Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହି ଦୁଇଟି ଜିନିଷ ରଖନ୍ତୁ ପାଖରେ । ଶତ୍ରୁ କିମ୍ବା ତାନ୍ତ୍ରିକ ଶକ୍ତି , କେହିବି କରି ପାରିବେନି କ୍ଷତି ।

ସେୟାର୍ କରନ୍ତୁ

ଯଦି ଆପଣ ଭାବୁଛନ୍ତି ଯେ ଭୂତ ପ୍ରେତ ଏବଂ ତନ୍ତ୍ର ବାଧା ଆପଣଙ୍କୁ ଅଧିକ ସମସ୍ୟାରେ ପକାଉଛନ୍ତି ତେବେ ଆଜିକାର ଲେଖାକୁ ନିଶ୍ଚିତ ପଢ଼ନ୍ତୁ । ପ୍ରାୟତଃ ଅନେକ ସମୟରେ ଲୋକଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇଥାଏ ଯେ ସେମାନେ ଭୟଭୀତ ହୋଇ ଯାଆନ୍ତି ଏବଂ ଭୂତ ପ୍ରେତ ବାଧା ସେମାନଙ୍କ ଜୀବନକୁ କଷ୍ଟକର କରିଦିଏ । ଏହାକୁ ଦୂର କରିବା ପାଇଁ ତନ୍ତ୍ରଶାସ୍ତ୍ରରେ ଏକ ଉପାୟ କୁହାଯାଇଛି । ତେବେ ମନେ ରଖନ୍ତୁ ଯେ ଏହି ଉପାୟକୁ କେବଳ ଶନିବାର ଦିନ ହିଁ କରିବେ । ଏକ ଧଳା ରଙ୍ଗର ଫୁଲ ହେଉଥିବା ଗଛରୁ ହିଁ ଆପଣଙ୍କୁ ଏକ ତାବିଜ ବନାଇବାକୁ ପଡ଼ିବ ।

ଏହି ଗଛ ହେଉଛି ଟଗର ଗଛ ଯାହାକୁ ନେଇ ଆପଣ ଏହି ଉପାୟ କରି ପାରିବେ । ଏହାଦ୍ବାରା ଭୂତ ପ୍ରେତ ଭୟ ଜନିତ ସମସ୍ୟା ଦୂର ହୋଇଯିବ । ଦ୍ୱିତୀୟ ଆବଶ୍ୟକ ଜିନିଷ ହେଉଛି ସିନ୍ଦୁର ଏବଂ ତୃତୀୟ ହେଉଛି ସାଧାରଣ ଲୁଣ । ଏହାପରେ ଏକ ଭୋଜ ପତ୍ର ଏବଂ ଏକ ପେନ ନିଅନ୍ତୁ । କୌଣସି ଶୁକ୍ରବାର ଦିନ ଏହି ଟଗର ଗଛର ମୂଳକୁ ନେଇ ଆସନ୍ତୁ ।

ପ୍ରଥମେ ସେହି ଗଛର ମୂଳରେ ପାଣି ଢ଼ାଳି , ସୁପାରି ରଖିବା ପରେ ହାତ ଯୋଡ଼ି ଆମନ୍ତ୍ରଣ କରନ୍ତୁ ଏବଂ ଆଗାମୀ ଦିନ ଯାଇ ସେହି ଗଛର ମୂଳକୁ ନେଇ ଆସନ୍ତୁ । ବର୍ତ୍ତମାନ ସେହି ଗଛର ମୂଳକୁ ଏକ ପାତ୍ରରେ ରଖି ତାହା ଉପରେ ଜଳ ଢ଼ାଳି ଦିଅନ୍ତୁ ଏବଂ ତା ଉପରେ କିଛି ସିନ୍ଦୁର ପକାଇ ଦିଅନ୍ତୁ ।

ଏହାପରେ ଏକ ଚିମୁଟା ଲୁଣ ସେହି ମୂଳ ଉପରେ ପକାଇ ଦିଅନ୍ତୁ । ଗୋଟିଏ ଭୋଜ ପତ୍ର ନେଇ ସବୁଜ କିମ୍ବା କଳା ପେନରେ ଏକ ଯନ୍ତ୍ର ବନାନ୍ତୁ । ଘରେ ଥିବା ସବୁ ସଦସ୍ୟଙ୍କ ପାଇଁ ଗୋଟିଏ ଲେଖାଏଁ ଭୋଜ ପତ୍ରରେ ଏହି କରି ପାରିବେ । ତାହାକୁ ଆପଣ ତାବିଜରେ ପୁରାଇ ଦିଅନ୍ତୁ କିମ୍ବା ଏକ କଳା କପଡ଼ା ଦ୍ୱାରା ଗୋଡ଼ାଇ ବ୍ୟାଗ ଭିତରେ ରଖି ଦିଅନ୍ତୁ । ତାବିଜକୁ ନିଜ ବେକରେ କିମ୍ବା ଅଣ୍ଟାରେ ଧାରଣ କରି ପାରିବେ । ଏହି ଉପାୟ ଦ୍ୱାରା ଭୂତ ପ୍ରେତ ଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ । ମାତ୍ର କେବଳ ଶନିବାର ଦିନ ହିଁ ଏହି ଉପାୟ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *