Excuse Me Odisha

ଯାହା କହିବୁ ସତ କହିବୁ

ନିର୍ଜଳା ଏକାଦଶୀ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ । ନଚେତ ଭଗବାନ ବିଷ୍ଣୁ ହେବେ ଦୁଃଖିତ । ଜାଣି ନିଅନ୍ତୁ ବ୍ରତ ରଖିବାର ସମ୍ପୂର୍ଣ୍ଣ ନିୟମ ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ସବୁ ମହତ୍ତ୍ୱପୂର୍ଣ୍ଣ ଏକାଦଶୀ ତିଥିମ ମଧ୍ୟରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଏହାକୁ ନିର୍ଜଳା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । ନିର୍ଜଳା ଏକାଦଶୀରେ ନିର୍ଜଳ ଉପବାସ କରି ଭଗବାନ ବିଷ୍ଣୁଙ୍କ ପୂଜା କଲେ ଭଗବାନ ବିଷ୍ଣୁଙ୍କ ସମେତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ମଧ୍ୟ କରାଯାଇଥାଏ ।

ଏହି ବ୍ରତ ରଖିବା ଦ୍ୱାରା ପାପ ନାଶ ହୋଇଥାଏ ବୋଲି କୁହାଯାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି କେବଳ ନିର୍ଜଳା ଏକାଦଶୀ ବ୍ରତ ରଖିଥାଏ ସେହି ବ୍ୟକ୍ତିକୁ ସବୁ ଏକାଦଶୀର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ପୌରାଣିକ କଥା ଅନୁଯାୟୀ ପାଣ୍ଡୁ ପରିବାର ଏକାଦଶୀ ବ୍ରତକୁ ଅତ୍ୟନ୍ତ ଶ୍ରଦ୍ଧା ଭାବରେ କରୁଥିଲେ । କିନ୍ତୁ ଭୀମ ଭୋକ ସମ୍ଭାଳି ପାରୁନଥିବାରୁ ସେ ବ୍ରତ କରିବାକୁ ଇଛୁକ ଥିଲେବି ସୁଦ୍ଧା କରିପାରୁ ନଥିଲେ ।

ତେଣୁ ବେଦବ୍ୟାସଙ୍କୁ ଏହାର ସମାଧାନ ବିଷୟରେ ପଚାରିବାରୁ ବେଦବ୍ୟାସ ନିର୍ଜଳା ଏକାଦଶୀ ବିଷୟରେ କହିଥିଲେ ଯାହାକି ଅତ୍ୟନ୍ତ କଠିନ ଅଟେ । ଏହି ସଂକ୍ରାନ୍ତି ବୃଷଭ ଏବଂ ମିଥୁନ ମଧ୍ୟରେ ପଡ଼ିଥାଏ । ଏହିଦିନ ଅନ୍ନ ଏବଂ ଜଳ ଗ୍ରହଣ କରାଯାଏ ନାହିଁ । ବେଦବ୍ୟାସଙ୍କ କହିଥିବା ବିଧି ଅନୁଯାୟୀ ଭୀମସେନ ଏହି ବ୍ରତ କରିବାକୁ ଲାଗିଲେ । ଯେଉଁ କାରଣରୁ ଏହାକୁ ଭୀମସେନ ଏକାଦଶୀ ମଧ୍ୟ କୁହାଯାଇଥାଏ ।

ମଇ ୩୦ ଦ୍ୱିପ୍ରହର ୧.୦୭ ରୁ ଏହା ଆରମ୍ଭ ହୋଇ ଆଗାମୀ ଦିନ ୧.୪୫ ମିନିଟରେ ଶେଷ ହେବ । ଉଦୟା ତିଥି ଅନୁଯାୟୀ ବ୍ରତ ୩୧ ମଇରେ ରଖାଯିବ । ନିର୍ଜଳା ଉପବାସ ଜୁନ ୧ ସକାଳ ୫.୨୪ ରୁ ୮.୧୦ ପର୍ଯ୍ୟନ୍ତ ରହିବ । ପଦ୍ମ ପୁରାଣ ଅନୁଯାୟୀ ନିର୍ଜଳା ଉପବାସ କଲେ ମଣିଷର ଶରୀରର ଶୁଦ୍ଧି ହୋଇଥାଏ ।

ବିବାହିତ ହୋଇଥିଲେ ସ୍ୱାମୀ ସ୍ତ୍ରୀ ଉଭୟ ମିଶି ଏହି ବ୍ରତକୁ କରନ୍ତୁ । ବିଧବା ମହିଳା ଏହା କଲେ ଆଗାମୀ ଜନ୍ମରେ ଉତ୍ତମ ସୌଭଗ୍ୟର ପ୍ରାପ୍ତି ହେବ । ଏହିଦିନ ସକାଳ ସନ୍ଧ୍ୟା ତୁଳସୀ ପୂଜନ କରି ଦୀପ ନିଶ୍ଚୟ ଜଳାନ୍ତୁ ଏବଂ ଏହିଦିନ ମିଠା ଜଳ ଦାନ କରିବାର ବିଶେଷ ବିଧାନ ରହିଛି । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ କିମ୍ବା ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ ।

ନିର୍ଜଳା ଏକାଦଶୀ ଦିନ କାହାରି ପାଇଁ ମନରେ ରାଗ ହିଂସା କ୍ରୋଧ କିମ୍ବା ଲୋଭ ମୋହ ଜିନିଷ ରଖନ୍ତୁ ନାହିଁ ଏବଂ କୌଣସି ଜୀବକୁ କଷ୍ଟ ଦିଅନ୍ତୁ ନାହିଁ । ଆପଣ ନିର୍ଜଳ କିମ୍ବା ଫଳାହାର କରି ମଧ୍ୟ ନିର୍ଜଳା ଏକାଦଶୀ ବ୍ରତ କରି ପାରିବେ । ଏହିଦିନ ଅନ୍ନ , ମାଂସ , ମଦ , ଲୁଣ , ପିଆଜ , ରସୁଣ , ବାଇଗଣ ଠାରୁ ଦୂରେଇ ରୁହନ୍ତୁ । ଏହିଦିନ କେଶ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ ।

ଏହିଦିନ ଦିନରେ କିମ୍ବା ରାତିରେ ଶୁଅନ୍ତୁ ନାହିଁ ବରଂ ଜାଗରଣ , ନିର୍ଜଳା ଏକାଦଶୀ କଥା କିମ୍ବା ସତ୍ୟନାରାୟଣ ପାଠ ଶୁଣି ପାରିବେ । ନିର୍ଜଳା ଏକାଦଶୀ କଥା ଶୁଣିବା ପରେ ବ୍ରାହ୍ମଣଙ୍କୁ ଯଥା ସମ୍ଭବ ଦକ୍ଷିଣା ଦିଅନ୍ତୁ । ଏହି ଦିନ ଶୀତଳତା ଦେଉଥିବା ଜିନିଷ ଯଥା ଛତା , ପାଣି ଏବଂ ଜୋତା ଦାନ କରାଯାଏ । ଏହାବ୍ୟତୀତ ଆପଣ ଫଳ ଦାନ ସହିତ ବ୍ରାହ୍ମଣ ଭୋଜନ ମଧ୍ୟ କରାଇ ପାରିବେ ।

ଏହିଦିନ ଗୋଦାନ କରିବା ଅନେକ ଗୁଣା ଫଳ ଦେଇଥାଏ । ଅତିକମରେ ଗୋସେବା ନିଶ୍ଚୟ କରାନ୍ତୁ । ଆପଣ ଚାହିଁଲେ ଗୋଶାଳାରେ ମଧ୍ୟ ଦାନ କରି ପାରିବେ । ଏହିଦିନ ସକାଳୁ ଜଲଦି ଉଠି ଗଙ୍ଗା ଜଳରେ ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରି ପୂର୍ବ ଦିଗରେ ଏକ ଚୌକି ବିଛାଇ ତା ଉପରେ ଏକ ହଳଦିଆ କପଡ଼ା ବିଛାଇ ଦିଅନ୍ତୁ ।

ଏହା ତଳେ ଏକ ରଙ୍ଗୋଲି କରି ଦିଅନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପିତ କରି ଜଳ ପୂର୍ଣ୍ଣ କଳସି ପାଖରେ ସ୍ଥାପିତ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଏବଂ ଚାଉଳ ଅର୍ପିତ ନକରି ଗହମ , ଜଅ ଅର୍ପିତ କରି ପାରିବେ । ବିଷ୍ଣୁଙ୍କୁ ଜଳ ଏବଂ ପଞ୍ଚାମୃତରେ ଅଭିଷେକ କରାଇ ଚନ୍ଦନ ତିଳକ କରି ଦିଅନ୍ତୁ । ଏହାପରେ ତୁଳସୀ ଦଳ ଏବଂ ହଳଦିଆ ଫୁଲ ଅର୍ପିତ କରନ୍ତୁ । ଅତର , ଧୂପ ଏବଂ ଦୀପ ଜଳାନ୍ତୁ । ପ୍ରସ୍ତୁତ କରିଥିବା ଭୋଗ ଅର୍ପିତ କରନ୍ତୁ ।

ଏହାପରେ ପାନରେ ଲବଙ୍ଗ ଏବଂ ଅଳେଇଚ ରଖି ପାନ ବିଡ଼ା ଅର୍ପିତ କରି ଦିଅନ୍ତୁ । ପୂଜା ପରେ ନିର୍ଜଳା ଏକାଦଶୀ କଥା ଶୁଣନ୍ତୁ । ଆଗାମୀ ଦିନ ସେହିସବୁ ଜିନିଷକୁ କୌଣସି ମନ୍ଦିର କିମ୍ବା ବ୍ରାହ୍ମଣଙ୍କୁ ଦାନ କରି ଦିଅନ୍ତୁ । ଏହି ବ୍ରତ ରଖିବା ଦ୍ୱାରା ସବୁ ପାପ ମୁକ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *