Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ କେଉଁଠିବି ମିଳିଲେ ଛିଡ଼ାଇ ନିଅନ୍ତୁ ଏହି ଫୁଲ । ୨୪ ଘଣ୍ଟା ମଧ୍ୟରେ ହିଁ କହିବେ ସତ ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘରର ଉପଯୁକ୍ତ ସ୍ଥାନରେ ଅପରାଜିତା ଗଛ ଲଗାଇ ଦିଅନ୍ତି ତେବେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘରେ ଅପରାଜିତା ଥିଲେ ତାହା ଘରର ସୁଖ ସମୃଦ୍ଧିର କାରଣ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଖାଯାଉଥିବା କିଛି ଜିନିଷରୁ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ବାହାରି ଥାଏ । ପୁଣି ଅପରାଜିତା ଏକ ଅତି ଭାଗ୍ୟଶାଳୀ ଗଛ ଯାହାକୁ ଯଦି ଆପଣ ଉଚିତ ଦିଗରେ ଏବଂ ଉଚିତ ସ୍ଥାନରେ ଲଗାଇ ଦିଅନ୍ତି ତେବେ ଘରକୁ ଭଗବାନ ବିଷ୍ଣୁ , ମାତା ଲକ୍ଷ୍ମୀ ଏବଂ ମହାଦେବଙ୍କ ଆଗମନ ହୋଇଥାଏ । ଘରେ ନୀଳ ରଙ୍ଗର ଅପରାଜିତା ଗଛ ଲଗାଇବା ଉତ୍ତମ ହୋଇଥାଏ ।

ଘରର ପୂର୍ବ , ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଆପଣ ଏହି ଗଛ ଲଗାଇ ପାରିବେ । ଏହି ଗଛକୁ ଶୁକ୍ରବାର କିମ୍ବା ଗୁରୁବାର ଦିନ ଲଗାଇ ପାରିବେ । ଏହି ଦୁଇଟି ଦିନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଦିନ ଅଟେ । ଅପରାଜିତା ଗଛକୁ ଭୁଲରେବି ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଘରର ମୁଖ୍ୟଦ୍ୱାରର ଡାହାଣ ପାଖରେ ଆପଣ ଅପରାଜିତା ଗଛ ଲଗାଇ ପାରିବେ । ଏହି ଗଛ ଶନିଙ୍କ ସାଢ଼େସାତିରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥିପ୍ରତି ଧ୍ୟାନ ଦେବେ ଯେପରି ଅପରାଜିତା ଗଛ ସର୍ବଦା ଉପରକୁ ଯିବ ତେଣୁ ସେହି ଅନୁଯାୟୀ ବ୍ୟବସ୍ଥା କରନ୍ତୁ । ଏହି ଗଛକୁ ଲଗାଇବା ଦ୍ୱାରା ଧନ ଯୋଗ ସୃଷ୍ଟି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଏହି ଗଛକୁ ଘରେ ଲଗାଇବାର ଅନେକ ଫାଇଦା ଯେମିତିକି ଘରେ କଳହ କ୍ଳେଶ ଦୂର ହୋଇଯାଏ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ । ଅପରାଜିତା ଫୁଲ ଘରେ ଫୁଟିଲେ ତାହା ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାଏ । ତନ୍ତ୍ର ଶାସ୍ତ୍ରରେ ଏହି ଗଛର ଅନେକ ମହତ୍ତ୍ୱ କୁହାଯାଇଛି । ଯଦି ଘରେ କାହାରି ବିବାହ ଶୀଘ୍ର ହୋଇପାରୁ ନାହିଁ ତେବେ ଶନିବାର ଦିନ ଡାଳିମ୍ବ କଥାରେ ମାଟି ଖୋଳି ଏଗାରଟି ଅପରାଜିତା ଫୁଲ ଦବାଇ ଦିଅନ୍ତୁ । ଶନି ଦୋଷକୁ ଦୂର କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ପୂଜା କରି ଏହି ନୀଳ ରଙ୍ଗର ଅପରାଜିତା ଫୁଲ ଅର୍ପଣ କରି ଦିଅନ୍ତୁ । ଯଦି ଆପଣ ଆର୍ଥିକ ସମୃଦ୍ଧି ଚାହୁଁଛନ୍ତି ତେବେ ପ୍ରବାହିତ ଜଳରେ ଅପରାଜିତା ଫୁଲକୁ ଭସାଇ ଦିଅନ୍ତୁ ଏବଂ ଶନିଦେବଙ୍କୁ ସୁଖ ଶାନ୍ତି ନିମନ୍ତେ ପ୍ରାର୍ଥନା କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *