Excuse Me Odisha

ଯାହା କହିବୁ ସତ କହିବୁ

ଦରିଦ୍ର ହେବାରୁ ବଞ୍ଚିତ ହେବାକୁ ଚାହୁଁଥିଲେ ନିଜ ପର୍ସରୁ ଏହି ୫ ଗୋଟି ଜିନିଷ କାଢି ଦିଅନ୍ତୁ। ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ଅର୍ଥ ଏକ ଏଭଳି ଜିନିଷ ଯାହାକୁ ସମସ୍ତେ ଆଶା କରିଥାନ୍ତି। ଟଙ୍କା ଉପାର୍ଜନ କରିବା ପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ଅନେକ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ କିଛି ସୁଫଳ ମିଳି ନଥାଏ। ଟଙ୍କା ପାଖକୁ ଆସିଥାଏ ପୁଣି ଚାଲି ଯାଇଥାଏ। ଯେପରି ଆମଦାନୀରେ ଅଧିକ ଖର୍ଚ୍ଚ, ବଜେଟ ପ୍ଲାନ୍ କରି ମଧ୍ୟ ସେହିପରି ଭାବରେ ଚାଲି ନଥାଏ, ବାସ୍ତୁ ସହିତ ଜଡ଼ିତ ଭୁଲ। ଯଦି ଆପଣ ବାସ୍ତୁ ସମ୍ବନ୍ଧୀୟ କିଛି ଭୁଲ କରୁଛନ୍ତି, ତାହେଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ଏହାପରେ ଆପଣଙ୍କ ପ୍ପଖରେ ଆର୍ଥିକ ଅଭାବ ଦେଖା ଦେଇପାରେ। ଆଜି ଆମେ ଆପଣଙ୍କୁ ପର୍ସରେ କେଉଁ ଜିନିଷ ରଖିଲେ, ଧନର ଅଭାବ ଦେଖା ଦିଏ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ :-

୧/ ଅଧିକାଂଶ ଲୋକଙ୍କର ପର୍ସରେ ଭଗବାନଙ୍କ ଫଟୋ ରଖିବାର ଅଭ୍ୟାସ ରହିଥାଏ।କିନ୍ତୁ ଏହା ଭୁଲ ଅଟେ। ପର୍ସରେ ଭଗବାନଙ୍କ ଫଟୋ ରଖିବା ଦ୍ଵାରା ଆପଣ ସର୍ବଦା ଋଣଗ୍ରସ୍ତ ହୋଇ ରହିବେ। ଭଗବାନ ସ୍ୱଚ୍ଛ ପରିବେଶରେ ବାସ କରିଥାନ୍ତି। ତେଣୁ ପର୍ସରେ ଭଗବାନଙ୍କ ଫଟୋ ରଖନ୍ତୁ ନାହିଁ।

୨/ ଅଧିକାଂଶ ଲୋକେ ନିଜ ପର୍ସରେ ପୁରୁଣା ବିଲ ବା ରସିଦ ଗୁଡ଼ିକୁ ରଖିଥାନ୍ତି। ଏହାକୁ ପର୍ସରେ ରଖିଲେ ଧନହାନୀ ହୋଇଥାଏ ଏବଂ ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହି ନଥାଏ। ତେଣୁ ଏଭଳି ସମସ୍ୟାରୁ ବଞ୍ଚିତ ହେବାକୁ ଚାହୁଁଥିଲେ, ନିଜ ପର୍ସରେ କେବେବି କୌଣସି ରସିଦ ବା ବିଲ ରଖନ୍ତୁ ନାହିଁ।

୩/ ଆଉ କିଛି ଲୋକେ ରହିଛନ୍ତି, ଯେଉଁମାନେ ନିଜ ପର୍ସରେ ମୃତ ବ୍ୟକ୍ତିର ଫଟୋ ରଖିଥାନ୍ତି। କାରଣ ସେମାନେ ସେହି ଫଟୋ ସହିତ ହୃଦୟରୁ ଯୋଡି ହୋଇ ଯାଇଥାନ୍ତି। କିନ୍ତୁ ଏଭଳି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ମୃତ ବ୍ୟକ୍ତିର ଆତ୍ମା ସ୍ୱର୍ଗଲୋକରେ ରହିଥାନ୍ତି, ତାଙ୍କ ଫଟୋ ଟଙ୍କା ରଖୁଥିବା ପର୍ସରେ ରଖିବା ଦ୍ଵାରା ଆତ୍ମାର ଧ୍ୟାନ ଭଟକି ଯାଇ ପାରେ।

୪/ ତୀକ୍ଷ୍ଣ ଓ ଧାରୁଆ ଜିନିଷ :-

ପର୍ସରେ କେବେ ମଧ୍ୟ କୌଣସି ଧାରୁଆ ଲୁହା ଜିନିଷ ରଖିବା ଉଚିତ ନୁହେଁ। ଏଭଳି ବସ୍ତୁ ଟଙ୍କା ରଖୁଥିବା ସ୍ଥାନରେ ରଖିଲେ ନକାରାତ୍ମକ ପ୍ରଭାବ ପକାଇ ଥାଏ, ଏହାଦ୍ଵାରା ଦେବୀ ଲକ୍ଷ୍ମୀ ସେଠାରେ ବାସ କରନ୍ତି ନାହିଁ। ଏଥିପାଇଁ ପର୍ସରେ କେବେବି ଚାବି, ପିନ, ଛୁରୀ ଭଳି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ।

୫/ ଅଧିକାଂଶ ଲୋକେ ପର୍ସ ଫାଟି ଯାଇଥିଲେ ମଧ୍ୟ ତାହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଫାଟି ଯାଇଥିବା ପର୍ସ ରଖିବା ଅଶୁଭ ମାନା ଯାଇଥାଏ ଓ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହା ଦାରିଦ୍ର୍ୟତାର ସଂକେତ ଅଟେ। ତେଣୁ କେବେବି ଫାଟି ଯାଇଥିବା ପର୍ସ ନିଜ ପାଖରେ ରଖନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *