Excuse Me Odisha

ଯାହା କହିବୁ ସତ କହିବୁ

କେବଳ ୫ ମିନିଟ ହାତରେ ଲୁଣ ରଖି କରି ଦିଅନ୍ତୁ ଏହି ଶକ୍ତିଶାଳୀ ଉପାୟ । ଦୂର ହୋଇଯିବ ସବୁ ସମସ୍ୟା ।

ସେୟାର୍ କରନ୍ତୁ

ମନୁଷ୍ୟର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ସବୁଠି ଲୁଣର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ଲୁଣ ବ୍ୟକ୍ତିଗତ ଜୀବନରେ ମନୁଷ୍ୟ ଭୋଜନର ସ୍ୱାଦ ବଢ଼ାଇବାକୁ ବ୍ୟବହାର କରୁଥିବା ବେଳେ , ତାହାକୁ ଉପଯୋଗ କରି କିଛି ଉପାୟ କରିବା ଦ୍ୱାରା ମନୁଷ୍ୟ ନିଜର ଭାଗ୍ୟ ବଦଳାଇ ପାରେ । ଯେଉଁ ସବୁ ଉପାୟ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ତେବେ ଲୁଣକୁ ଉପଯୋଗ କରି କରାଯାଉଥିବା କିଛି ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଲୁଣ ବିଭିନ୍ନ ପ୍ରକାରର ହୋଇଥାଏ ଏବଂ ତାର ଉପାୟ ମଧ୍ୟ ଭିନ୍ନ ଭିନ୍ନ ସମସ୍ୟା ପାଇଁ କରାଯାଇଥାଏ । ଯଦି ଘରେ କୌଣସି ସମସ୍ୟା କିମ୍ବା ନକରାତ୍ମକ ଶକ୍ତିର ଉପସ୍ଥିତି ଥିବା ଭଳି ଅନୁଭୂତ ହେଉଛି , ତେବେ ଘରର ଏକ କୋଣରେ ଏକ ପାତ୍ରରେ ସାଧାରଣ ଲୁଣ ଭର୍ତ୍ତି କରି ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ସପ୍ତାହରେ ବଦଳାଇ ଦିଅନ୍ତୁ ।

ଏହାଦ୍ବାରା ଲୁଣ ଘରେ ଉପସ୍ଥିତ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ଲୁଣକୁ କେବେବି ଲୁହା କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ ନୁହେଁ । ଏହାକୁ ସର୍ବଦା କାଚ ପାତ୍ରରେ ଭରି ରଖନ୍ତୁ । ବାଥରୁମରେ ଏକ କୋଣରେ କ୍ରିସ୍ଟଲ ସଲଟ ଏକ କାଚ ପାତ୍ରରେ ରଖି ଦିଅନ୍ତୁ ଏବଂ ତାହାକୁ ପ୍ରତି ପନ୍ଦର ଦିନରେ ଥରେ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ସବୁବେଳେ ଦୂରେଇ ରହିଥାଏ ।

ନଚେତ ଘରେ ରୋକ ସଲଟ ଲ୍ୟାମ୍ପ ମଧ୍ୟ ଲଗାଇ ପାରିବେ । ଲୁଣକୁ କେବେବି ସିଧାସଳଖ କାହାରି ହାତରେ ଦେବା ଉଚିତ ନୁହେଁ । ଏହାଦ୍ବାରା ଜୀବନରେ ସମସ୍ୟା ଆସିବା ସହିତ ସମ୍ବନ୍ଧ ମଧ୍ୟ ଖରାପ ହୋଇଥାଏ । ଯଦି ଘର ଉପରେ ଶନି ଦୋଷ କିମ୍ବା ରାହୁ ଦୋଷ ଏବଂ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଝୁଲାଇ ଦିଅନ୍ତୁ , ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ।

ଆପଣ ଏହି ଉପାୟ ନିଜ ଘରର ସିନ୍ଧୁକ , ଦୋକାନ , ବ୍ୟବସାୟ କ୍ଷେତ୍ର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କରି ପାରିବେ । ଲୁଣ ରଖିବା ସମୟରେ ସେଥିରେ କିଛି ଲବଙ୍ଗ ମଧ୍ୟ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଧନ ପ୍ରାପ୍ତି ଆରମ୍ଭ ହୋଇଯିବ । କାଚ ଗ୍ଲାସରେ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ପାରିବେ । ଏହା ପଛରେ ଏକ ନାଲି ଲାଇଟ ଜଳାଇ ପାରିବେ ।

ଏହା ରୋକ ସଲଟ ଭଳି କାମ କରିଥାଏ ଯାହାକି ଘରର ନକରାତ୍ମକତାକୁ ଅବଶୋଷିତ କରିଥାଏ । ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ସପ୍ତାହରେ କେବଳ ଗୁରୁବାରକୁ ଛାଡ଼ି ଅନ୍ୟ ବାରରେ ପାଣିରେ ସମୁଦ୍ରି ଲୁଣ ମିଶାଇ ପୋଛା ମାରନ୍ତୁ । ଯଦି ଘରେ କୌଣସି ଛୋଟ ପିଲା ଉପରେ ନଜର ଦୋଷ ରହିଛି ତେବେ ବାମ ହାତରେ ଅଳ୍ପ ଲୁଣ ଏବଂ ଲଙ୍କା ନେଇ ନଜର ଲାଗିଥିବା ପିଲା ଉପର ଦେଇ ବୁଲାଇ ନିଆଁରେ ପକାଇ ଦିଅନ୍ତୁ ।

ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ନଚେତ ନଜର ଲାଗିଥିବା ବ୍ୟକ୍ତି ଉପର ଦେଇ ଏକ ମୁଠା ଲୁଣ ଓଲଟା ତିନି ଥର ବୁଲାଇ ପାଣିରେ ପ୍ରବାହିତ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ନଜର ଦୋଷ ଦୂର ହୋଇଯିବ । ଲଗାତାର ତିନି ଦିନ ଏହି ଉପାୟ କଲେ ଆପଣଙ୍କ ଉପରୁ ସବୁ ପ୍ରକାରର ନଜର ଦୋଷ ଦୂର ହୋଇଯିବ । ସପ୍ତାହରେ ଅତି କମରେ ଗୋଟିଏ ଦିନ ବିଶେଷ କରି ସୋମବାର ଦିନ ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କଲେ ଚର୍ମ ରୋଗ ଜନିତ ସମସ୍ୟା ହୋଇ ନଥାଏ ଏବଂ ନକରାତ୍ମକତା ଠାରୁ ମଧ୍ୟ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *