Excuse Me Odisha

ଯାହା କହିବୁ ସତ କହିବୁ

କଷ୍ଟ ପାଇ ପାଇ ମରିଯିବେ ପଛକେ କେବେ ବି ଏହି ୫ ଜଣ ଲୋକଙ୍କ ଠାରୁ ସାହାଯ୍ୟ ମାଗିବେ ନାହିଁ

ସେୟାର୍ କରନ୍ତୁ

ଯେଉଁ ପ୍ରକାରରେ ସୁନା ର ପରୀକ୍ଷା ଘଷିବା, କାଟିବା,ଜାଳିବା ଏବଂ ପିଟିବା ଦ୍ୱାରା ହୋଇଥାଏ,ସେହି ପରି ମଣିଷର ପରିଚୟ ତ୍ୟାଗ,ଶୀଳ,ଗୁଣ ଏବଂ କର୍ମ ଦ୍ଵାରା ହୋଇଥାଏ |

ସ୍ତ୍ରୀର ଗୁରୁ ତାଙ୍କ ସ୍ୱାମୀ ଅଟନ୍ତି, ଅତିଥି ସମସ୍ତଙ୍କର ଗୁରୁ ଅଟନ୍ତି |

ବ୍ରାହ୍ମଣ, କ୍ଷେତ୍ରୀୟ,ବୈଶ୍ୟ ଏବଂ ଶୁଦ୍ରଙ୍କ ଗୁରୁ ଅଗ୍ନି ଅଟନ୍ତି | ଏବଂ ଏହି ସବୁ ବର୍ଣର ଗୁରୁ ବ୍ରାହ୍ମଣ ଅଟନ୍ତି |

କୌଣସି ଜିନିଷକୁ ସେବେ ଯାଏଁ ଭୟ କରିବା ଉଚିତ ଯେବେ ଯାଏଁ ସେ ଆପଣଙ୍କ ସାମ୍ନାକୁ ଆସିନାହିଁ | ସାମ୍ନାକୁ ଆସିବା ପରେ ସେହି ଭୟ ଉପରେ ବିନା ଚିନ୍ତା କରି ପ୍ରହାର କରିବା ଉଚିତ |

ଗୋଟିଏ ହିଁ ମାତା ର ପେଟରୁ ଏବଂ ଗୋଟିଏ ନକ୍ଷତ୍ର ହିଁ ରେ ଜନ୍ମ ହୋଇଥିବା ସନ୍ତାନ ସେହି ପ୍ରକାରରେ ଗୁଣ ଏବଂ ଶୀଳ ରେ ସମାନ ହୋଇନଥାନ୍ତି ଯେମିତି ବରକୋଳି ର ସମସ୍ତ କଣ୍ଟା ସମାନ ହୋଇନଥାଏ |

ଯାହାର ଯେଉଁ ବିଷୟ ବସ୍ତୁର ଆକାଂକ୍ଷା ନାହିଁ, ସେ ସେହି ବସ୍ତୁର ସେହି ଅଧିକାରୀ ନୁହେଁ | ଯଦି କୌଣସି ବ୍ୟକ୍ତି ସୌନ୍ଦର୍ଯ୍ୟ ପ୍ରେମୀ ନୁହେଁ ତେବେ ତାଙ୍କୁ ଶ୍ରୀଙ୍ଗାର ଶୋଭା ପ୍ରତି ଆସକ୍ତି ହେବ ନାହିଁ | ଠିକ ସେହିପରି ଯେମିତି ଚତୁର ବ୍ୟକ୍ତି ମଧୁର ବଚନ କହିପାରେ ନାହିଁ ଏବଂ ସ୍ପଷ୍ଟ ବକ୍ତା କେବେ ଧୋକେବାଜ ହୋଇନଥାଏ |

ମୂର୍ଖର ପୀଡ଼ିତଙ୍କ ସହ ,ଦରିଦ୍ରର ଧନୀଙ୍କ ସହ,ବିଧବାର ସଧବା ସହ ଏବଂ ବ୍ୟାଭିଚାରିନି ସ୍ତ୍ରୀଙ୍କ ସହ କୁଳ ଧର୍ମ ରଖୁଥିବା ସ୍ତ୍ରୀ ମାନଙ୍କର ଶତ୍ରୁତା ରହିଥାଏ |

ଅଳସ ଦ୍ୱାରା ବିଦ୍ୟା ନଷ୍ଟ ହୋଇଯାଇଥାଏ, ଅନ୍ୟ ଙ୍କ ପାଖକୁ ଯିବାରେ ଧନ, ମଞ୍ଜି ଅଭାବ ରୁ ଚାଷ ଏବଂ ସେନାପତି ନଥିବା ଦ୍ୱାରା ସେନା ନଷ୍ଟ ହୋଇଯାଏ |

ଅଭ୍ୟାସ ଦ୍ୱାରା ବିଦ୍ୟା, ସୁଶୀଳ ସ୍ୱାଭାବ ଦ୍ଵାରା କୁଳ ଗୁଣରୁ ଭଲ ମଣିଷ ଏବଂ କ୍ରୋଧ ଆଖିରୁ ଜଣା ପଡିଥାଏ |

ଅର୍ଥ ଦ୍ୱାରା ଧର୍ମର ରକ୍ଷା ହୋଇଥାଏ,ନିରନ୍ତର ସାଧନା ଦ୍ୱାରା ବିଦ୍ୟାର,ମୃଦୁ ସ୍ୱାଭାବ ପାଇଁ ରାଜାର ରକ୍ଷା ହୋଇଥାଏ ଏବଂ ପତିବ୍ରତା ସ୍ତ୍ରୀମାନଙ୍କ ପାଇଁ ଘର ପରିବାର ର ରକ୍ଷା ହୋଇଥାଏ |

ବେଦ ଏବଂ ପଣ୍ଡିତଙ୍କୁ ବ୍ୟର୍ଥ କହୁଥିବା ଲୋକ, ଶାସ୍ତ୍ର ଏବଂ ତାହାର ଆଚାର ଉପରେ ବ୍ୟର୍ଥ ତର୍କ ଏବଂ ବିବାଦ କରୁଥିବା ଲୋକ ଏବଂ ଶାନ୍ତ ପୁରୁଷ କୁ ଅନ୍ୟଥା କହୁଥିବା ଲୋକ ବ୍ୟର୍ଥ ରେ ହିଁ କଳହ ଉଠେଇ ଥାନ୍ତି |

ଦାନ ଦରିଦ୍ରତା କୁ ନାଶ କରିଥାଏ,ସୁଶୀଳତା ଦୁର୍ଗତୀର ଏବଂ ବୁଦ୍ଧି ଅଜଣା ଭକ୍ତି ଏବଂ ଭୟର ନାଶ କରିଥାଏ |

କାମ ବାସନା ସହ ସମାନ ଅନ୍ୟ ରୋଗ ନାହିଁ, ମୋହ ସହ ସମାନ ଶତ୍ରୁ ନାହିଁ, କ୍ରୋଧ ସହ ସମାନ ନିଆଁ ନାହିଁ ଏବଂ ଜ୍ଞାନ ଠୁ ଅଧିକ କୌଣସି ସୁଖ ନାହିଁ |

ଏହା ସତ୍ୟ ଅଟେ କି ମଣିଷ ଏକୁଟିଆ ହିଁ ଜନ୍ମ ନେଇଥାଏ ଏବଂ ଏକୁଟିଆ ହିଁ ମରିଥାଏ, ଏବଂ ଏକୁଟିଆ ହିଁ ନର୍କ କୁ ଯାଇଥାଏ କିମ୍ଵା ମୋକ୍ଷ ପାଇଥାଏ |

ବ୍ରହ୍ମଜ୍ଞାନୀଙ୍କ ପାଇଁ ସ୍ୱର୍ଗ ଛୋଟ ଟୁକୁଡା ସହ ସମାନ,

ସୁରବୀରଙ୍କ ପାଇଁ ଜୀବନ ଛୋଟ ଟୁକୁଡା ସହ ସମାନ,

ଇନ୍ଦ୍ରଜୀତଙ୍କ ପାଇଁ ସ୍ତ୍ରୀ ଛୋଟ ଟୁକୁଡା ସହ ସମାନ,

ଏବଂ ଯାହାଙ୍କୁ କୌଣସି ଜିନିଷ କାମନା ନାହିଁ ତାଙ୍କ ଦୃଷ୍ଟି ରେ ଏ ସାରା ସଂସାର ଛୋଟ ଟୁକୁଡା ସମାନ ଅଟେ |

ବିଦେଶ ରେ ବିଦ୍ୟା ହିଁ ମିତ୍ର ହୋଇଥାନ୍ତି, ଘରେ ପତ୍ନୀ ମିତ୍ର ହୋଇଥାନ୍ତି,ରୋଗୀ ମାନଙ୍କ ପାଇଁ ଔଷଧ ମିତ୍ର ହୋଇଥାଏ, ଏବଂ ମରୁଥିବା ବ୍ୟକ୍ତିର ମିତ୍ର ତାହାର ଧର୍ମ ଏବଂ ସୁକର୍ମ ଅଟେ |

ସମୁଦ୍ର ରେ ବର୍ଷା ହେବା ବର୍ଥ ଅଟେ,ତୃପ୍ତ ବ୍ୟକ୍ତିଙ୍କୁ ଭୋଜନ ଦେବା ବ୍ୟର୍ଥ ଅଟେ,ଧନୀ କୁ ଦାନ ଦେବା ବ୍ୟର୍ଥ ଅଟେ ଏବଂ ଦିନ ରେ ଦୀପ ଜଳେଇବା ବ୍ୟର୍ଥ ଅଟେ |

ବାଦଲର ଜଳ ସାମ୍ନା ରେ ଅନ୍ୟ ଜଳ ନାହିଁ, ଆତ୍ମବଳ ସାମ୍ନାରେ ଅନ୍ୟ ବଳ ନାହିଁ, ନିଜ ଆଖି ସାମ୍ନାରେ ଅନ୍ୟ ପ୍ରକାଶ ନାହିଁ ଏବଂ ଅନ୍ନ ସାମ୍ନାରେ ରେ ଅନ୍ୟ ପ୍ରିୟ ପଦାର୍ଥ ନାହିଁ |

ଧନହୀନ ଧନ ଚାହାଁନ୍ତି, ପଶୁ ବାଣୀ ଚାହାଁନ୍ତି, ମନୁଷ୍ୟ ସ୍ୱର୍ଗର ଇଚ୍ଛା କରନ୍ତି ଏବଂ ଦେବଗଣ ମୋକ୍ଷ ର ଇଛା କରନ୍ତି |

ସତ୍ୟରେ ପୃଥିବୀ ଚାଲିଛି,ସତ୍ୟ ରେ ସୂର୍ଯ୍ୟ ଉତ୍ତାପ ଦେଉଛନ୍ତି, ସତ୍ୟ ରେ ବାୟୁ ପ୍ରବାହିତ ହେଉଛି ଏବଂ ସବୁ ଜିନିଷ ସତ୍ୟ ରେ ହିଁ ସ୍ଥିତ ଅଛନ୍ତି |

ଲକ୍ଷ୍ମୀ ନିତ୍ୟ ନୁହନ୍ତି,ପ୍ରାଣ ଜୀବନ ଏବଂ ସମ୍ପତ୍ତି ସ୍ଥିର ନୁହେଁ | ଏହି ଅସ୍ଥିର ସଂସାର ରେ କେବଳ ଧର୍ମ ହିଁ ନିଶ୍ଚଳ ଅଟେ ଅର୍ଥାତ ସ୍ଥିର ଅଟେ |

ପୁରୁଷ ମଧ୍ୟରେ ପାଗଳପଣ ଦ୍ରୁତ ହୋଇଥାଏ,ପକ୍ଷୀ ମାନଙ୍କ ମଧ୍ୟ ରେ କାଉ ଦ୍ରୁତ ହୋଇଥାଏ, ପଶୁ ମାନଙ୍କ ମଧ୍ୟ ରେ ବିଲୁଆ ଏବଂସ୍ତ୍ରୀ ମାନଙ୍କ ମଧରେ ମାଳିନୀ ଦ୍ରୁତ ହୋଇଥାଏ |

ମନୁଷ୍ୟକୁ ଜନ୍ମ ଦେଇଥିବା, ଯଜ୍ଞ ରେ ସଂସ୍କାର ଦେଇଥିବା ପୁରୋହିତ,ବିଦ୍ୟା ଦେଉଥିବା ଆଚାର୍ଯ୍ୟ,ଅନ୍ନ ଦେଉଥିବା, ଭୟ ରୁ ମୁକ୍ତି ଦେଉଥିବା ଅଥବା ରକ୍ଷା କରୁଥିବା, ଏହି ପାଞ୍ଚ ଜଣଙ୍କୁ ପିତାରେ ଗଣାଯାଏଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *