Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୧୪ ଯୋଗୀନି ଏକାଦଶୀ । ତୁଳସୀ ଗଛ ତଳେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ମାତା ଲକ୍ଷ୍ମୀ ହେବେ ଆକର୍ଷିତ ।

ସେୟାର୍ କରନ୍ତୁ

ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । କିନ୍ତୁ ତୁଳସୀ ଗଛରେ ଗୋଟିଏ ଜିନିଷ ବାନ୍ଧିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ପାରେ । କେବଳ ଭାରତରେ ନୁହେଁ ପ୍ରାୟ ଅନେକ ଦେଶରେ ତୁଳସୀକୁ ପବିତ୍ରତା ଦୃଷ୍ଟିରୁ ଦେଖା ଯାଇଥାଏ । ଏହି ଔଷଧୀୟ ଗଛର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଅନେକ ଧାର୍ମିକ ଏବଂ ତାନ୍ତ୍ରିକ ଅନୁଷ୍ଠାନରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ । ଯେଉଁଠି ତୁଳସୀ ଗଛ ଲଗାଯାଇଥାଏ ସେଠାରେ ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ଉପସ୍ଥିତି ରହିଥାଏ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ନିଶ୍ଚିତ ତୁଳସୀ ପତ୍ର ଦିଆଯାଇଥାଏ । କାରଣ ଏହା ବିନା ପୂଜା ଅପୂର୍ଣ୍ଣ ମାନା ଯାଇଥାଏ । ଘରେ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛରେ ଚୁନି ନିହାତି ଚଢ଼ାଇବା ଉଚିତ ।

ମାତା ତୁଳସୀଙ୍କୁ ନାଲି ନୁହେଁ ବରଂ ଧଳା କିମ୍ବା ନୀଳ ଚୁନି ଚଢ଼ାଇବା ଉଚିତ । ଚୁନି ପୁରୁଣା କିମ୍ବା ଛିଡ଼ି ଗଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । ଏକାଦଶୀ କିମ୍ବା କୌଣସି ଶୁଭ ଅବସରରେ ଲୋକେ ଚୁନି ବଦଳାଇ ଦିଅନ୍ତି । ଶାଳୀଗ୍ରାମ ଏବଂ ତୁଳସୀର ବିବାହ କରାଇଲେ ରୋଗ ଦୁଃଖ ଶୋକ ସବୁ ଦୂର ହୋଇଥାଏ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ ।

ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ପୋଷାକ ଶୁଖାଇବା ଉଚିତ ନୁହେଁ । କେବେବି ଖରାପ ମାଟିରେ ତୁଳସୀ ଗଛ , ମୁକୁଳା କେଶରେ ତୁଳସୀରେ ଜଳ ଚଢ଼ାଇବା ଭଳି କାମ କରନ୍ତୁ ନାହିଁ । ଘରେ ଶୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ନଚେତ ଘରର ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ ।

ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ ଏବଂ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ।

ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଘରର ମଝାମଝିରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଲୋଭ ମନୋଭାବ ଆଣି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *