Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଚାଉଳ ଏବଂ ହଳଦୀକୁ ନେଇ କରି ଦିଅନ୍ତୁ ଏହି ଖାସ ପ୍ରୟୋଗ । ଜୀବନସାରା ଆସିବ ଧନ ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ସୁଖ ଅଛି ଅର୍ଥ ଦୁଃଖ ମଧ୍ୟ ନିଶ୍ଚିତ ରହିଛି । ମାତ୍ର ଅନେକ ସମୟରେ ମନୁଷ୍ୟ ଏତେ କଷ୍ଟ ଦେଇ ଗତି କରିଥାଏ ଯେ ଦୁଃଖ କେବେ ପିଛା ଛାଡ଼ି ନଥାଏ । ସାଧରଣତଃ ନକରାତ୍ମକତା କାରଣରୁ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଆର୍ଥିକ ସମସ୍ୟା କାରଣରୁ କଳହ , ମାନସିକ ଚିନ୍ତା ଦେଖା ଦେଇଥାଏ ।

ତେବେ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ ବୃହସ୍ପତିଙ୍କୁ କାରକ ବୋଲି ମାନାଯାଏ । ବୃହସ୍ପତି ଗ୍ରହ ଯାହାକି ନଅ ଗ୍ରହ ମଧ୍ୟରେ ଗୁରୁ ଗ୍ରହ ବୋଲି କୁହାଯାଏ । ସାଧରଣତଃ ରୋଷେଇ ଘରେ ବ୍ୟବହୃତ ହେଉଥିବା ହଳଦୀ ବୃହସ୍ପତି ସହିତ ଜଡ଼ିତ ଅଟେ । ତେଣୁ ଗୁରୁବାର ଦିନ ହଳଦୀର କିଛି ଖାସ ପ୍ରୟୋଗ କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହୁଅନ୍ତି ।

ଯେମିତି ଗୁରୁବାର ଦିନ ଶ୍ରୀହରି ବିଷ୍ଣୁଙ୍କ ପୂଜା କରାଯାଏ ସେହିଭଳି ଶ୍ରୀହରି ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଗୁରୁବାର ଦିନ ସକାଳୁ ଉଠି ଶୀଘ୍ର ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରି ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର , ହଳଦୀ ତିଳକ , ହଳଦିଆ ଭୁଲ ଏବଂ ଭୋଗ ଅର୍ପିତ କରନ୍ତୁ । ମାତ୍ର ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ ମିଳିତ ଭାବରେ କରନ୍ତୁ । ପୂଜା ସମୟରେ ନିଜ ମସ୍ତକରେ ହଳଦୀର ତିଳକ କରନ୍ତୁ ।

ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ । ସ୍ନାନ କରିବା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ ମାତ୍ର ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସେହି ଜଳକୁ ସମ୍ପୂର୍ଣ୍ଣ ଘରେ ସିଞ୍ଚି ପାରିବେ ।

ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହୋଇଥାଏ । ଘରୁ ବାହାରକୁ କୌଣସି କାମ ପାଇଁ ବାହାରକୁ ଗଲେ ହଳଦୀ ତିଳକ କରି ନିଶ୍ଚୟ ଯାଆନ୍ତୁ । ଏହାଦ୍ବାରା ସବୁ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ଏହାବ୍ୟତୀତ ଘରର କୋଣରେ ହଳଦୀ ରଖିଲେ ଘରୁ ନକରାତ୍ମକତା ଦୂର ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇବା ଉଚିତ ।

ନଚେତ ହଳଦୀରେ ଅଳ୍ପ ଚାଉଳ ମିଶାଇ ଆପଣ ସ୍ୱସ୍ତିକ ଚିହ୍ନ ବନାଇ ପାରିବେ । ଘରର ବାହାରେ ହଳଦୀ ରେଖା ଟାଣି ଦେଲେ ବାହାରୁ ନକରାତ୍ମକତା ଘରକୁ ପ୍ରବେଶ କରି ପାରିବ ନାହିଁ । ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ତୁଳସୀ ପତ୍ରରେ ହଳଦୀ ଲଗାଇ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଅର୍ପିତ କରି ମାଟିରେ ଦବାଇ ଦିଅନ୍ତୁ ।

ଏହାଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଗୁରୁବାର ଦିନ ଶୁଦ୍ଧ ସାତ୍ଵିକ ଭୋଜନ କରିବା ସହିତ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିବା ଉଚିତ । ଗୁରୁବାର ଦିନ ଭୁଲରେବି କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଗୁରୁବାର ଦିନ ସନ୍ଧ୍ୟାରେ ଦିଅ ଜାଣିଲେ ସେଥିରେ ଲବଙ୍ଗ ପକାଇ ଜଳାନ୍ତୁ କିମ୍ବା ଘିଅ ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରି ପାରିବେ ।

ଗୁରୁବାର ଦିନ ହଳଦୀ ଦାନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଭାଗ୍ୟ ସାଥ ଦେଉ ନଥିଲେ ପ୍ରତ୍ୟେକ ଗୁରୁବାର ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ହଳଦୀ ତିଳକ ଲଗାନ୍ତୁ । ଆର୍ଥିକ ସମସ୍ୟା ଥିଲେ ଏକ ନାଲି ମୋୖଲି ସୂତାରେ ଏକ ହଳଦୀ ଗଣ୍ଠିକୁ ବାନ୍ଧି ଦିଅନ୍ତୁ । ତାପରେ ତାହାକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ପ୍ରାର୍ଥନା କରନ୍ତୁ ଏବଂ କାର୍ଯ୍ୟସ୍ଥଳ କିମ୍ବା ଧନ ରଖାଯାଉଥିବ ସ୍ଥାନରେ ରଖି ଦିଅନ୍ତୁ । ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *