତ୍ତଳରେ ନିର୍ମିତ ତ୍ରିଶୁଳ ଆଣି ମହାଦେବଙ୍କ ସହିତ ପୂଜା କରନ୍ତୁ । ଏହାପରେ ଏହାକୁ ନେଇ ଘରର ବାହାରେ କିମ୍ବା ଛାତରେ ଲଗାଇ ପାରିବେ ।

୭ . ଡମରୁ :-

ଭଗବାନ ଶିବଙ୍କର ଡମରୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହାର ଶବ୍ଦ ମଧ୍ୟ ନକରାତ୍ମକତା ଦୂର କରିଥାଏ । ତେଣୁ ଶ୍ରାବଣ ମାସରେ ମହାଦେବଙ୍କୁ ଡମରୁ ଅର୍ପିତ କଲେ ମହାଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ପଡ଼ିବ ।

୮ . ନାଗ :-

ଭଗବାନ ଶିବଙ୍କ ବେକରେ ନାଗ ଦେବତା ବିରାଜମାନ ହୋଇଥାନ୍ତି । ପୁଣି ହିନ୍ଦୁ ଧର୍ମରେ ନାଗ ପୂଜାର ଅତ୍ୟନ୍ତ ମହତ୍ତ୍ୱ ରହିଛି । ଶ୍ରାବଣ ମାସରେ ଚାନ୍ଦି କିମ୍ବା ତମ୍ବା ନାଗ ଘରକୁ ଆଣନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ଆଖପାଖରେ ରଖି ଦିଅନ୍ତୁ । ଏହାବ୍ୟତୀତ ପିତୃ ଦୋଷ ସମସ୍ୟା ଥିଲେ ଶ୍ରାବଣ ମାସ ପୂର୍ବରୁ ଏକ ନାଗ ନାଗୁଣି ଯୋଡ଼ା ଆଣି ରଖନ୍ତୁ । ଏହାଦ୍ବାରା ଆପଣଙ୍କର ପିତୃ ଦୋଷ ସହିତ ଆର୍ଥିକ ସମସ୍ୟା ଦୂରେଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *