Excuse Me Odisha

ଯାହା କହିବୁ ସତ କହିବୁ

ଏହି ଖାସ କାରଣରୁ ମହିଳା ମାନେ ଗୋଡ଼ରେ ବାନ୍ଧନ୍ତି କଳା ସୂତା । ରହସ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ପରିବାରରେ ଅଶାନ୍ତି କେବଳ ନକରାତ୍ମକତା କାରଣରୁ ଆସିଥାଏ । ଯେଉଁ କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଏବଂ ମତଭେଦ ଦେଖା ଦେଇଥାଏ । ତେବେ ଏହାର କାରଣ ବାସ୍ତୁ ଦୋଷ ଏବଂ ଗ୍ରହ ଦୋଷ ମଧ୍ୟ ହୋଇଥାଏ । କିନ୍ତୁ ଏସବୁ ଠାରୁ ଆଉ ଏକ ବଡ଼ କାରଣ ହେଉଛି କାହାରି ନଜର ଲାଗିବା । ଯେଉଁ କାରଣରୁ ବ୍ୟକ୍ତିର ଜୀବନରେ ସବୁବେଳେ ସମସ୍ୟା ଏବଂ ଅସଫଳତା ଲାଗି ରହିଥାଏ ।

ବ୍ୟକ୍ତି ଯେତେ ପରିଶ୍ରମ କରିଲେ ବି ସୁଦ୍ଧା କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ତେଣୁ ଆଜିକାର ଏହି ଉପାୟ ଦ୍ୱାରା ମନୁଷ୍ୟ ନିଜ ଭାଗ୍ୟକୁ ବଦଳାଇ ପାରିବ ଏବଂ ଯେଉଁ ଉପାୟ ପାଇଁ ଆବଶ୍ୟକ ଏକ ରେଶମୀ କଳା ସୂତା । କଳା ସୂତା ବାନ୍ଧିବାର ପ୍ରଥା ବର୍ତ୍ତମାନର ନୁହେଁ । ଅନେକ ପୁରା କାଳରୁ ଏହାକୁ ହାତ , ଗୋଡ଼ , ବେକରେ ବାନ୍ଧିବାର ଚଳଣି ରହି ଆସିଛି । ବାସ୍ତବରେ କଳା ସୂତା ବାନ୍ଧିବା ଦ୍ୱାରା ବ୍ୟକ୍ତିର ଅନେକ ସମସ୍ୟା ଦୂର ହୋଇଥାଏ ।

ବାସ୍ତବରେ ମନୁଷ୍ୟ ଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଛି । ତାହା ହେଉଛି ମାଟି , ପାଣି , ବାୟୁ , ଆକାଶ ଏବଂ ଅଗ୍ନି । ଏଥିରୁ ମିଳୁଥିବା ଶକ୍ତି ଦ୍ୱାରା ହିଁ ମନୁଷ୍ୟର ଶରୀର ସଂଚାଳିତ ହୋଇଥାଏ । ମାତ୍ର ନକରାତ୍ମକ ଶକ୍ତି କାରଣରୁ ସେହି ଶକ୍ତି ମନୁଷ୍ୟ ପାଇଁ ବ୍ୟର୍ଥ ହୋଇଥାଏ । କଳା ସୂତା ମନୁଷ୍ୟର ଦୃଷ୍ଟିକୁ ଅବରୋଧ କରଥାଏ ଏବଂ ମନୁଷ୍ୟକୁ ପଞ୍ଚତତ୍ତ୍ୱରୁ ଶକ୍ତି ପ୍ରାପ୍ତିରେ ସାହାଯ୍ୟ କରିଥାଏ ।

ସାଧରଣତଃ କଳା ରଙ୍ଗ କିମ୍ୱା କଳା ସୂତା ନକରାତ୍ମକତାକୁ ଅବଶୋଷିତ କରିଥାଏ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ଏବଂ ବିବାହ ସମୟରେ ବର ବଧୂଙ୍କୁ ମଧ୍ୟ କଳା ଟୀକା ଲଗା ଯାଇଥାଏ । ସର୍ବପରେ କହିବାକୁ ଗଲେ ଜୀବନରେ କଳା ସୂତା ପ୍ରୟୋଗର ଅନେକ ମହତ୍ତ୍ୱ ରହିଛି । ତେଣୁ ପ୍ରଥମ ଉପାୟ କରିବା ପାଇଁ ଯଥେଷ୍ଟ ଲମ୍ବର ଏକ କଳା ସୂତା ନେଇ ପାଖ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଆନ୍ତୁ ।

ଶନିଦେବଙ୍କ ସାମ୍ନାରେ ଜଳୁଥିବା ସୋରିଷ ତେଲ ଦୀପରେ ସେହି କଳା ସୂତାକୁ ବୁଡ଼ାଇ ଦିଅନ୍ତୁ ଏବଂ ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ସେଥିରେ ସାତଟି ଗଣ୍ଠି ପକାଇ ନିଜର ସାତୋଟି ସମସ୍ୟା କିମ୍ବା ମନସ୍କାମନା କହି ଦିଅନ୍ତୁ । ଏହାପରେ ଓଁ ଶଂ ଶନିଶ୍ଚରାୟ ନମଃ ୭ ଥର ଜପ କରନ୍ତୁ ଏବଂ ହନୁମାନ ଚାଳିଶା ଜପ କରି ଦୀପ ଉପର ଦେଇ ସେହି କଳା ସୂତାକୁ ସାତ ଥର ବୁଲାଇ ଆଣନ୍ତୁ । ଏହାପରେ ଆଦୋୖ କଥାବାର୍ତ୍ତା ନକରି ଚୁପଚାପ ଘରକୁ ଚାଲି ଆସନ୍ତୁ ।

ସୂତାକୁ ରାତିରେ ଘରର ମନ୍ଦିରରେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଗୋଡ଼ରେ ବାନ୍ଧି ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ସେହି ସୂତାର ଗଣ୍ଠିରେ ବ୍ଲେଡ଼ କିମ୍ବା କୌଣସି ଧାରୁଆ ଅସ୍ତ୍ର ନଲାଗେ । ଏହି ରଙ୍ଗର ସୂତା ବ୍ୟତୀତ ଶରୀରରେ ଅନ୍ୟ କୌଣସି ରଙ୍ଗର ସୂତା ରହିବା ଉଚିତ ନୁହେଁ । ଏହା ଶନି ଦୋଷରୁ ମଧ୍ୟ ରକ୍ଷା କରିଥାଏ ।

ଆପଣ ତାହାକୁ ଶରୀର ପରିବର୍ତ୍ତେ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ବାନ୍ଧି ପାରିବେ ଯାହାକି ଆପଣଙ୍କ ପରିବାରର ରକ୍ଷା କରିବା ସହିତ ନକରାତ୍ମକତାକୁ ଦୂର କରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେଉଥାଏ ଶୋଇବା କକ୍ଷର ବିଛଣା ତଳେ ଏହିଭଳି ଏକ ଶହେ ମିଟର ଲମ୍ବର ଏକ କଳା ସୂତାକୁ ଅଭିମନ୍ତ୍ରିତ କରି ତକିଆ ଠାରୁ ଏକ ଫିଟ ଦୂରରେ ରଖି ଦିଅନ୍ତୁ , ଯେମିତି ଶୋଇବା ବେଳେ ଆପଣଙ୍କ ପିଠି ଏହା ଉପରେ ରହିବ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ କମିଯାଏ ଏବଂ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ ।

ଘରର କେହି ବ୍ୟକ୍ତି ଉପରେ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିକୁ ମଧ୍ୟ କଳା ସୂତା ବାନ୍ଧି ଦିଅନ୍ତୁ । ଯଦି ସେହି ସୂତା କୌଣସି ସମୟରେ କାମ ନଦିଏ ତେବେ ତାହାକୁ ପ୍ରତ୍ୟେକ ସପ୍ତାହରେ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ ନଚେତ ପୂଜାଘରେ ଜଳୁଥିବା ଦୀପ ଉପର ଦେଇ ସାତ ଥର ବୁଲାଇ ଆଣନ୍ତୁ । ଏହା ଦ୍ୱାରା ଗ୍ରହ ଦୋଷ , ବାସ୍ତୁ ପୀଡ଼ା ଏବଂ ଅନ୍ୟାନ୍ୟ ସମସ୍ୟା ଠାରୁ ମଧ୍ୟ ରକ୍ଷା କରିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *