Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ଗଛ ଲଗାଇଲେ ହୋଇଯାଏ ମୃତ୍ୟୁ । ଜାଣି ରଖନ୍ତୁ ଏହି ଗଛର ରହସ୍ୟ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ପୁଦିନା ଗଛର କିଛି ଭୟଙ୍କର ରହସ୍ୟ ବିଷୟରେ କହିବୁ ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ପୁଦିନା ପ୍ରାୟ ସ୍ଥାନରେ ମିଳିଯାଏ ଏବଂ ଏହା ବହୁତ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ । ଏହା ଅନେକ ରୋଗ ମଧ୍ୟ ଦୂର କରିଥାଏ ଏବଂ ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ । ପୁଦିନାରେ ଅନେକ ଆୟୁର୍ବେଦିକ ଗୁଣ ରହିଛି । ପୁଦିନା ଥିବା ଟୁଥପେଷ୍ଟ ଦାନ୍ତ ପାଇଁ ମଧ୍ୟ ବହୁତ ଭଲ ଅଟେ । ଏଥିରେ ମଙ୍ଗାନିଜ , କୋପର ଏବଂ ଭିଟାମିନ ରହିଥାଏ । ଏହାର ପତ୍ରକୁ ଦଳି ଶୁଙ୍ଘିଲେ ମୁଣ୍ଡ ବ୍ୟଥା ଜନିତ ସମସ୍ୟା ଦୂର ହୋଇଯାଏ । ଏକ ବୁନ୍ଦା ପୁଦିନା ତେଲ ନାକରେ ପକାଇଲେ କୌଣସି ପ୍ରକାରର ମୁଣ୍ଡ ବ୍ୟଥା ଦୂର ହୋଇଥାଏ ।

ମଶା ଠାରୁ ମୁକ୍ତି ପାଇବା ପାଇଁ ପୁଦିନା ପତ୍ରକୁ ଜଳାଇ ଘର ସାରା ଏହା ଧୂଆଁ ବିସ୍ତାର କରି ଦିଅନ୍ତୁ । ଏହାଦ୍ବାରା ମଶା ଦୂର ହୋଇଯାଏ । ବିଛା କାମୁଡ଼ି ଥିଲେ ପାଞ୍ଚଟି ପୁଦିନା ପତ୍ର ପେଶୀ ତାହାକୁ ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ । ପ୍ରତି ପନ୍ଦର ମିନିଟ ଅନ୍ତରାଳରେ ଏହି ଉପାୟକୁ ବାରମ୍ବାର କରନ୍ତୁ । ବିଛା ବିଷ ମାତ୍ର ୧୫ ମିନିଟ ଭିତରେ କମିଯିବ । ଏହି ସମୟରେ ଦୁଇଟୁ ପୁଦିନା ପତ୍ର ଖାଇ ମଧ୍ୟ ପାରିବେ । ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଦାନ୍ତ ଯନ୍ତ୍ରଣା ଜନିତ ସମସ୍ୟା ଦେଖା ଦେଇଥାଏ । ଏହାକୁ ମଧ୍ୟ ପୁଦିନା ଦୂର କରିପାରିବ । ଏହାର ପତ୍ରକୁ ନେଇ ପେଶୀ ଦିଅନ୍ତୁ । ରସ ବାହାର କରି ମୁଁହରେ ୫ – ୧୦ ମିନିଟ ପର୍ଯ୍ୟନ୍ତ ଦବାଇ ରଖନ୍ତୁ ।

ଦିନରେ ଦୁଇଥର ଏହି ଉପାୟକୁ କଲେ ଦାନ୍ତ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଦାନ୍ତରେ ପୋକ ଲାଗିଥିଲେ ଶୁଖିଲା ପୁଦିନା ପତ୍ରକୁ କର୍ପୂର ସହିତ ଜଳାଇ ଦାନ୍ତରେ ପୋକ ଲାଗିଥିବା ସ୍ଥାନରେ ଦେଖାନ୍ତୁ । ଏହାଦ୍ବାରା ପୋକ ଦୂର ହୋଇଯିବ ଏବଂ ପାଇରିଆ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହି ପତ୍ରକୁ ଚା’ ବନାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଯାଏ । ଏହାକୁ ପ୍ରତିଦିନ ପିଇଲେ ଡିପ୍ରେସନରୁ ମୁକ୍ତି ମିଳିଥାଏ । ଏକ ମାଟି ପାତ୍ରରେ ପାଣି ନେଇ ଦଶଟି ପତ୍ର ପକାଇ ରାତି ସାରା ରଖି ଦିଅନ୍ତୁ ଏବଂ ତାକୁ ସକାଳୁ ସେବନ କଲେ କୋଷ୍ଟକାଠିନ୍ୟ ସମସ୍ୟା ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ଦୂର ହୋଇଯାଏ । ପରିସ୍ରା ଜନିତ ସମସ୍ୟା ମଧ୍ୟ ଏହି ପୁଦିନା ଦୂର ହୋଇ ପାରିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *