Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ଅଙ୍ଗରୁ ଭାଗ୍ୟଶାଳୀ ସ୍ତ୍ରୀର ହୋଇଥାଏ ପରିଚୟ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଗୋଟିଏ ପରିବାରରେ ମହିଳା ଏକାଧିକ ଚରିତ୍ରରେ ନିଜର କର୍ତ୍ତବ୍ୟ ପ୍ରତିପାଦନ କରନ୍ତି । ତେବେ ସେ ବୋହୂ ହେଉ , ଝିଅ ହେଉ , ମା’ ହେଉ କିମ୍ବା ଅନ୍ୟକିଛି । କହିବାକୁ ଗଲେ କୌଣସି ଘରର ସୁଖ ଶାନ୍ତି ସେହି ଘରର ମହିଳାଙ୍କ ଉପରେ ନିର୍ଭର କରିଥାଏ । ବିବାହ ଏକ ଏପରି ବନ୍ଧନ ହୋଇଥାଏ ଯାହାଦ୍ୱାରା ପୁରୁଷ ମହିଳା ଜୀବନସାରା ଗୋଟିଏ ଡୋରିରେ ବନ୍ଧା ହୋଇଥାନ୍ତି । ଏହାବ୍ୟତୀତ ମହିଳା ମାନେ ଯେତେବେଳେ ନିଜ ମନରେ ନିଜ ଜୀବନସାଥୀଙ୍କ ବିଷୟରେ ପରିକଳ୍ପନା କରନ୍ତି ସେତେବେଳେ ସେମାନେ ଜଣେ ଯତ୍ନ ନେଉଥିବା , ଅତ୍ୟଧିକ ଭଲ ପାଉଥିବା ଏବଂ ସବୁ ଇଚ୍ଛା ପୂରଣ କରୁଥିବା ବ୍ୟକ୍ତି ହିଁ ଇଚ୍ଛା କରନ୍ତି ।

ସେହିଭଳି ପୁରୁଷ ମାନେ ଏଭଳି ଏକ ସ୍ତ୍ରୀ ଇଚ୍ଛା କରନ୍ତି ଯିଏକି ତାଙ୍କ ଘରେ ସୁଖ ଶାନ୍ତି ଭରି ଦେବ ଏବଂ ସମସ୍ତଙ୍କର ଯତ୍ନ ନେଇ ପାରିବ । ତେବେ କହି ରଖିବୁ ଯେ ବିବାହ ପୂର୍ବରୁ ଏଭଳି ସ୍ତ୍ରୀ ବାଛିବା କଷ୍ଟକର ଅଟେ । କିନ୍ତୁ ଶାସ୍ତ୍ରରେ ଏହାର ଅନେକ ଉପାୟ ବିଷୟରେ ବର୍ଣ୍ଣିତ ହୋଇଛି । ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଅଙ୍ଗ ବିଷୟରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ବ୍ୟକ୍ତିର ସ୍ଵଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିହେବ । ତାସହିତ ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିହୁଏ ।

୧ . ଯେଉଁ ମହିଳାଙ୍କ କେଶ ଲମ୍ବା , ଘନ , ସିଧା ଏବଂ କଳା ହୋଇଥାଏ , ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ମହିଳାଙ୍କୁ ଜୀବନର ସବୁ ସୁଖ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ଯାହାକୁ ସେ ନିଜ ପରିବାର ସହିତ ବାଣ୍ଟିଥାଏ ।

୨ . ଗୋଲ ଚେହେରା , ବଡ଼ ଏବଂ ଉଜ୍ଜ୍ୱଳ ଆଖି ଥିବା ମହିଳା ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉଜ୍ଜ୍ୱଳ ଭାଗ୍ୟ କାରଣରୁ ଏମାନଙ୍କ ପରିବାରର ଭାଗ୍ୟ ମଧ୍ୟ ଉତ୍କୃଷ୍ଟ ହୋଇଥାଏ ।

୩ . ଯେଉଁ ମହିଳାଙ୍କ କପାଳ ଚଉଡ଼ା ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ପରିବାରର ସବୁବେଳେ କଲ୍ୟାଣ କରଥାନ୍ତି ।

୪ . ଯେଉଁ ମହିଳାଙ୍କ ନାକର ଅଗ୍ର ଭାଗରେ କଳାଜାଇ ହୋଇଥାଏ ସେହି ମହିଳା ମାନେ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କ କାରଣରୁ ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ । ଏହି ମହିଳାଙ୍କ କାରଣରୁ ଦୁଇ କୂଳରେ ସୁଖ ସମୃଦ୍ଧି ଆସିଥାଏ ।

୫ . ଯେଉଁ ମହିଲାଙ୍କର ସବୁ ଦାନ୍ତ ସମାନ , ଧଳା ଏବଂ ଅଗ୍ରଭାଗର ଦୁଇ ଦାନ୍ତ ମଧ୍ୟରେ ଫାଙ୍କା ଥାଏ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୬ . ଯେଉଁ ମହିଳାଙ୍କ ଝିଭ ପତଳା , ନାଲି ଏବଂ ଗୋଲାପୀ ରଙ୍ଗର ହୋଇଥାଏ ତଥା ଓଠ ମଧ୍ୟ ହାଲୁକା ଗୋଲାପୀ ହୋଇଥାଏ , ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ପତଳା ଏବଂ ଲମ୍ବା ଓଠ ଥିବା ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ଏମାନଙ୍କ ହସ ଖୁବ ସୁନ୍ଦର ହୋଇଥାଏ ।

୭ . ଯେଉଁ ମହିଳାଙ୍କ ବେକ ପତଳା ଏବଂ ଲମ୍ବା ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ମହିଳା ସର୍ବଦା ନିଜ ପରିବାରକୁ ଖୁସିରେ ରଖିବାକୁ ପ୍ରୟାସ କରନ୍ତି ।

୮ . ଯେଉଁ ମହିଳାଙ୍କ ହାତ ପାପୁଲି ଗୋଲାପୀ ଏବଂ ହାତରେ ଶଙ୍ଖ ଏବଂ ଚକ୍ରର କୌଣସି ଚିହ୍ନ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ।

୯ . ଯେଉଁ ମହିଳାଙ୍କ ହାତର ଆଙ୍ଗୁଠି ଲମ୍ବା ଏବଂ ସୁନ୍ଦର ହୋଇଥାଏ , ସେହି ମହିଳାଙ୍କ ହାତରୁ ହିଁ ସୌଭଗ୍ୟ ନଜର ଆସିଥାଏ । ଏହି ମହିଳା ମାନେ ଅର୍ଥକୁ ବୁଝି ବିଚାରି ଖର୍ଚ୍ଚ କରିଥାନ୍ତି । ଏମାନେ ସଞ୍ଚୟ କରିଥାନ୍ତି ଏବଂ ସ୍ୱାମୀକୁ ସବୁ ପରିସ୍ଥିତିରେ ସାହାଯ୍ୟ କରନ୍ତି ।

୧୦ . ଯେଉଁ ମହିଳାଙ୍କ ପାଦ ଲମ୍ବା , ସୁନ୍ଦର , ମାଂସଳ , ଚିକ୍କଣ ଏବଂ ଆଙ୍ଗୁଠି ଲାଗି ଲାଗି ରହିଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ କୁହାଯାଏ ।

୧୧ . ଯେଉଁ ମହିଳାଙ୍କ ନାଭି ଗଭୀର , ବଡ଼ ଏବଂ ନାଭି ଆଖପାଖରେ କଳାଜାଇ ରହିଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଖୁବ ସୌଭଗ୍ୟଶାଳୀ ହୋଇଥାନ୍ତି । ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ଏବଂ ସ୍ୱାମୀଙ୍କ ଭାଗ୍ୟ ଉଦୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *