Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଆଦୋୖ କିଣନ୍ତୁ ନାହିଁ ଏହି ସାତୋଟି ଜିନିଷ । ନଚେତ ହୋଇଯିବେ ବର୍ବାଦ ।

ସେୟାର୍ କରନ୍ତୁ

ମଙ୍ଗଳବାର ଦିନ ପାଞ୍ଚଟି କାମ କରିବା ଦ୍ୱାରା ସ୍ବୟଂ ହନୁମାନ କ୍ରୋଧିତ ହୁଅନ୍ତି ଯାହାଦ୍ୱାରା ସେହି ବ୍ୟକ୍ତିକୁ ବର୍ବାଦ ହେବାରୁ କେହିବି ଅଟକାଇ ପାରନ୍ତି ନାହିଁ । ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ ନଚେତ ଶ୍ରୀହନୁମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିପାରେ । ଖାସ କରି ଏହିଦିନ ସମ୍ବନ୍ଧ ସ୍ଥାପନ କଲେ ସନ୍ତାନ ମଧ୍ୟ କିନ୍ନର ହୋଇ ଜନ୍ମ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଜାତକ ମଧ୍ୟ ବିଗିଡ଼ିପାରେ । ମଙ୍ଗଳବାର ଦିନ କ୍ଷୀରରେ ନିର୍ମିତ ମିଠାଇ କିମ୍ବା ବର୍ଫି କିଣିବା ଉଚିତ ନୁହେଁ । କାରଣ ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପରର ବିରୋଧୀ ଅଟନ୍ତି ।

ମଙ୍ଗଳବାର ଦିନ ଶନିବାର ଦିନ ଭଳି ଲୁହା ନିର୍ମିତ ଜିନିଷ କିଣିବା ବର୍ଜିତ ଅଟେ । ଏହିଦିନ କେଶ ଏବଂ ନଖ କାଟିବା ମଧ୍ୟ ଉଚିତ ନୁହେଁ ଏବଂ ଶୃଙ୍ଗାର ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ । କାରଣ ଏହିସବୁ ଜିନିଷ ସୋମବାର କିମ୍ବା ଶୁକ୍ରବାର କିଣିବା ଉଚିତ । ମଙ୍ଗଳବାର ଦିନ କଳା ରଙ୍ଗର ପୋଷାକ କିଣିବା ଉଚିତ ନୁହେଁ ।

ଏହିଦିନ ନାଲି ପୋଷାକ ପିନ୍ଧିଲେ ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ଦିନ ମାଂସ ମଦର ସେବନ କରନ୍ତି ସେମାନଙ୍କ ଉପରେ ବଜରଙ୍ଗବଳୀ କ୍ରୋଧିତ ହୁଅନ୍ତି । ଯଦି ଆପଣ ଚାକିରୀ ସମ୍ବନ୍ଧୀୟ , ଆର୍ଥିକ ସମ୍ବନ୍ଧୀୟ ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ପୂଜା କରି ଏକ ବିଶେଷ ମନ୍ତ୍ର ଜପ କରି ଦିଅନ୍ତୁ ।

ହନୁମାନଙ୍କ ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ହନୁମାନଙ୍କର ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ତେଣୁ ଯଦି କେହିବି ବ୍ୟକ୍ତି ନିଷ୍ଠାର ସହିତ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ପୂଜା କରି ଏହି ବିଶେଷ ମନ୍ତ୍ରକୁ ମାତ୍ର ତିନି ଥର ଜପ କରି ଦିଅନ୍ତି ତେବେ ସେହି ଭକ୍ତିଙ୍କ ଭାଗ୍ୟ ବଦଳି ଯାଏ । ମନ୍ତ୍ର ଜପ କରିବା ସହିତ ବ୍ୟକ୍ତି ପ୍ରାର୍ଥନା କରିଥିବା ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଯିବ ।

ତେବେ ଏହି ମନ୍ତ୍ରକୁ ନିସଙ୍ଗରେ ବ୍ରହ୍ମ ମୁହୂର୍ତ୍ତରେ ଜପ କରିବାର ଅଛି । ଏହି ସମୟ ଅତ୍ୟନ୍ତ ପ୍ରଯୁଜ୍ୟ କାରଣ ଏହି ସମୟରେ ବାତାବରଣରେ ଦିବ୍ୟଶକ୍ତିର ଉପସ୍ଥିତି ରହିଥାଏ । ଏହି ସମୟରେ ଜପ କରାଯାଉଥିବା ମନ୍ତ୍ରର ଶକ୍ତି ଦୁଇଗୁଣା ହୋଇଥାଏ ଏବଂ ସିଧାସଳଖ ଭଗବାନଙ୍କ ନିକଟରେ ପହଞ୍ଚିଥାଏ ।

ତେବେ ପ୍ରଥମତଃ ସେହି ନିଃସଙ୍ଗ ସ୍ଥାନରେ ନକରାତ୍ମକତାକୁ ଦୂର କରିବା ପାଇଁ ସର୍ବପ୍ରଥମେ ଧୂପ ଏବଂ ଦିଅ ଜାଳି ଦେବାର ଅଛି । ଏହାପରେ ଏକ ଆସନ ପକାଇ ହାତ ଯୋଡ଼ି ଆଖି ବନ୍ଦ କରି ବସି ଯାଆନ୍ତୁ । ବର୍ତ୍ତମାନ ମନରେ ଅନ୍ୟ କୌଣସି ବିଚାର ନଆଣି କେବଳ ଶ୍ରୀହନୁମାନଙ୍କୁ ସ୍ମରଣ କରନ୍ତୁ । ଓଁ ନମଃ ହନୁମତେ ରୁଦ୍ରାବତାରାୟ , ଭକ୍ତ ଜନ ମନ୍ତ୍ର କଳ୍ପନା କଳ୍ପଦୂରାୟ , ଦୁଷ୍ଟ ମନୋରଥ ସ୍ତମ୍ଭଦାୟ , ପ୍ରଭଞ୍ଜନ ପ୍ରାଣ ପ୍ରିୟାୟ , ମହାବଳ ପରାକ୍ରମାୟ , ମହାବିପତ୍ତି ନିବାରଣାୟ , ପୁତ୍ର ପୌତ୍ର ଧନ ଧାନ୍ୟଧି ବିବିଧ ସମ୍ପଦ ପ୍ରଦାୟ , ରାମଦୂତାୟ ସ୍ୱାହା । ଏହି ମନ୍ତ୍ର ଜପ କରିବା ପରେ ରାମ ନାମ ସ୍ଲୋଗାନ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର କୌଣସିବି ମନସ୍କାମନା ବହୁତ ଜଲଦି ପୂରଣ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *