Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ବ୍ୟକ୍ତି ହାତରେ ଟଙ୍କା ରହେନାହିଁ ସେହି ବ୍ୟକ୍ତି କରି ନିଅନ୍ତୁ ଉଚିତ ଏହି ଖାସ ଉପାୟ । କେବଳ ଆରମ୍ଭ କରି ଦିଅନ୍ତୁ ଏହି ଗୋଟିଏ ଜିନିଷ ରଖିବା ।

ସେୟାର୍ କରନ୍ତୁ

ସଂସାରରେ ସବୁ ମନୁଷ୍ୟକୁ ଟଙ୍କା ରୋଜଗାର କରିବାର ଇଚ୍ଛା ଥାଏ । ତେବେ ରୋଜଗାର କରିବାର ଉପାୟ ତାର ନିଜର ହୋଇଥାଏ ଏବଂ ସେ ଟଙ୍କା ରୋଜଗାର କରିବା ପାଇଁ ଭଲ ବାଟରେ ଯିବ କିମ୍ବା ଖରାପ ବାଟରେ ଯିବ ତାହା ସମ୍ପୂର୍ଣ୍ଣ ଭାବରେ ତା ନିଜ ଉପରେ ନିର୍ଭର କରିଥାଏ । ଆଜିକାଲିକା ଦୁନିଆ ଏଭଳି ହୋଇଛି ଯେ ଏଠାରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ପାଇଁ ଖରାପ ବାଟକୁ ଆପଣାଉଛନ୍ତି । କିନ୍ତୁ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପାଖରେ ଧନ ଅର୍ଜନ କରିବାର ସ୍ରୋତ ରହିଛି କିନ୍ତୁ ଟଙ୍କା ସଞ୍ଚିତ ହୋଇ ପାରୁ ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ସହିତ ଜଡ଼ିତ କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଯିବ ।

ବିଶେଷ କରି ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କିଛି ଏପରି ଜିନିଷ ରହିଛି ଯାହାକୁ ଯଦି ଆପଣ ନିଜ ପର୍ସରେ ରଖନ୍ତି ତେବେ ପର୍ସ କେବେ ଖାଲି ହୁଏ ନାହିଁ । ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ଯଦି ଆପଣ ନିଜ ପର୍ସରେ ସ୍ଥାନ ଦିଅନ୍ତି ତେବେ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ । କିନ୍ତୁ ଧ୍ୟାନ ଦେବେ ଯେପରି ମାତା ଲକ୍ଷ୍ମୀ ବାସିଥିବା ମୁଦ୍ରାରେ ଥିବା ଆବଶ୍ୟକ । ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ଗଛ ପୂଜ୍ୟ ହୋଇଥିବାରୁ ପର୍ସରେ ଅଶ୍ୱତ୍ଥ ପତ୍ର ରଖନ୍ତୁ ।

ଏହାଦ୍ବାରା ଆର୍ଥିକ ସମସ୍ୟା ହୁଏନାହିଁ । କିନ୍ତୁ ଏହାକୁ ଅଭିମନ୍ତ୍ରିତ କରି ରଖନ୍ତୁ । ଏହିଭଳି ଏକ ନାଲି କାଗଜରେ ନିଜର ମନସ୍କାମନା ଲେଖି ପର୍ସରେ ରଖିବା ସହିତ ଚାଉଳର କିଛି ଦାନା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଅଯଥା ଖର୍ଚ୍ଚ ହୁଏନାହିଁ । ଏସବୁ ବ୍ୟତୀତ ଆପଣ ପର୍ସରେ ଗୋମତି ଚକ୍ର , ରୁପା ମୁଦ୍ରା , କାଚ ଖଣ୍ଡ କିମ୍ବା ଛୋଟ ଛୁରୀ , ରୁଦ୍ରାକ୍ଷ , ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କାରେ ହଳଦୀ ଏବଂ ଚନ୍ଦନ ଲଗାଇ ପର୍ସରେ ରଖି ଦିଅନ୍ତୁ ।

ଏହାବ୍ୟତୀତ ପର୍ସରେ କେବେବି ଟଙ୍କାକୁ ମୋଡ଼ି ମକଚି ରଖିବା ଉଚିତ ନୁହେଁ ନଚେତ ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଭଲ ସମୟ ଏବଂ ଖରାପ ସମୟ ଉଭୟ ଆସିଥାଏ । ତେଣୁ ଭଲ ସମୟ ଅର୍ଥାତ ରାଜଯୋଗ ଆସିଲେ ସେହି ସମୟକୁ ଜାଣି ଅଧିକ ପରିଶ୍ରମ କରିବା ଉଚିତ ଯାହାଦ୍ୱାରା ଆର୍ଥିକ ଉନ୍ନତି ହେବ ।

ମାତ୍ର ଯଦି ସମୟ ଆପଣଙ୍କ ସପକ୍ଷରେ ନାହିଁ ତେବେ ଶାନ୍ତ ହୋଇ ଧୌର୍ଯ୍ୟର ସାହିର ସମସ୍ୟାର ସାମ୍ନା କରି ସମାଧାନର ବାଟ ବାହାର କରିବା ଉଚିତ ଏବଂ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ । ଯେହେତୁ ଅଳେଇଚ ସହିତ ଶୁକ୍ରର ସମ୍ବନ୍ଧ ରହିଛି ତେଣୁ ଶୁକ୍ରବାର ଦିନ ଗୋଟିଏ ଅଳେଇଚ ପାଣିରେ ପକାଇ ତାହାକୁ ଫୁଟାଇ ଦିଅନ୍ତୁ ଏବଂ ସ୍ନାନ କରୁଥିବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏଭଳି ପ୍ରତ୍ୟେକ ଦିନ କଲେ ଭାଗ୍ୟ ଉଦୟ ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଶୁକ୍ରବାର ଦିନ ଏକ ଅଳେଇଚ ଦାନା ଏବଂ ମିଶ୍ରୀ ନେଇ ଅଶ୍ୱତ୍ଥ ଗଛ ତଳେ ଏକ ପଥର ଦ୍ୱାରା ଦବାଇ ଦେଲେ ଶିକ୍ଷାରେ ଉନ୍ନତି ହୋଇଥାଏ । ବିବାହ ଜନିତ ସମସ୍ୟା ଥିଲେ ଶୁକ୍ରବାର ଦିନ ଗୋଟିଏ ଅଳେଇଚ , ମିଠା ବସ୍ତୁ ନେଇ ଏକ ପତ୍ର ଉପରେ ରଖି ଏକ ଘିଅ ଦୀପ ଜାଳି ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ବାରା ବିବାହ ଜନିତ ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାଏ ।

ସ୍ଵାମୀ ସ୍ତ୍ରୀ ମଧ୍ୟରେ ମତଭେଦ ଥିଲେ କିମ୍ବା ପ୍ରେମ କମି ଯାଇଥିଲେ ଶୁକ୍ରବାର ଦିନ ଅଳେଇଚ ନେଇ ନିଜ ଶରୀରରେ ସ୍ପର୍ଶ କରାଇ ଏକ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ଗ୍ରାଇଣ୍ଡିଂ କରି ଖାଦ୍ୟରେ ମିଶାଇ ନିଜ ସ୍ୱାମୀଙ୍କ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ । ଆପଣ ଏହି ଉପାୟକୁ ରବିବାର ଦିନ ମଧ୍ୟ କରି ପାରିବେ । ପାଠ ପଢ଼ାରେ ଆଗ୍ରହ କମି ଯାଇଥିଲେ ଅଳ୍ପ କ୍ଷୀରରେ ଅଳେଇଚ ପକାଇ ଫୁଟାଇ ଘରକୁ ଆସିଥିବା କୌଣସି ଗରୀବଙ୍କୁ ପିଇବାକୁ ଦେଇ ଦିଅନ୍ତୁ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ କୌଣସି ଗରୀବ ବ୍ୟକ୍ତିକୁ କଞ୍ଚା ଅଳେଇଚ ଏବଂ କିଛି ମୁଦ୍ରା ଦାନରେ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *