Excuse Me Odisha

ଯାହା କହିବୁ ସତ କହିବୁ

ସମଗ୍ର ଦୁନିଆର ଲୋକ ଅକ୍ଷୟ ତୃତୀୟା ଦିନ ଏହି ଜିନିଷକୁ ଘରକୁ ଆଣି ହୋଇଥାନ୍ତି ଧନବାନ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଏଭଳି ମାନ୍ୟତା ରହିଛି ଯେ ଏହିଦିନ ଆପଣ ଯାହା କାମ କରିବେ ତାହା ଦୀର୍ଘ ସମୟ ଧରି ଶୁଭ ଫଳ ଦେଇଥାଏ । ଏହିଦିନ ବିନା ଶୁଦ୍ଧିରେ ଆପଣ କୌଣସିବି ଶୁଭ କାର୍ଯ୍ୟ ମଧ୍ୟ କରି ପାରିବେ ଏବଂ ଏହିଦିନ କିଛି ଜିନିଷ ଆଣିବା ଦ୍ୱାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ । ତେଣୁ କିଛି ଜିନିଷ ଏପରି ରହିଛି ଯାହାକୁ ଅକ୍ଷୟ ତୃତୀୟା ଦିନ ନିହାତି କିଣିବା ଉଚିତ ।

ବ୍ୟକ୍ତି ନିଜ ଜୀବନରେ ଧନ ଅର୍ଜନ ପାଇଁ ଏବଂ ନିଜ ପରିବାରକୁ ଖୁସି ଦେବା ପାଇଁ ଖୁବ କଷ୍ଟ ପରଶ୍ରମ କରିଥାଏ । କିନ୍ତୁ ତଥାପି ସେ ସଫଳ ହୋଇପାରେ ନାହିଁ । ଏହାଦ୍ବାରା ବ୍ୟକ୍ତିର ଚିନ୍ତା ବଢ଼ିଯାଏ । ତେଣୁ ଅକ୍ଷୟ ତୃତୀୟା ଦିନ କିଛି ଖାସ ଉପାୟ ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ମିଳି ପାରିବ । ବିଶେଷ କରି ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ମାନ୍ୟତା ରହିଛି କିନ୍ତୁ ସବୁ ଲୋକ ସୁନା କିଣିବାକୁ ସମର୍ଥ ହୋଇ ପାରନ୍ତି ନାହିଁ । ଆପଣ ଏସବୁ ବ୍ୟତୀତ ଅନ୍ୟ କିଛି ବସ୍ତୁ ମଧ୍ୟ ଘରକୁ ଆଣି ପାରିବେ ।

୧ . ସୋରିଷ ଦାନା:-

ଅକ୍ଷୟ ତୃତୀୟାରେ ଆପଣ ହଳଦିଆ ସୋରିଷ ଦାନା ଘରକୁ ଆଣିଲେ ସ୍ୱୟଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଏହାକୁ କପଡ଼ାରେ ବାନ୍ଧି ନିଜ ପାଖରେ ରଖନ୍ତି ତେବେ ନଜର ଦୋଷ ମଧ୍ୟ ଦୂର ହୋଇଥାଏ ।

୨ . ସିନ୍ଧା ଲୁଣ:-

ଏହି ଜିନିଷକୁ ଘରକୁ ଆଣିଲେ ନଜର ଦୋଷ ଦୂର ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମାତ୍ର ଏହାକୁ ଅକ୍ଷୟ ତୃତୀୟା ଦିନ ଭୁଲରେବି ସେବନ କରନ୍ତୁ ନାହିଁ । ଘରକୁ ଏହିଦିନ ସିନ୍ଧା ଲୁଣ ଆଣିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୩ . କପା ତୁଳା:-

ଅକ୍ଷୟତୃତୀୟା ଦିନ ଘରକୁ କପା ତୁଳା ଆଣିଲେ ଏବଂ ତାହାକୁ ନିୟମିତ ପୂଜାପାଠରେ ବ୍ୟବହାର କଲେ ଧନଧାନ୍ୟରେ ବୃଦ୍ଧି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ।

୪ . ଫଳ:-

ଏହି ସମୟରେ ଫଳ ସେବନ ଉତ୍ତମ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ଅକ୍ଷୟତୃତୀୟା ଦିନ ଘରକୁ କୌଣସି ଫଳ କିଣି ଆଣନ୍ତି ତେବେ ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୫ . ମାଟି ଦୀପ:-

ଯଦି ଆପଣ ଅକ୍ଷୟ ତୃତୀୟା ଦିନ ମାଟିର ଦୀପ ଘରକୁ ଆଣନ୍ତି ଏବଂ ନିୟମିତ ପ୍ରଜ୍ଜ୍ଵଳନ କରନ୍ତି ତେବେ ଧନରେ ବୃଦ୍ଧି ହୋଇଥାଏ । ମାଟିର ଦୀପକୁ ସୁନା ତୁଲ୍ୟ ମାନା ଯାଇଛି ।ଏହି ପାଞ୍ଚଟି ଜିନିଷ ବ୍ୟତୀତ ଶଙ୍ଖ , ଗୋମତି ଚକ୍ର ମଧ୍ୟ ଆପଣ ଅକ୍ଷୟ ତୃତୀୟା ଦିନ ଆଣି ପାରିବେ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇ ପରିବେ ।

କିଛି ଜିନିଷକୁ ଆପଣ ରାଶି ଅନୁଯାୟୀ ମଧ୍ୟ ଘରକୁ ଆଣି ପାରିବେ । ଏହାଦ୍ବାରା ଜୀବନରେ ଖୁସି ବଢ଼ିଥାଏ । ତେଣୁ ମେଷ ରାଶିର ବ୍ୟକ୍ତି ବିଶେଷ ମସୁର ଡାଲି ଘରକୁ ଆଣିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ବୃଷଭ ରାଶିର ଲୋକଙ୍କ ଇଷ୍ଟ ଦେବ ସ୍ୱୟଂ ମାତା ଲକ୍ଷ୍ମୀ ତେଣୁ ଏହି ବ୍ୟକ୍ତି ମାନେ ଚାଉଳ କିଣି ଆଣିବା ଉଚିତ । ଏହାଦ୍ବାରା ପୁରା ବର୍ଷ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ସ୍ୱାମୀ ବୁଧ ଥିବା ମିଥୁନ ରାଶିର ବ୍ୟକ୍ତି ମାନେ ଏହିଦିନ କଞ୍ଚା ମୁଗ କିଣିବା ଆବଶ୍ୟକ

କେବଳ ସେତିକି ନୁହେଁ ଏହାକୁ ଆଗାମୀ ଦିନ ସେବନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କର୍କଟ ରାଶିର ବ୍ୟକ୍ତି ମାନେ ଏହିଦିନ ଚାଉଳ ଏବଂ କ୍ଷୀର କିଣି ଆଣିବା ଦ୍ୱାରା ମନ ମସ୍ତିଷ୍କ ଶାନ୍ତ ରହିଥାଏ । ସିଂହ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ସୂର୍ଯ୍ୟ ହୋଇଥିବାରୁ ଏମାନେ ନାଲି ରଙ୍ଗର ଫଳ ଏବଂ ତମ୍ବା କିଣିବା ଉଚିତ । ଏହାଦ୍ବାରା ଜୀବନରେ ଖୁସି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ସୂର୍ଯ୍ୟ ମଧ୍ୟ ମଜବୁତ ହୋଇଥାଏ । କନ୍ୟା ରାଶିର ବ୍ୟକ୍ତି ମାନେ ମୁଗ ଡାଲି କିଣିବା ଉଚିତ । ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ।

ତୁଳା ରାଶିର ବ୍ୟକ୍ତିଙ୍କ ସ୍ୱାମୀ ଶୁକ୍ର ତେଣୁ ଏମାନେ ଚାଉଳ ଏବଂ ଚିନି କିଣି ଆଣିବା ଉଚିତ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାଏ ଏବଂ ଜୀବନରେ ଖୁସି ବଜାୟ ରହିଥାଏ । ବିଛା ରାଶିର ଲୋକେ ପାଣି ଏବଂ ଗୁଡ଼ କିଣି ଆଣନ୍ତୁ । ଯାହାକି ଆପଣଙ୍କ ପାଇଁ ଶୁଭ ରହିବ ।ଗୁଡ଼କୁ ଆପଣ ଭୋଗ ଲଗାଇ ପ୍ରସାଦ ଆକାରରେ ମଧ୍ୟ ସେବନ କରି ପାରିବେ । ଧନୁ ରାଶିର ବ୍ୟକ୍ତି କଦଳୀ କିମ୍ବା ହଳଦିଆ ଚାଉଳ କିଣି ଆଣିବା ଉଚିତ । ଯାହାଦ୍ୱାରା ପୁରା ବର୍ଷ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ମକର ରାଶିର ବ୍ୟକ୍ତି ମାନେ ଅକ୍ଷୟତୃତୀୟା ଦିନ କଳା ମୁଗ ଡାଲି କିମ୍ବା ଦହି କିଣି ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଦୁଇଗୁଣା ଶୁଭ ଫଳ ପ୍ରାପ୍ତ ହୋଇଥାଏ । କୁମ୍ଭ ରାଶିର ଲୋକେ କଳା ତିଳ କିମ୍ବା ପୋଷାକ କିଣି ଆଣନ୍ତୁ । ଏହାବ୍ୟତୀତ କଳା ତିଳ କିଣି ନିୟମିତ ପୂଜାରେ ବ୍ୟବହାର କରନ୍ତୁ । ମୀନ ରାଶିର ବ୍ୟକ୍ତି ହଳଦୀ ଏବଂ ବୁଟ ଡାଲି କିଣି ଆଣିବା ଦ୍ବାରା ଜୀବନକୁ ଖୁସି ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *