Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ପାପ ଦ୍ଵାରା କେଉଁ ରୋଗ ହୋଇଥାଏ ? ଆପଣ ଏଭଳି କରୁ ନାହାନ୍ତି ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଥରେ ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କ ଠାରୁ ତାଙ୍କ ଜୀବନ ବୃତ୍ତାନ୍ତ ଶୁଣି ସାରିବା ପରେ ଭକ୍ତିରେ ପ୍ରଣାମ କରି କହିଲେ, “ପ୍ରଭୁ ଆପଣଙ୍କ ଠାରୁ ଅପୂର୍ବ ବାଣୀ ଶୁଣି ମୁଁ ନିସ୍ତରି ଗଲି ”।ହେ ପ୍ରଭୁ! ପାପୀମାନେ ନର ଲୋକରେ ଜନ୍ମ ହୋଇ ମନୁଷ୍ୟ ଶରୀର ପାଆନ୍ତି ଓ ନାନାଦି ରୋଗ ଯନ୍ତ୍ରଣା ଓ ନିନ୍ଦା ଭୋଗ କରନ୍ତି।କେଉଁ ପାପ କଲେ କେଉଁ ରୋଗ ହୁଏ ? ମନୁଷ୍ୟ ଅଙ୍ଗହୀନ ,ବିକଳାଙ୍ଗ କାହିଁକି ହୁଏ ? ହେ ମହାପ୍ରଭୁ! ଦୟାକରି ସେହି ବିଷୟରେ ମୋତେ ବିସ୍ତାର ରୂପରେ କୁହନ୍ତୁ?

ପକ୍ଷୀରାଜ ଗରୁଡ଼ କଥା ଶୁଣି ଭଗବାନ ବିଷ୍ଣୁ ଅଳ୍ପ ହସି କହିଲେ କି, ହେ ପକ୍ଷୀରାଜ! ତୁମେ ଯାହା ପଚାରିଲ ତାହାକୁ ମୁଁ ବୁଝାଇ କହୁଛି ମନଦେଇ ଶୁଣ। ପୂର୍ବଜନ୍ମରେ ଯେଉଁ ପ୍ରାଣୀ ପାପ କରିଥାଆନ୍ତି, ତାହାର ଫଳ ତାଙ୍କୁ ନର୍କରେ ରହି ଭୋଗିବାକୁ ପଡ଼ିଥାଏ। ନର୍କ ଭୋଗ କରୁଥିବାପାପୀମାନେ ପୃଥିବୀ ଲୋକରେ ପୁଣି ମଣିଷ ଶରୀର ଧାରଣ କରନ୍ତି। ସେହି ଶରୀର ବହୁତ ଦୁଃଖ କଷ୍ଟ, ଯନ୍ତ୍ରଣା, ରୋଗର ପୀଡା ଭୋଗକରେ।

– ଯେଉଁମାନେ ପୂର୍ବଜନ୍ମରେ ବ୍ରାହ୍ମଣଙ୍କୁ ହତ୍ୟା କରିଥାନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ପରଜନ୍ମରେ ଯକ୍ଷ୍ମା ରୋଗ ହୋଇଥାଏ।

– ଯେଉଁମାନେ ପୂର୍ବ ଜନ୍ମରେ ଗୋ ହତ୍ୟା କରିଥାନ୍ତି ସେମାନଙ୍କୁ କୁଷ୍ଠ ରୋଗ ନିଶ୍ଚିତ ଭାବେ ହୋଇଥାଏ । ଯେଉଁମାନେ ନିଜ ପୁତ୍ରକୁ ହତ୍ୟା କରିଥାନ୍ତି, ସେମାନଙ୍କୁ ଗଳିତ କୋଷ୍ଠ ହୁଏ। ଏହି ତିନି ପାପୀ ମର୍ତ୍ତ୍ୟ ରେ ଚଣ୍ଡାଳ ଘରେ ଜନ୍ମ ହୋଇଥାନ୍ତି ଓ ଏହି ରୋଗରେ ଘାଣ୍ଟି ହୁଅନ୍ତି।

– ଯେଉଁମାନେ ଗୁରୁ ପତ୍ନୀଙ୍କୁ ହରଣ କରିଥାନ୍ତି, ସେମାନେ ଭୂଲୋକରେ ନପୁଂସକ ହୋଇ ଜନ୍ମ ହୁଅନ୍ତି। ଯେଉଁମାନେ ଗର୍ଭ ନଷ୍ଟ କରିଥାନ୍ତି, ସେମାନେ ମର୍ତ୍ତ୍ୟରେ ଶବର ଘରେ ଜନ୍ମ ନେଇ ଥାଆନ୍ତି। ଏହାସହିତ ତାଙ୍କ ଶରୀରରେ କୁଣ୍ଡିଆ, ଯାଦୁ ରୋଗ ହୋଇଯାଏ।

– ଯେଉଁ ବ୍ରାହ୍ମଣ ଲୋକ ନିଜ ଇନ୍ଦ୍ରିୟର ଅଧିନରେ ରହେ, ତାକୁ ଜଳ ଉଦର ରୋଗ ହୁଏ। ଏହାସହିତ ଯେଉଁମାନେ ସୁସ୍ୱାଦୁ ଭୋଜନକୁ ଲୁଚାଇ ସେବନ କରନ୍ତି, ସେମାନଙ୍କୁ ଗଳଗଣ୍ଡ ରୋଗ ହୁଏ।

– ଯଦି ଅଶୁଦ୍ଧ କାଳରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ, ତାହେଲେ ପିଣ୍ଡ ଦେଉଥିବା ବ୍ୟକ୍ତିର ଶରୀରରେ ଚିତ୍ର କୁଷ୍ଠ ରୋଗ ହୋଇଥାଏ।

– ଯେଉଁମାନେ ଗୁରୁଙ୍କ ଆଜ୍ଞାକୁ ଅମାନ୍ୟ କରିଥାନ୍ତି, ସେ ଅନେକ ରୋଗରେ ପୀଡିତ ହୋଇଥାନ୍ତି।ଯେଉଁ ବ୍ୟକ୍ତି ପୁରାଣ ଓ ବେଦକୁ ନିନ୍ଦା କରନ୍ତି, ତାଙ୍କୁ ପାଣ୍ଡୁ ରୋଗ ହୁଏ।

– ଯେଉଁମାନେ କୋର୍ଟରେ ମିଥ୍ୟା ସାକ୍ଷୀ ଦେଇଥାନ୍ତି, ସେମାନେ ଭୁଲୋକରେ ମୁକ ହୋଇ ଜନ୍ମ ନିଅନ୍ତି। ଯେଉଁମାନେ ଠାକୁରଙ୍କ ପଇସା ଖାଇଥାଆନ୍ତି, କିମ୍ବା ଠାକୁରଙ୍କ ଜିନିଷ ଚୋରୀ କରିଥାଆନ୍ତି, ସେମାନେ ପରଜନ୍ମରେ ଛୁଚୁନ୍ଦ୍ରା ରୂପରେ ଜନ୍ମ ନେଇଥାନ୍ତି।

– ଯେଉଁମାନେ ନିଜ ସ୍ତ୍ରୀ ଥାଇ ମଧ୍ୟ ପର ନାରୀ ସହିତ ମିଳାମିଶା କରୁଛନ୍ତି, ତାହେଲେ ପରଜନ୍ମରେ ତାଙ୍କୁ ଚକ୍ଷୁ ରୋଗ ହବ। ଏହାସହିତ ଯେଉଁମାନେ ଅନ୍ୟର ଉନ୍ନତି ଦେଖି ହିଂସା କରୁଛନ୍ତି କିମ୍ବା ଦୁଃଖିତ ହେଉଛନ୍ତି, ତାହେଲେ ସେମାନେ ବାତ ରୋଗର ଶିକାର ହେବେ।

– ଯେଉଁମାନେ ପ୍ରେମରେ, ବ୍ୟବସାୟରେ, ଅନ୍ୟ କୌଣସି ସମ୍ପର୍କରେ ବିଶ୍ବାସଘାତକତା କରନ୍ତି, ପରଜନ୍ମରେ ସେମାନେ ମୁଣ୍ଡବିନ୍ଧା ରୋଗରେ ପୀଡିତ ହୁଅନ୍ତି। ଏହିସବୁ ପାପରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବ୍ରାହ୍ମଣ ମାନଙ୍କୁ କିଛି ଜିନିଷ ଦାନ କରିବା ଆବଶ୍ୟକ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *