Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ କୁକୁରକୁ ରୋଟି ଖୁଆଇବାର ଆଠଟି ଫାଇଦା । କେବେବି ରହିବେନି ଦୁଃଖରେ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କୁକୁରକୁ ରୋଟି ଖୁଆଇବାର ଆଠଟି ଫାଇଦା ବିଷୟରେ କହିବୁ । କିନ୍ତୁ ତାପୂର୍ବରୁ କୁକୁର ନିଜ ଜୀବନର ଏକ କାହାଣୀ କହିଛି । ଯାହା ଶୁଣିଲେ ଆପଣବି ହୃଦବୋଧ କରିବେ ଯେ ବାସ୍ତବରେ ମନୁଷ୍ୟ କେତେ ତଳକୁ ଖସି ଯାଇଛି । କୁକୁରକୁ ଲୋକେ ଖୁବ ଘୃଣ୍ୟ ଭାବନ୍ତି । ନିରୀହ କୁକୁରକୁ ଠିକ କଣ ଭୁଲ କଣ ଜଣା ନଥାଏ । ଜନ୍ମ ହେବା ପୂର୍ବରୁ ସେ ମଧ୍ୟ ଭାବିଥାଏ ଯେ ବୋଧହୁଏ କୌଣସି ବଡ଼ ଘରେ ମଣିଷ ଜନ୍ମ ପାଇବ । କିନ୍ତୁ ତାହା ଆଦୋୖ ନୁହେଁ , କୌଣସି ଆବର୍ଜନା ସ୍ଥାନରେ ନିଜର ଅନ୍ୟ ତିନି ଭାଇ ଭଉଣୀଙ୍କ ସହିତ ଜନ୍ମ ହୁଏ । ମା କୁକୁର ନିଜର କୁନି କୁନି ପିଲାଙ୍କ ପେଟରେ କ୍ଷୀର ଦେବା ପାଇଁ ନିଜ ଖାଦ୍ୟ ଅନୁସରଣ କଲେ ।

ସେ ତ ଆଉ ମଣିଷ ଭଳି ଚାକିରୀ କରି ଟଙ୍କା ରୋଜଗାର କରି ପାରିବନି ? କିନ୍ତୁ ନିଜ ପିଲାଙ୍କୁ ଭୋକରେ ବି ରଖି ପାରିବନି । ସେଥିପାଇଁ ବାଧ୍ୟ ହୋଇ ଏ ନିର୍ଦୋୟ ମଣିଷର ପାଖକୁ ଯିବାକୁ ପଡ଼େ । ଯେତେ ସବୁ ଲୋକଙ୍କ ପାଖକୁ ଯାଏ ସେ ଭିତରୁ ଅଧିକାଂଶ ତାକୁ ଘୃଣା କରି ତଡ଼ି ଦିଅନ୍ତି । ଆଉ କିଛି ଖରାପ ହୋଇ ଯାଇଥିବା ଖାଦ୍ୟ ଖାଇବାକୁ ପୋପାଡ଼ି ଦିଅନ୍ତି । ତଥାପି ମା ବା କରିବ କଣ ? ଗୋଟିଏ ଦିନର ଖାଦ୍ୟ ମିଳିଯିବା ପରେ ଆଗାମୀ ଦିନ ବାଧ୍ୟ ହୋଇ କାହାରି ଘରେ ଖାଇବାକୁ ପଶିବ । ସେଥିରେ ପୁଣି ଯଦି ଲୋକଙ୍କ ହାବୁଡ଼ରେ ପଡ଼ିଯାଏ ତେବେ ତାଙ୍କ ବଞ୍ଚିବା ମୁସ୍କିଲ । ଗାଁରେ କାହାରି ଘରେ ଭୋଜିଭାତ ହେଉଥିଲା । ପୁରି ହେଉଥିବାର ଦେଖି ମା ଯାଇ ଘର ସାମ୍ନାରେ ବସିଗଲା ।

କାଳେ କେହି ଟିକିଏ ଖାଇବାକୁ ଦେବ । ଯେତେବେଳେ କେହି ନଦେଲେ ନିଜ ଭୋକକୁ ସମ୍ଭାଳି ନପାରି ପୁରି ରଖା ଯାଇଥିବା ସ୍ଥାନକୁ ଚାଲିଗଲା । ପୁରି ଛୁଇଁଛିକି ନାହିଁ ଲୋକେ ପାଟି ତୁଣ୍ଡ କରି ତିରସ୍କାର କରି ପିଟିବାକୁ ଆସିଲେ । ଖାଲି ସେତିକି ନୁହେଁ ସବୁ ଖାଇବା ମଧ୍ୟ ଫିଙ୍ଗି ଦେଲେ । ଯାହା ହେଉ ଗୋଟିଏ ଦିନର ଖାଦ୍ୟ ମିଳିଗଲା । କିନ୍ତୁ ଖାଦ୍ୟ ଖାଇସାରି ଆରାମରେ ଶୋଇବା ମଧ୍ୟ ଭାଗ୍ୟ ହେଲାନି ଯେ ଲୋକେ ଠେଙ୍ଗା ବାଡ଼ି ଧରି ଖୁବ ମାରିଲେ ଏବଂ ତଡ଼ି ଦେଲେ । ତଥାପି କୁକୁର ସେହି ଅବିଶ୍ୱାସୀ ମଣିଷର ବଶବର୍ତ୍ତୀ ହୋଇ ରହିବାକୁ ଯାଏ । ସେ ବୁଝିପାରେ ନାହିଁ ଯେ ମଣିଷ କେତେ ନିଷ୍ଠୁର ଅଟେ । ତେବେ ଆଜିକାର ଏହି ଲେଖାରେ ଆମେ କୁକୁର କାରଣରୁ ମଣିଷକୁ ମିଳୁଥିବା ଆଠଟି ଲାଭ ବିଷୟରେ କହିବୁ ।

୧ . କୁକୁରକୁ ରୋଟି ଖୁଆଇବା ଦ୍ୱାରା ଶନିଙ୍କ ପ୍ରଭାବ ଦୂର ହୋଇଥାଏ । ଶନି ରୁଷ୍ଟ ହେଲେ ମଣିଷର ସବୁ ଖ୍ୟାତି ଏବଂ ଅର୍ଜିତ ସମ୍ମାନ ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ଯେଉଁ ବ୍ୟକ୍ତି କୁକୁରକୁ ରୋଟି ଖୁଆଏ ତାଙ୍କ ଉପରେ ଶନିଙ୍କ ଦୁଃପ୍ରଭାବ କମ ହୋଇଯାଏ ।

୨ . କୁକୁରକୁ ରୋଟି ଖୁଆଇଲେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହେ ଏବଂ ଘରର ନକାରାତ୍ମକ ଶକ୍ତି ଦୂର ହୋଇଯାଏ ।

୩ . କୁକୁରକୁ ରୋଟି ଖୁଆଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନ ସମ୍ପତ୍ତିରେ କୌଣସି ପ୍ରକାରର ଅଭାବ ହୁଏନାହିଁ ।

୪ . କୁକୁରକୁ ରୋଟି ଦେଲେ ଯେତେ ବଡ଼ କରଜ ସମସ୍ୟା ହୋଇଥାଉ ନା କାହିଁକି ତାହା ଦୂର ହୋଇଯାଏ ।

୫ . କୁକୁରକୁ ରୋଟି ଖୁଆଇଲେ ବ୍ୟାପାରରେ ଲାଭ ହୋଇଥାଏ ।

୬ . କୁକୁରକୁ ରୋଟି ଖୁଆଇଲେ ଆୟୁଷ ବଢ଼ିଥାଏ ଏବଂ ଅଟକି ରହିଥିବା ଧନ ପ୍ରାପ୍ତ ହୋଇଥାଏ ।

୭ . କୁକୁରକୁ ରୋଟି ଖୁଆଇଲେ ଶାରୀରିକ ଏବଂ ମାନସିକ ସ୍ଥିତି ଭଲ ରହିଥାଏ । ମନରେ ଭଲ ବିଚାର ଆସିଥାଏ ।

୮ . କୁକୁରକୁ ରୋଟି ଖୁଆଇଲେ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି କାରଣ ଭଗବାନଙ୍କର ସବୁ ଜୀବ ଅତ୍ୟନ୍ତ ପ୍ରିୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *