Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଝିଟିପିଟି ଦେଖିବା ମାତ୍ରେ ତୁରନ୍ତ କରି ନିଅନ୍ତୁ ଏହି କାମ । କେବେବି ହେବ ନାହିଁ ଧନର ଅଭାବ ଏବଂ ଆପଣ ହୋଇଯିବେ ମାଲାମାଲ । ଜାଣି ରଖନ୍ତୁ କିଛି ଖାସ ସଙ୍କେତ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । ଜୀବନରେ ଧନ ଆସିବା ଏବଂ ଯିବା ଏସବୁର ସଙ୍କେତ ମଧ୍ୟ ଝିଟିପଟି ଜରିଆରେ ମିଳିପାରେ । ତେବେ ମନୁଷ୍ୟର ଜୀବନରେ ଅନେକ ସମୟରେ ଝିଟିପିଟି ମଧ୍ୟ ଧନ ଆସିବାର ଅନେକ ସଙ୍କେତ ଦେଇଥାଏ ଯାହାକୁ ମନୁଷ୍ୟ ବୁଝି ପାରି ନଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଝିଟିପିଟି ଦ୍ୱାରା ମିଳୁଥିବା କିଛି ଖାସ ସଙ୍କେତ ବିଷୟରେ କହିବୁ । ଏହାବ୍ୟତୀତ ଝିଟିପିଟି ଦେଖିଲେ କେଉଁ ଗୋଟିଏ ଜିନିଷ ତାହା ଉପରେ ପକାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ସେବିଷୟରେ ମଧ୍ୟ କହିବୁ ।

କହିରଖିବୁ ଯେ ଝିଟିପିଟିକୁ ଏକ ସାଧାରଣ ଜୀବ ମାନିବା ଉଚିତ ନୁହେଁ କାରଣ ଏହା ପ୍ରକୃତି ସହିତ ମନୁଷ୍ୟକୁ ମଧ୍ୟ ସଂଯୁକ୍ତ କରିଥାଏ । ଶକୁନ ଶାସ୍ତ୍ରରେ ଝିଟିପିଟି କୌଣସି ଖାସ ସ୍ଥାନ ଏବଂ ମନୁଷ୍ୟର କୌଣସି ଖାସ ଅଙ୍ଗ ଉପରେ ପଡ଼ିଲେ କେଉଁ ଭଳି ସଙ୍କେତ ମିଳିଥାଏ ସେ ବିଷୟରେ ବର୍ଣ୍ଣନା କରାଯାଇଛି । କାରଣ ଏଭଳି ମାନ୍ୟତା ରହିଛି ଯେ ଦୀପାବଳି ଦିନ ଝିଟିପିଟି ଦେଖାଗଲେ ତାହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ଏବଂ ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

ଝିଟିପିଟି ହିନ୍ଦୁ ଧର୍ମ ଅନୁଯାୟୀ ପୂଜନୀୟ ହୋଇଥାଏ । ତେଣୁ ବିଶେଷ କରି ସନ୍ଧ୍ୟା ସମୟରେ ଯଦି ଆପଣ ଘରର କାନ୍ଥରେ ଝିଟିପିଟି ହଠାତ ଦେଖୁଛନ୍ତି ତେବେ ତୁରନ୍ତ ପୂଜା ଘରୁ ପୂଜାରେ ଲାଗୁଥିବା ଚାଉଳ ଏବଂ ସିନ୍ଦୁର ଆଣି ନିଜର ମନସ୍କାମନା ସ୍ମରଣ କରି ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ । ଏହି ଉପାୟ ଦ୍ୱାରା ମନସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ ।

କିନ୍ତୁ ଯଦି ଆପଣ ଘର ସଫା କରିବା ସମୟରେ ହଠାତ ଆପଣଙ୍କ ଦ୍ୱାରା ଭୁଲରେ କୌଣସି ଝିଟିପିଟିର ମୃତ୍ୟୁ ହେଉଛି ତେବେ ତାହାକୁ ତୁରନ୍ତ ତାହାକୁ ଏକ ଗାତ ଖୋଳି ସତ୍କାର କରି ଦିଅନ୍ତୁ । ଏହାଦ୍ବାରା ସେହି ପାପରୁ ମୁକ୍ତି ମିଳିବା ସହିତ ମାତା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ି ନଥାଏ । ଏସବୁ ବ୍ୟତୀତ କିଛି ଖାସ ସମୟରେ ଝିଟିପିଟି ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେମିତିକି ଖାଇବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ତାହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ଏବଂ ଯଦି ଆପଣ କୌଣସି ଝିଟିପିଟିର ସଙ୍ଗମ ଦେଖୁଛନ୍ତି ତେବେ ଏହାର ଅର୍ଥ ହଠାତ କୌଣସି ବନ୍ଧୁଙ୍କ ସହିତ ଆପଣଙ୍କ ସାକ୍ଷାତ ହେବାକୁ ଯାଉଛି ଯାହା ଆପଣ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।

ମାତ୍ର ଯଦି ଆପଣ ସ୍ୱପ୍ନରେ ମୃତ ଝିଟିପିଟି ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହା ଆପଣଙ୍କ ଜୀବନରେ ଆଗାମୀ ସମୟରେ ଆସିବାକୁ ଯାଉଥିବା ଅଶୁଭ ଘଟଣା ବିଷୟରେ ସଙ୍କେତ ଦେଇଥାଏ । ଆପଣଙ୍କ ମୁଣ୍ଡ କିମ୍ବା ହାତରେ ଯଦି ଝିଟିପିଟି ହଠାତ ପଡ଼ିଯାଏ ତେବେ ଏହା ଭବିଷ୍ୟତରେ ହେବାକୁ ଥିବା ମାନ ସମ୍ମାନ ଦିଗରେ ଇଙ୍ଗିତ କରିଥାଏ । ଭୋଜନ କରିବା ସମୟରେ ଝିଟିପିଟି ନଜର ଆସିଲେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଭଲ ହେବାକୁ ଯାଉଛି । କିନ୍ତୁ ଭୋଜନ କରିବା ସମୟରେ ହଠାତ ଆପଣଙ୍କ ଗୋଡ଼ ଉପରେ ଝିଟିପିଟି ପଡ଼ିଗଲେ ଏହାର ଅର୍ଥ କୌଣସି ରୋଗ ଆପଣଙ୍କ ଜୀବନରେ ଆସିବାର ଅଛି । ଘରେ କୌଣସି ଆଲୋଚନା ଚାଲିଥିବା ସମୟରେ ଝିଟିପିଟି ଶବ୍ଦ କଲେ ସେହି କଥା ସତ ହୋଇଥାଏ ବୋଲି ମାନ୍ୟତା ରହିଛି । ମଥାରେ ଝିଟିପିଟି ପଡ଼ିଲେ ଆପଣଙ୍କୁ ବହୁତ ଜଲଦି ଧନପ୍ରାପ୍ତି ହେବାକୁ ଯାଉଛି ।

ଯଦି କୌଣସି ଝିଟିପିଟି ନିଜ ଆହାରକୁ ଧରୁଥିବାର ଦେଖନ୍ତି ତେବେ ଏହା ଉଭଟ ଧନ ପ୍ରାପ୍ତି ଏବଂ ଧନ କ୍ଷତିର ସଙ୍କେତ ଦେଇଥାଏ । ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରୁଥିବା ସମୟରେ ଦୁଇଟି ଝିଟିପିଟିକୁ ଯଦି ଝଗଡ଼ା କରୁଥିବାରୁ ଦେଖନ୍ତି ତେବେ ଏହାର ଅର୍ଥ ସେହି କାମରେ ଆପଣଙ୍କୁ ସଫଳତା ବହୁତ କଷ୍ଟରେ ମିଳିବ । ସେଥିପାଇଁ ଆପଣଙ୍କୁ ସଫଳତା ବିଳମ୍ବରେ ମିଳିବ । ଝିଟିପିଟି କାହାରି ମଥାରେ ପଡ଼ିଲେ ଧନ ଲାଭ ହୋଇଥାଏ , ଡାହାଣ କାନରେ ପଡ଼ିଲେ ଆଭୂଷଣ ପ୍ରାପ୍ତି , ବାମ କାନରେ ପଡ଼ିଲେ ଆୟୁଷ ଦୀର୍ଘ ହୋଇଥାଏ , ମହିଳାଙ୍କ ଲମ୍ବା କେଶ ଉପରେ ପଡ଼ିଲେ କୌଣସି ଖରାପ ସମାଚାର ମିଳିବାର ସଙ୍କେତ ମିଳିଥାଏ ।

ଯଦି ଆପଣ ନିଜ ପୂଜାଘରେ ହଠାତ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ଏଭଳି ହେଲେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଦୀପ ନିଶ୍ଚିତ ଜାଳି ଦିଅନ୍ତୁ । ଯଦି ଆପଣ ଏହି ସମୟରେ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରି ମାତା ଲକ୍ଷ୍ମୀଙ୍କୁ ନିଜ ମନସ୍କାମନା ମାଗି ନିଅନ୍ତି ତେବେ ତାହା ନିଶ୍ଚୟ ପୂରଣ ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ବାରମ୍ବାର ଝିଟିପିଟି ଝଗଡ଼ା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ବଡ଼ ବିବାଦର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *