Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୧୩ ମଙ୍ଗଳବାର ଦିନ କରନ୍ତୁ ଏହି ମହାଉପାୟ । ଭଗବାନ ହନୁମାନ ହେବେ ପ୍ରସନ୍ନ ଏବଂ ଶେଷ ହେବ ସବୁ କରଜ ସମସ୍ୟା ।

ସେୟାର୍ କରନ୍ତୁ

ଶ୍ରୀହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ ଏବଂ ଏଭଳି କିଛିବି କାମ ନାହିଁ ଯାହାକୁ ଶ୍ରୀହନୁମାନ କରି ପାରିବେ ନାହିଁ । ଯାହାକି ଶ୍ରୀହନୁମାନଙ୍କୁ ଶ୍ରୀରାମଚନ୍ଦ୍ର ବର ଦେଇଥିଲେ । ଶ୍ରୀହନୁମାନଙ୍କୁ ମଙ୍ଗଳବାର ଦିନଟି ସମର୍ପିତ ଅଟେ । କାରଣ ଏହିଦିନ ହନୁମାନ ନିଜ ଭକ୍ତଙ୍କୁ ସିଦ୍ଧି ଦେଇଥାନ୍ତି । ଆଜିକାର ଏହି ଲେଖାରେ ଆମେ କରଜରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ କହିବୁ । ଶ୍ରୀହନୁମାନଙ୍କୁ ତତ୍କାଳୀକ ଦେବତା କୁହାଯାଏ କାରଣ ସେ ନିଜ ଭକ୍ତ ଉପରେ ବହୁତ ଜଲଦି ପ୍ରସନ୍ନ ହୋଇ ଭକ୍ତର ସବୁ ସମସ୍ୟା ଦୁଃଖ କଷ୍ଟ ଦୂର କରିଥାନ୍ତି । ଭୂମି ପୁତ୍ର ମଙ୍ଗଳ କ୍ରୋଧିତ ହେଲେ ଜୀବନରେ କରଜ ସମସ୍ୟା ବଢ଼ିଥାଏ ଏବଂ ମଙ୍ଗଳଙ୍କ ସ୍ୱାମୀ ଶ୍ରୀହନୁମାନ ।

ମଙ୍ଗଳବାର ଦିନ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ ନଚେତ ଶାରୀରିକ ସମ୍ବନ୍ଧ କାରଣରୁ ଜନ୍ମ ହେଉଥିବା ପିଲା ନପୁଂସକ ହୋଇଥାଏ । ଏହାଦ୍ବାରା ମଙ୍ଗଳ ଦୋଷ ଲାଗିଥାଏ । ଏହାବ୍ୟତୀତ ମଙ୍ଗଳବାର ଦିନ ଲୁଣ ଏବଂ ଘିଅ ମଧ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ତେଣୁ ଏସବୁର ସେବନ ଠାରୁ ଦୂରେଇ ରୁହନ୍ତୁ । ଏହିଦିନ ଅଧିକ ଲୁଣ ଖାଇଲେ କରଜ ବଢ଼ିଥାଏ ଏବଂ ଏହିଦିନ ମାଂସ ସେବନ କରିବା ଉଚିତ ନୁହେଁ । ଏହିଦିନ କାହାଠାରୁ ଋଣ ନେବା ଉଚିତ ନୁହେଁ ନଚେତ ତାହାକୁ ସୁଝବାରେ ଅସମର୍ଥ ହେବେ । ଏହିଦିନ ନିଜ ଭାଇ ସହିତ ଝଗଡ଼ା କରିବା ଉଚିତ ନୁହେଁ ।

ମଙ୍ଗଳବାର ଦିନ ପାନ ଖାଇ ଛେପ ଭୁଇଁରେ ପକାଇଲେ ଶ୍ରୀହନୁମାନ , ମଙ୍ଗଳଦେବ ଏବଂ ଭୂମି ମାତା ମଧ୍ୟ କ୍ରୋଧିତ ହୁଅନ୍ତି । ଆପଣଙ୍କର କୌଣସି ବିଶେଷ ମନସ୍କାମନା ଥିଲେ ମଙ୍ଗଳବାର ଦିନ ଗୋଟା ତୁଳସୀ ପତ୍ରରେ ସିନ୍ଦୁରରେ ରାମ ଲେଖି ଶ୍ରୀହନୁମାନଙ୍କୁ ଅର୍ପିତ କରି ଦିଅନ୍ତୁ । ଶ୍ରୀହନୁମାନଙ୍କୁ ନାଲି ଚନ୍ଦନ କିମ୍ବା ଚମେଲି ତେଲ ଦ୍ୱାରା ଚୋଲା ଅର୍ପିତ କଲେ ଶ୍ରୀହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ମଙ୍ଗଳ ଜନିତ ସମସ୍ୟା , ସ୍ୱାସ୍ଥ୍ୟ ଜନିତ , ବିବାହ ଜନିତ କିମ୍ବା କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶାସ୍ତ୍ର ଅନୁଯାୟୀ ୧୧ ଟି ମଙ୍ଗଳବାର ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ନିମ ଗଛ ମୂଳରେ ଚମେଲି ତେଲରେ ଦୀପ ଜାଳି କ୍ଷୀର ଢ଼ାଳିଲେ ସବୁ ମନସ୍କାମନା ପୂରଣ ହେବା ସହିତ କରଜ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ପ୍ରବାହିତ ପାଣିରେ ତିଳ ଏବଂ ଗୁଡ଼ରେ ତିଆରି ରବିଡ଼ି ପ୍ରବାହିତ କଲେ ଏବଂ ମସୁରି ଦାନ କଲେ ଜାତକରେ ମଙ୍ଗଳ ମଜବୁତ ହୋଇଥାଏ । ଯେଉଁ ବ୍ୟକ୍ତିର ଜାତକରେ ମଙ୍ଗଳ ମଜବୁତ ହୋଇଥାଏ ସେହି ବ୍ୟକ୍ତିର ଜୀବନରେ ଧନ ସୁଖ ସମୃଦ୍ଧି ଆସିଥାଏ । ଏହିଦିନ ପିଉସୀ କିମ୍ବା ଭଉଣୀକୁ ନାଲି କପଡ଼ା ଦାନ କରିବା ପ୍ରଭାବୀ ହୋଇଥାଏ । ଏହାଦ୍ବାରା ମଙ୍ଗଳ ମଜବୁତ ହୋଇଥାଏ । ଏହାବ୍ୟତୀତ ଶ୍ରୀହନୁମାନଙ୍କୁ ସବୁ ଜିନିଷ ନାଲି ରଙ୍ଗର ଚଢ଼ାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହିଦିନ ଶ୍ରୀହନୁମାନଙ୍କୁ ଶ୍ରୀରାମଙ୍କ ଧ୍ବଜା ଚଢ଼ାଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ମଙ୍ଗଳବାର ଦିନ ୨୧ ଟି ପାନ ପତ୍ରରେ ଶ୍ରୀରାମ ଲେଖି ଏକ ମାଳା ତିଆରି କରି ଶ୍ରୀରାମଙ୍କୁ ଅର୍ପିତ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *