Excuse Me Odisha

ଯାହା କହିବୁ ସତ କହିବୁ

ଆଣ୍ଠୁ ଗଣ୍ଠି , ହାତ ଗୋଡ଼ , ଅଣ୍ଟା ବିନ୍ଧା ମାତ୍ର ୨ ଦିନରେ ହେବ ଭଲ । କେବଳ ଥରେ କରି ନିଅନ୍ତୁ ଏହି ଘରୋଇ ଉପାୟ ।

ସେୟାର୍ କରନ୍ତୁ

ଆଜିକା ସମୟରେ ଅଧିକାଂଶ ଲୋକଙ୍କର ଆଣ୍ଠୁ ଗଣ୍ଠି ଅଣ୍ଟା ଦରଜ ଭଳି ସମସ୍ୟା ରହିଥାଏ । ଯାହାଦ୍ୱାରା ଲୋକେ ସବୁବେଳେ ଚିନ୍ତିତ ରହନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିସବୁ ସମସ୍ୟା ଦୂର କରିବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ । ତେବେ କହି ରଖିବୁ କି ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ କିଛି ସାଧାରଣ ଜିନିଷର ଆବଶ୍ୟକତା ରହିଛି ଯାହାକୁ ଆପଣ ଖୁବ ସହଜରେ ପାଇ ପାରିବେ ।

ପ୍ରତ୍ୟେକ ଜିନିଷ ହେଉଛି ପିଆଜ ଯାହାକି ଅନେକ ପୋଷକତତ୍ତ୍ୱରେ ପରିପୂର୍ଣ୍ଣ ହୋଇଥାଏ । ଏହା ଆଣ୍ଠୁ ଗଣ୍ଠି ବ୍ୟଥାକୁ ଦୂର କରିବାରେ ଅଧିକ ପ୍ରଭାବୀ ପ୍ରମାଣିତ ହୋଇଥାଏ । ତେବେ ପ୍ରଥମେ ଗୋଟିଏ ପିଆଜକୁ ଦୁଇ ଫାଳ କରି ସ୍ଲାଇସର ସାହାଯ୍ୟରେ ଚୁର୍ଣ୍ଣ କରି ଦିଅନ୍ତୁ ।

ଏହାପରେ ଆବଶ୍ୟକତା ରହିଛ ହଳଦୀ । ହଳଦୀ ମଧ୍ୟ ଏହିସବୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ହଳଦୀରେ ଏଣ୍ଟିସେପ୍ଟିକ ଏବଂ ଏଣ୍ଟିବ୍ୟାକ୍ଟେରିୟଲ ଗୁଣ ମଧ୍ୟ ରହିଥାଏ ଯାହାକି ଏଲର୍ଜି ଭଳି ସମସ୍ୟା ହେବାକୁ ଦିଏନାହିଁ । ବର୍ତ୍ତମାନ ପିଆଜରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆଗାମୀ ଅବଶ୍ୟକୀୟ ଜିନିଷ ହେଉଛି ସୋରିଷ ତେଲ ।

ବର୍ତ୍ତମାନ ଅଳ୍ପ ସୋରିଷ ତେଲ ପକାଇ ସବୁ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ହାଲୁକା ଗରମ କରି ଦିଅନ୍ତୁ । ମାତ୍ର ତାହାକୁ ସିଧା ସଳଖ ଗ୍ୟାସରେ ନବସାଇ ପ୍ରଥମେ ଏକ ପେନକୁ ଗରମ କରି ତାହା ଉପରେ ସେହି ମିଶ୍ରଣକୁ ଗ୍ୟାସରେ ବସାଇ ହାଲୁକା ଗରମ ହେବାକୁ ଛାଡ଼ି ଦିଅନ୍ତୁ ।

ଏହି ଉପଚାର ସମ୍ପୂର୍ଣ୍ଣ ଆୟୁର୍ବେଦିକ ଅଟେ ତେଣୁ ଏହା ଆପଣଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇବ ନାହିଁ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା , ଅଣ୍ଟା ବିନ୍ଧା ଭଳି ସମସ୍ୟା କୌଣସି ସ୍ଥାନରେ ରହିଥାଏ ତେବେ ସେହି ସ୍ଥାନରେ ଏହି ମିଶ୍ରଣକୁ ଲଗାଇ ପାରିବେ

ମାତ୍ର ଅଧିକ ଗରମ ଥିଲେ ତାହାକୁ ଟିକିଏ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଏବଂ ତାପରେ ସମସ୍ୟା ସ୍ଥାନରେ ଲଗାଇ ଦିଅନ୍ତୁ । ମାତ୍ର ତାହାକୁ ଲଗାଇବା ପୂର୍ବରୁ ସେହି ସ୍ଥାନରେ ଏକ ଧଳା କପଡ଼ା ବାନ୍ଧି ଦିଅନ୍ତୁ ଏବଂ ତାପରେ ସେହି ଲେପକୁ ଲଗାଇ ଦିଅନ୍ତୁ । ରାତିରେ ଶୋଇବା ସମୟରେ ଏହି ଉପାୟ କଲେ ଏହାର ପ୍ରଭାବୀ ଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ ।

ଏହି ଉପାୟ ଦ୍ୱାରା ଅଳ୍ପ ଦିନ ମଧ୍ୟରେ ହିଁ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହେବାକୁ ଲାଗିବ । ତେବେ କହିବାକୁ ଗଲେ ଏହା ବହୁ ପୁରାତନ ଘରୋଇ ଉପଚାର ଅଟେ ଯାହାକି ଖୁବ ପ୍ରଭାବୀ ମଧ୍ୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *