Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ଦା ଦ୍ୱାରା ଖୋଲିଯାଏ ମନୁଷ୍ୟର ଭାଗ୍ୟ । ଜାଣି ରଖନ୍ତୁ ଜନ୍ଦା ଦେଖିଲେ କେଉଁ ଖାସ ଉପାୟ କରିବେ ।

ସେୟାର୍ କରନ୍ତୁ

ସାଧରଣତଃ ମନୁଷ୍ୟ ଜନ୍ଦାକୁ ଅତି ତୁଚ୍ଛ ଏବଂ ସାଧାରଣ କିଟପତଙ୍ଗ ମାନିଥାଏ । ଏମିତିକି ଘରେ ଯେମିତି ଜନ୍ଦା ନଜର ନଆସିବ ସେଥିପାଇଁ ମନୁଷ୍ୟ ଅନେକ ଉପାୟ ମଧ୍ୟ କରିଥାଏ । କିନ୍ତୁ ଜନ୍ଦା ଏପରି ଏକ ଜୀବ ଯାହାଠାରୁ ମନୁଷ୍ୟକୁ ଅନେକ କିଛି ଶିଖିବା ଆବଶ୍ୟକ । ସାଧରଣତଃ ଜନ୍ଦା ଧୌର୍ଯ୍ୟ ଏବଂ ଅଧ୍ୟବସାୟର ପ୍ରତୀକ ଅଟେ । ଜନ୍ଦା ଖୁବ ପରିଶ୍ରମୀ ହୋଇଥାଏ । ଏପରି କୁହାଯାଏ ଯେ ସମୂହରେ ବଞ୍ଚୁଥିବା ଏହି କୀଟ ଦଳ ବଦ୍ଧ ଭାବରେ ଏକ ପାହାଡ଼କୁ କାଟିବାର ମଧ୍ୟ କ୍ଷମତା ରଖନ୍ତି । ପୁଣି ଏହା ମନୁଷ୍ୟର ଧୌର୍ଯ୍ୟ ଏବଂ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ଏକ ଉପଯୁକ୍ତ ଉଦାହରଣ ଅଟେ । ଏହାବ୍ୟତୀତ ଜନ୍ଦା ପରିବେଶକୁ ପରିଷ୍କାର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କହିରଖିବୁ ଯେ ଜ୍ୟୋତିଷ ଶାସ୍ତ୍ରରେ ଜନ୍ଦାର ଅନେକ ମହତ୍ତ୍ୱ ରହିଛି । ଜନ୍ଦାର ଭିନ୍ନ ଭିନ୍ନ ପ୍ରଜାତି ଏବଂ ରଙ୍ଗ ଅନୁଯାୟୀ ତାହା ଶୁଭ ଅଶୁଭ ହୋଇଥାଏ । ସାଧରଣତଃ ମଣିଷ ମୃତ୍ୟୁ ପରେ ୮୪ ଲକ୍ଷ ୟୁନି ପରେ ପୁଣିଥରେ ମନୁଷ୍ୟ ଜନ୍ମ ପାଇଥାଏ । ମାତ୍ର ମଣିଷ ଜନ୍ମ ପୂର୍ବରୁ ପିମ୍ପୁଡ଼ି ଜନ୍ମ ପାଇଥାଏ । ତେଣୁ କଳା ଜନ୍ଦାକୁ ବିଷ୍ଣୁଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଏ ।

ତେଣୁ ମୃତ୍ୟୁ ପରେ ବୈକୁଣ୍ଠ ଲାଭ କରିବାକୁ ଚାହୁଁଥିଲେ ଜନ୍ଦାକୁ ଅଟା ଖାଇବକୁ ଦିଅନ୍ତୁ । କଳା ଜନ୍ଦା ଉପରେ ଶନିଙ୍କର ଆଧିପତ୍ୟ ରହିଥ୍ସଏ ତେଣୁ ଶନିବାର ଦିନ କଳା ଜନ୍ଦା ଦେଖିଲେ ଆପଣ ଭାବି ନିଅନ୍ତୁ ଯେ ଶନିଦେବ ପ୍ରସନ୍ନ ଅଛନ୍ତି । ଯେଉଁ ଲୋକ ମାନେ ଚାଉଳ ଅଟାରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତି ସେମାନଙ୍କ ଦୁର୍ଭାଗ୍ୟ ଦୂର ହୋଇଯାଏ ।

ଆପଣଙ୍କ ଜୀବନରେ ସମସ୍ୟା ଥିଲେ ନଡ଼ିଆର ଶୁଖିଲା ପାଉଡର ତିଆରି କରି ସେଥିରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଜୀବନର ନକରାତ୍ମକତା ଦୂର ହୋଇଯିବ । କିଛିଦିନ ଧରି ଜନ୍ଦାକୁ ଅଟା ଖାଇବାକୁ ଦେଲେ ମୁହଁର ପ୍ରକାଶ ବଢ଼ିଯାଏ । ବାଦାମ ପାଉଡରରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦେଲେ ଚାକିରୀର ଯୋଗ ସୃଷ୍ଟି ହୋଇଥାଏ ।

ଏହି ଉପାୟ କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ । ଏହାବ୍ୟତୀତ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶନି ରାହୁ କେତୁ ଏହିସବୁ ଗ୍ରହ ଦୋଷରୁ ମୁକ୍ତି ଜନ୍ଦା ଦେଇଥାଏ । ଶନିଙ୍କ କୋପ ଦୃଷ୍ଟି ଥିଲେ ଜନ୍ଦାକୁ ଅଟା ଦେବା ଦ୍ୱାରା ଠିକ ହୋଇଥାଏ ।

ଅଟାରେ ଚିନି ମିଶାଇ ଖାଇବାକୁ ଦେଲେ ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଏ । ଏହାସହିତ ସଫଳତାର ମାର୍ଗ ମଧ୍ୟ ଖୋଲିଯାଏ । ଅନେକ ଲୋକଙ୍କର ରୂପି ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ରାହୁର କୁଦୃଷ୍ଟି । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ମଧ୍ୟ ଆସିଥାଏ । ତେଣୁ ଏମିତିରେ ଜନ୍ଦାକୁ ନିଶ୍ଚିତ ଚିନି ଖୁଆନ୍ତୁ । ଯଦି ଆପଣଙ୍କ ରାହୁ ଦୁର୍ବଳ ତେବେ ଆପଣ ଏହି ଉପାୟ କରନ୍ତୁ । ଶୁକ୍ର ଦୁର୍ବଳ ହୋଇଥିଲେ ପ୍ରତି ଶନିବାର ଜନ୍ଦାକୁ ଚିନି ଖୁଆନ୍ତୁ । ଯଦି ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତ୍ୟକ ରବିବାର ଜନ୍ଦାକୁ ଖିରି ବନାଇ ଖାଇବାକୁ ଦିଅନ୍ତୁ । ସ୍ୱପ୍ନରେ ଅଳ୍ପ ଜନ୍ଦା ନଜର ଆସିଲେ ଏହା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ଅଧିକ ଜନ୍ଦା ନଜର ଆସିଲେ ତାହା ବଡ଼ ସମସ୍ୟାର ଇଙ୍ଗିତ ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *