Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ହିଁ ମଙ୍ଗଳବାର କରି ଦିଅନ୍ତୁ ଏହି ଖାସ ପ୍ରୟୋଗ । ବଦଳିଯିବ ଦୁର୍ଭାଗ୍ୟ ।

ସେୟାର୍ କରନ୍ତୁ

ସମଗ୍ର ବ୍ରହ୍ମାଣ୍ଡରେ ଜଣେ ଦେବତା ଯିଏକି ସ୍ୱଶରୀରରେ ଉପସ୍ଥିତ ଅଛନ୍ତି , ସେ ହେଉଛନ୍ତି ସଙ୍କଟମୋଚନ ଶ୍ରୀହନୁମାନ । ଶ୍ରୀହନୁମାନ ନିଜ ଭକ୍ତଙ୍କ ଉପରେ ଭଗବାନ କେବେବି କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ । କିଛି ଖାସ ଉପାୟ କରି ଶ୍ରୀହନୁମାନଙ୍କୁ ପ୍ରସନ୍ନ କରି ପାରିଲେ ମନୁଷ୍ୟର ସବୁ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ । ତେଣୁ ଶ୍ରୀହନୁମାନଙ୍କ ମନ୍ଦିରକୁ ଗଲେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କ କୃପା ପ୍ରାପ୍ତି ପାଇଁ ବିଶେଷ ଦିନ ବୋଲି ମାନା ଯାଇଥାଏ । ତେଣୁ ଏହିଦିନ କିଛି ବିଶେଷ ଉପାୟ ଅଧିକ ପ୍ରଭାବୀ ହୋଇଥାଏ । ଶ୍ରୀହନୁମାନଙ୍କୁ ଶିବଙ୍କ ୧୧ତମ ରୂପ ବୋଲି ବିଶ୍ୱାସ କରାଯାଏ । ଶ୍ରୀହନୁମାନଙ୍କ ଆରାଧନା ଦ୍ୱାରା ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଥାଏ ।

ଏକ ଖାସ ଉପାୟ ଅନୁଯାୟୀ ଯଦି ଆପଣ ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ ଆପଣ ନିଷ୍ଠାର ସହିତ ତାହା କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ମନରେ କୌଣସି ପ୍ରାର୍ଥନା କିମ୍ବା କୌଣସି ପ୍ରକାରର ସମସ୍ୟା ଥିଲେ ଶ୍ରୀହନୁମାନଙ୍କ ଆରାଧନା ଦ୍ୱାରା ତାହା ଠିକ ହୋଇଯାଏ ।

ମଙ୍ଗଳବାର ଉପଯୁକ୍ତ ହୋଇଥାଏ ଏବଂ ମଙ୍ଗଳବାର ଦିନ ଚୋଲା ଚଢ଼ାଇବର ବିଧାନ ରହିଛି ଯାହାଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୋଇଥାଏ । ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ପୂଜା ପାଇଁ ସବୁଠାରୁ ଉପଯୁକ୍ତ ଏବଂ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ । ମଙ୍ଗଳବାର କିମ୍ବା ଶନିବାର ଦିନ ଚୋଲା ଅର୍ଥ ସିନ୍ଦୁର ଏବଂ ଚମେଲି ତେଲର ପ୍ରଲେପ ଚଢ଼ାଇବା ଉଚିତ । ଏହାଦ୍ବାରା ଶ୍ରୀହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ତେଣୁ ମଙ୍ଗଳବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ନାଲି ବସ୍ତ୍ର ପିନ୍ଧି ଆଖପାଖ କୌଣସି ମନ୍ଦିରକୁ ଯାଇ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତୁ । ଆପଣ ଏଥିରେ ଗାଈ ଘିଅ ମଧ୍ୟ ବ୍ୟବହାର କରି ପାରିବେ । ସିନ୍ଦୁର ଏବଂ ଚମେଲି ତେଲକୁ ଭଲ ଭାବରେ ମିଶାଇ ଶ୍ରୀହନୁମାନଙ୍କୁ ଲେପ ଲଗାନ୍ତୁ । ଏହାଦ୍ବାରା ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ଦୁଃଖ କଷ୍ଟ ଦୂର କରନ୍ତି ।

ଶ୍ରୀହନୁମାନଙ୍କ ଚେହେରାରେ ସିନ୍ଦୁର ଲଗାଯାଏ ନାହିଁ ଏବଂ ସ୍ତ୍ରୀ ଲୋକ ମାନେ ମଧ୍ୟ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । କାରଣ ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । ଆଖିରେ ମଧ୍ୟ ସିନ୍ଦୁର ଲଗାଇବା ଉଚିତ ନୁହେଁ । ତେବେ ଏହି ଉପାୟ ଅତ୍ୟନ୍ତ ଶ୍ରଦ୍ଧା ଭାବରେ କରନ୍ତୁ ।ଲେପ କରିବା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ କିମ୍ବା ଶ୍ରୀରାମଚନ୍ଦ୍ର ନାମ ଜପ କରନ୍ତୁ ।

ଏହାପରେ ଶ୍ରୀହନୁମାନଙ୍କୁ ପାନ , ସୁପାରି , ପାନ ବିଡ଼ା ଏହାପରେ ଶ୍ରୀହନୁମାନଙ୍କୁ ନାଲି ବସ୍ତ୍ର ଅର୍ପିତ କରନ୍ତୁ ଏବଂ ଏକୁଟିଆ ବସି ହନୁମାନ ଚାଳିଶା ପାଠ କରନ୍ତୁ । ଏହାବ୍ୟତୀତ ଆପଣ ସୁନ୍ଦରକାଣ୍ଡର ପାଠ ମଧ୍ୟ କରି ପାରିବେ । ଯାହାଦ୍ୱାରା ମନସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ । ଶ୍ରୀହନୁମାନଙ୍କୁ ଆପଣ ଗୁଡ଼ ଚଣା , ବୁନ୍ଦୀ ଲଡୁ କିମ୍ବା ବେସନ ଲଡୁ ମଧ୍ୟ ଅର୍ପିତ କରି ପାରିବେ ।

ମାତ୍ର ଧ୍ୟାନ ଦେବେ ଯେପରି ଭୋଗରେ ତୁଳସୀ ପତ୍ର ନିଶ୍ଚିତ ଅର୍ପିତ ହେବା ଆବଶ୍ୟକ । ତୁଳସୀ ପତ୍ର ଶ୍ରୀହନୁମାନଙ୍କର ସବୁଠାରୁ ଅଧିକ ପ୍ରିୟ ଅଟେ ଯାହାଦ୍ୱାରା ଶ୍ରୀହନୁମାନ ବହୁତ ଜଲଦି ତୃପ୍ତ ହୋଇଥାନ୍ତି । ଶ୍ରୀହନୁମାନଙ୍କୁ ତୁଳସୀ ପତ୍ର ଅର୍ପିତ କରୁଥିବା ବ୍ୟକ୍ତିଙ୍କ ତାଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଏ । ସନ୍ଧ୍ୟା ସମୟରେ ଚମେଲି ତେଲ କିମ୍ବା ଘିଅ ଦୀପ ପ୍ରଜ୍ଜ୍ଵଳିତ କରିବା ଜରୁରୀ ଅଟେ । ଯାହାଦ୍ୱାରା ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *