Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେବି ସୂର୍ଯ୍ୟଙ୍କୁ ଏପରି ଭାବରେ ଜଳ ଦିଅନ୍ତୁ ନାହିଁ । ନଚେତ ଆସିଥାଏ ଭୟଙ୍କର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ସୂର୍ଯ୍ୟଙ୍କୁ ସମସ୍ତ ଶକ୍ତିର ଉତ୍ସ କୁହାଯାଏ ଏବଂ ସମସ୍ତ ଜୀବଙ୍କର ଆତ୍ମା ବୋଲି ମଧ୍ୟ କୁହାଯାଏ । ଯଜୁର୍ବେଦରେ କୁହାଯାଇଛି ଯେ ସୂର୍ଯ୍ୟ ଭଗବାନଙ୍କ ନେତ୍ର ଅଟନ୍ତି । ପ୍ରତ୍ୟେକ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ସ୍ନାନ ପରେ ଜଳ ଅର୍ପିତ କରିବା ଉଚିତ । ପ୍ରତ୍ୟେକ ଦିନ ସମ୍ଭବ ନହେଲେ ପ୍ରତ୍ୟେକ ରବିବାର ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ମନୁଷ୍ୟକୁ ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ସୂର୍ୟ୍ଯଙ୍କ ଉପାସନା କରିବାର ପରମ୍ପରା ପ୍ରାଚୀନ ଯୁଗରୁ ଚାଲି ଆସୁଛି । ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଲେ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ ଏବଂ ସଫଳତା ମିଳିଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ଦ୍ୱାରା ମିଳୁଥିବା ଲାଭ ବିଷୟରେ କହିଛନ୍ତି ।

ଯଦି ଆପଣଙ୍କ ମନ ନକରାତ୍ମକତରେ ଭରି ରହିଛି ଏବଂ ମନ ସବୁବେଳେ ବିଚଳିତ ରହୁଛି ତେବେ ସୂର୍ଯ୍ୟ ଦେବତାଙ୍କ ଆରାଧନା ନିଶ୍ଚୟ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇ ପାରିବ । ଏହାଦ୍ବାରା ଆତ୍ମାର ଶୁଦ୍ଧି ମଧ୍ୟ ହୋଇଥାଏ । ସୂର୍ଯ୍ୟଙ୍କ କିରଣ ଦ୍ୱାରା ସମଗ୍ର ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ହୋଇଯାଏ । ଶରୀର ରୋଗରୁ ମୁକ୍ତ ହୋଇଯାଏ । ସୂର୍ଯ୍ୟ ଜାତକରେ ଭଲ ସ୍ଥିତିରେ ରହିଲେ ଭଲ ଫଳ ପ୍ରାପ୍ତ ହୋଇଥାଏ ଏବଂ ଅଶୁଭ ସ୍ଥିତିରେ ରହିଲେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେଣୁ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ମଜବୁତ ସ୍ଥିତିରେ ରଖିବା ପାଇଁ ଜଳରେ କିଛି ବିଶେଷ ଜିନିଷ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରିବା ଉଚିତ ।

ସୂର୍ଯ୍ୟ ଦେବତା କ୍ରୋଧିତ ହେଲେ ମନୁଷ୍ୟର ଜୀବନ ନଷ୍ଟ ହୋଇଯାଏ କହିଲେ ଚଳେ । ବିନା କାରଣରେ ଜୀବନରେ ଅନେକ ସମସ୍ୟା ଆସିଥାଏ ଏବଂ ବିନା ଭୁଲରେ ନିନ୍ଦା ଅପବାଦ ଦୋଷ ସହିବାକୁ ପଡ଼ିଥାଏ । ତେବେ ପ୍ରଥମତଃ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପିତ କରିବା ବେଳେ ଯେମିତି ତର୍ଜନୀ ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ ନକରେ । ନଚେତ ଏହାଦ୍ବାରା ସୂର୍ଯ୍ୟ ଦେବ କ୍ରୋଧିତ ହୁଅନ୍ତି । ଆପଣ ଦୁଇ ହାତରେ କିମ୍ବା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ବେଳେ ଏଥିପାଇଁ ଧ୍ୟାନ ଦିଅନ୍ତୁ । ତମ୍ବା ଲୋଟାରେ ଜଳ ଅର୍ପଣ କରିବା ସମୟରେ ମଧ୍ୟ ଯେମିତି ଆଙ୍ଗୁଠି ସ୍ପର୍ଶ ନକରେ । ସୂର୍ଯ୍ୟ ଉଦୟ ହେବା ସମୟରେ ହିଁ ଜଳ ତର୍ପଣ ଦିଅନ୍ତୁ । ଉଦୟ ପରେ ତର୍ପଣ ଦେଲେ ତାହାର କୌଣସି ମହତ୍ତ୍ୱ ରହେନାହିଁ ।

ଯଦି ଆପଣ ସୂର୍ଯ୍ୟ ଉଦୟ ପରେ ଅର୍ଘ୍ୟ ଦେଉଛନ୍ତି ତେବେ ତିନି ଥର ପରିବର୍ତ୍ତେ ଚାରି ଥର ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ କ୍ଷମା ମାଗି ନିଅନ୍ତୁ । ଏହାଦ୍ବାରା ଦୋଷ କମ ହୋଇଯାଏ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ହିଁ ଜଳ ଅର୍ପଣ କରିବା ଉଚିତ । ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ବ୍ୟକ୍ତି ପିଇବା ଦ୍ୱାରା ମନୁଷ୍ୟ ପେଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ । ତମ୍ବା ପାତ୍ରରେ ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳ ନେଇ ସେଥିରେ ଚାଉଳ , ନାଲି ଫୁଲ , ଚନ୍ଦନ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଏଥିରେ ଆପଣ ଚାହିଁଲେ କ୍ଷୀର , ଗୁଡ଼ , ମହୁ ମଧ୍ୟ ମିଶାଇ ପାରିବେ । ନିଜର ସଂକଳ୍ପ ଅନୁଯାୟୀ ହିଁ ଅର୍ଘ୍ୟ ଦିଅନ୍ତୁ । ନଚେତ ସଂକଳ୍ପର କୌଣସି ଅର୍ଥ ରହିବ ନାହିଁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ” ଓଁ ସୂର୍ଯ୍ୟାୟ ନମଃ ” ମନ୍ତ୍ରର ଜପ ମଧ୍ୟ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *