Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଚୁପ ଚାପ ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ । ଉଦୟ ହେବ ଭାଗ୍ୟ ଏବଂ ପ୍ରାପ୍ତ ହେବ ଧନ ।

ସେୟାର୍ କରନ୍ତୁ

ଘରେ ନିତ୍ୟକର୍ମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପର୍ଯ୍ୟନ୍ତ ସବୁ ଜିନିଷ କରିବାରେ ବାସ୍ତୁ ଶାସ୍ତ୍ରରେ କିଛି ବିଶେଷ ନିୟମ ବିଷୟରେ କୁହାଯାଇଛି । ଯେମିତିକି ସକାଳ ସମୟରେ ଜଲଦି ଉଠିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ଏବଂ ମନ ଏବଂ ଶରୀରରେ ସକାରାତ୍ମକ ଭରି ରହିଥାଏ । ମାତ୍ର ବିଳମ୍ବରେ ଉଠିଲେ ଶରୀର ପାଇଁ ତାହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସକାଳୁ କେଉଁ ଭୁଲ କରିବା ଉଚିତ ନୁହେଁ ଏବଂ ସକାଳୁ ଉଠି କେଉଁ ଆହାର କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରକୁ ଆଗମନ କରିବେ ।

ସର୍ବପ୍ରଥମେତଃ ସକାଳୁ ଉଠି ନିତ୍ୟକର୍ମ ସ୍ନାନ ସାରି ପ୍ରଥମେ ସେହି ଆହାର ଗ୍ରହଣ କରି ସାରା ଦିନର କାର୍ଯ୍ୟରେ ଲାଗି ପଡ଼ିବା ଉଚିତ । ତେବେ କହି ରଖିବୁ ଯେ ସେହି ଜିନିଷ ଖାଇବା ଦ୍ୱାରା ଆପଣଙ୍କୁ ଭାଗ୍ୟର ସାଥ ମଧ୍ୟ ମିଳିବ । ସାଧରଣତଃ ବର୍ତ୍ତମାନ ସମୟରେ ଲୋକଙ୍କର ଭୁଲ ଖାଦ୍ୟଭ୍ୟାସ କାରଣରୁ ଲୋକେ ରୋଗରେ ପୀଡ଼ିତ ହୁଅନ୍ତି ଏବଂ ଏହାଦ୍ବାରା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ସକାଳୁ ଉଠିବାର ତୁରନ୍ତ ପରେ ସ୍ନାନ କରନ୍ତୁ ନାହିଁ କାରଣ ସେହି ସମୟରେ ଶରୀରର ତାପମାତ୍ରା ଅଧିକ ଥାଏ । ତେଣୁ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ତେଣୁ ସକାଳୁ ଉଠି ଯେତିକି ହାଲୁକା କାମ ସାମାନ୍ୟ ବୁଲିବା , ଯୋଗ କରିବା କିମ୍ବା ଛୋଟ ଛୋଟ କାମ କରି ନିଅନ୍ତୁ । ଏହାପରେ ସ୍ନାନ କରନ୍ତୁ । ସକାଳୁ ଉଠିବାର ତୁରନ୍ତ ପରେ ପ୍ରଥମେ ମୁହଁକୁ ଧୋଇ ସୂର୍ଯ୍ୟଙ୍କ ଦର୍ଶନ କରନ୍ତୁ ଏବଂ ଚତୁଃପାର୍ଶ୍ଵରେ ଥିବା ସବୁଜ ଜିନିଷକୁ ଦେଖନ୍ତୁ । ନଚେତ ଆଖି ବହୁତ ଜଲଦି ନଷ୍ଟ ହୋଇଯିବ । ସକାଳ ସମୟରେ ଅଧିକ ମସଲାଯୁକ୍ତ ଖାଦ୍ୟ , ମଦ ସିଗାରେଟ କିମ୍ବା କୌଣସି ପ୍ରକାରର ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ । ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଚା’ ଆଦୋୖ ପିଅନ୍ତୁ ନାହିଁ । ସକାଳୁ ପେଟ ଭର୍ତ୍ତି ଖାଦ୍ୟ ସେବନ କରିବା ଉଚିତ ମାତ୍ର ଅତ୍ୟଧିକ ଖାଦ୍ୟ ଖାଇବା ମଧ୍ୟ ଶରୀର ପାଇଁ ଉପଯୁକ୍ତ ନୁହେଁ ।

ସାଧାରଣ ପାଣି ହିଁ ସେବନ କରନ୍ତୁ । ହାଲୁକା ଉଷୁମ ପାଣିରେ ମହୁ ମିଶାଇ ପିଇଲେ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ସକାଳୁ ସ୍ନାନ କରିବା ପରେ ହିଁ କଞ୍ଚା ଅଳେଇଚ ସେବନ କରନ୍ତୁ । ସ୍ନାନ ନକରି ଖାଇଲେ ଭାଗ୍ୟ ଦୁର୍ବଳ ହୋଇଯିବ । ରାତିରେ ସ୍ନାନ କରିବା ବର୍ଜିତ ଅଟେ । ତେଣୁ ସକାଳୁ ଉଠି ସ୍ନାନ କରି ପ୍ରଥମେ ଗୋଟିଏ ଦାନା ଅଳେଇଚ ପାଟିରେ ନେବା ପରେ ଜଳଖିଆ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *