Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ଦିଗରେ ରଖି ଦିଅନ୍ତୁ କେବଳ ଦୁଇଟି ମୟୁର ପର,ମାସେ ମଧ୍ୟରେ ହେବ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ମୟୁର ପରର ଅନେକ ମହତ୍ତ୍ୱ ରହିଥାଏ ଏବଂ ଏହା ଘରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହା ସେହି ସ୍ଥାନର ନକରାତ୍ମକତାକୁ ନଷ୍ଟ କରିଦିଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମୟୁର ପର ରଖିବାର ଅନେକ ଉପାୟ ବିଷୟରେ କୁହାଯାଇଛି ଏବଂ ଉଚିତ ଦିଗ ଏବଂ ସ୍ଥାନ ବିଷୟରେ ମଧ୍ୟ ଜାଣି ରଖିବା ଉଚିତ । ଧନ ସମ୍ପତ୍ତି ଆକର୍ଷଣ ପାଇଁ ଏହାର ଅଧିକ ଉପଯୋଗ କରାଯାଏ । ମୟୁର ପରକୁ ସାଧରଣତଃ ଅନେକ ପ୍ରକାରର ତାନ୍ତ୍ରିକ କ୍ରିୟାରେ ମଧ୍ୟ କରାଯାଇ ଥାଏ । ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଅନେକ ଉପାୟ ବିଷୟରେ କୁହାଯାଇଛି ।

ଆୟୁର୍ବେଦରେ ମଧ୍ୟ ମୟୁର ପର ରୋଗକୁ ନାଶ କରିବାର କ୍ଷମତା ମଧ୍ୟ ରହିଛି । ପକ୍ଷୀ ଶାସ୍ତ୍ରରେ ମୟୁର ବିଷୟରେ ଏକ ପ୍ରାଚୀନ କଥା ବିଷୟରେ ବର୍ଣ୍ଣନା କରାଯାଇଛି । କାହାଣୀ ଅନୁଯାୟୀ ସନ୍ଧ୍ୟା ନାମକ ଜଣେ ଅସୁର ଗୁରୁ ଶୁକ୍ରଚାର୍ଯ୍ୟଙ୍କ ଠାରୁ ବିଦ୍ୟା ଲାଭ କରି ଦେବତା ମାନଙ୍କ ଠାରୁ ନିଜକୁ ପ୍ରଭାବଶାଳୀ ମଣିବାରେ ଲାଗିଥିଲା । ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ କରି ନିଜକୁ ଖୁବ ଶକ୍ତିଶାଳୀ ଭାବିବାରେ ଆରମ୍ଭ କଲା ଏବଂ ସ୍ୱର୍ଗ ଉପରେ ଆକ୍ରମଣ କରିବାରୁ ସବୁ ଦେବତା ମୟୂରର ସାହାଯ୍ୟ ନେଲେ ଏବଂ ସମସ୍ତେ ମୟୂରର ପରରେ ବିରାଜମାନ କରିବାରୁ ମୟୁର ଖୁବ ଶକ୍ତିଶାଳୀ ଏବଂ ବଡ଼ ଆକାର ଧାରଣ କରି ସନ୍ଧ୍ୟା ରାକ୍ଷସକୁ ବଧ କରିଥିଲା ।

ସେହିଠାରୁ ଦେବତା ମାନେ ମୟୁରକୁ ପୂଜନୀୟ ହେବାର ବର ଦେଇଥିଲେ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ବିନା ମୟୁର ପରରେ କୁଆଡ଼େ ଯାଆନ୍ତି ନାହିଁ । ମୟୁର ପର ସହିତ ଭଗବାନ କାର୍ତ୍ତିକ , ମାତା ସରସ୍ୱତୀ ଏବଂ ଗଣେଶଙ୍କର ସମ୍ବନ୍ଧ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ଅଧ୍ୟୟନରେ ସମସ୍ୟା ଥିଲେ ମୟୁର ପରକୁ ପଢ଼ିବା ରୁମରେ ରଖିଦିଅନ୍ତୁ । ଘରେ କଳି ଝଗଡ଼ା ହେବାର କାରଣ ହେଉଛି ନକରାତ୍ମକତା । ତେଣୁ ଘରେ ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ସମୟରେ ତିନୋଟି ମୟୁର ପର ନେଇ ଘରର ମୁଖ୍ୟଦ୍ୱାର ପାଖରେ ଜୋରରେ ହଲାନ୍ତୁ । ଘରେ ନକରାତ୍ମକ ଶକ୍ତି ଥିଲେ ଘରର ମୁଖ୍ୟଦ୍ୱାର ଉପରେ ଗଣେଶ ମୂର୍ତ୍ତି ରଖି ଦୁଇ ପାର୍ଶ୍ଵରେ ଦୁଇଟି ମୟୁର ପର ରଖନ୍ତୁ । ବାସ୍ତୁ ଦୋଷ ଥିଲେ ଘରର ମୁଖ୍ୟଦ୍ୱାରରେ ତିନୋଟି ମୟୁର ପର ରଖନ୍ତୁ ।

ଘରର ସଦସ୍ୟଙ୍କ ଉପରେ ଗ୍ରହ ଦୋଷ ଥିଲେ ମୟୁର ପର ନେଇ ତାହା ଉପରେ ଗଙ୍ଗା ଜଳ ସିଞ୍ଚି ଯେଉଁ ସ୍ଥାନରେ କାହାରି ନଜର ପଡ଼ୁ ନଥିବ ସେହି ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଗ୍ରହ ଶାନ୍ତ ହୋଇଥାଏ । ଘରେ କୌଣସି ଛୋଟ ପିଲା ଉପରେ ନଜର ଦୋଷ ପଡ଼ିଥିଲେ ଏକ ମୟୁର ପର ନେଇ ସେହି ପିଲାର ତକିଆ ତଳେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଜଳରେ ପ୍ରବାହିତ କରି ଦିଅନ୍ତୁ । ଅଧ୍ୟୟନ ସମୟରେ ବିଦ୍ୟାର୍ଥୀଙ୍କୁ ସମସ୍ୟା ଥିଲେ ମାତା ସରସ୍ୱତୀଙ୍କ ନିକଟରେ ମୟୁର ପର ରଖି ଆଗାମୀ ଦିନ ତାହାକୁ ନିଜ ବହି ଭିତରେ ରଖିଲେ ପାଠ ପଢ଼ିବା ପାଇଁ ଏକାଗ୍ରତା ବଢ଼ିଥାଏ । କୌଣସି ଶତ୍ରୁ ଯଦି ବାରମ୍ବାର ଆପଣଙ୍କର କ୍ଷତି କରୁଛି ତେବେ ମଙ୍ଗଳବାର ଦିନ ହନୁମାନ ସିନ୍ଦୁର ମୟୁର ପରରେ ଲଗାଇ ଜଳରେ ପ୍ରବାହିତ କରି ଦିଅନ୍ତୁ । ମନସ୍କାମନା ପୂରଣ କରିବା ପାଇଁ ରାଧାକୃଷ୍ଣ ମନ୍ଦିରକୁ ଯାଇ ଭଗବାନ କୃଷ୍ଣଙ୍କୁ ମୟୁର ପର ଅର୍ପିତ କରନ୍ତୁ । ଏହାଦ୍ବାରା ଉଭୟ ରାଧା ଏବଂ କୃଷ୍ଣଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *