Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ସୂର୍ୟ୍ଯଙ୍କୁ ଜଳ ଅର୍ପିତ କରୁଥିବା ଲୋଟାରେ ଢ଼ାଳି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ହେବ ଦୂର ।

ସେୟାର୍ କରନ୍ତୁ

ସୂର୍ଯ୍ୟଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପିତ କରିବା ଦ୍ୱାରା ସବୁ ଗ୍ରହ ମଜବୁତ ହୋଇଥାଏ । ଏମିତିରେ ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀ ଅଛନ୍ତି ମାତ୍ର ପ୍ରତ୍ୟେକ ଦିନ ଦୁଇ ଦେବତାଙ୍କ ସାକ୍ଷାତ ଦର୍ଶନ ମିଳିଥାଏ ସୂର୍ଯ୍ୟ ଏବଂ ଚନ୍ଦ୍ରମା । ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ କେଉଁ ଜିନିଷ ସେଥିରେ ମିଶାଇବା ଉଚିତ ଏବଂ ଏହାଦ୍ବାରା କଣ ଫାଇଦା ମିଳିଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଲୋଟକୁ ମସ୍ତକ ପୁରା ସମ୍ମୁଖରେ ରଖି ଅର୍ପିତ କରୁଥିବା ଜଳ ଧାରା ଦେଇ ସୂର୍ଯ୍ୟଙ୍କୁ ଦେଖିବା ଉଚିତ । ଏହାଦ୍ବାରା ଦୃଷ୍ଟି ଶକ୍ତି ଜନିତ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ଜାତକରେ ସୂର୍ଯ୍ୟ ଦଶମ କିମ୍ବା ଦ୍ଵାଦଶ ସ୍ଥାନରେ ଥିଲେ ପ୍ରତ୍ୟେକ ଦିନ ଜଳ ନିଶ୍ଚୟ ଅର୍ପିତ କରନ୍ତୁ ।

ଏହାଦ୍ୱାରା ଚାକିରୀରେ ଉନ୍ନତି ମିଳିଥାଏ ଏବଂ ମାନ ସମ୍ମାନ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ପାଇଁ ତମ୍ବା ଲୋଟା ଉପଯୁକ୍ତ ଅଟେ । ଏକ ଲୋଟା ପାଣିରେ କିଛି ବିଶେଷ ଜିନିଷ ପକାଇ ସୂର୍ଯ୍ୟଙ୍କୁ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଗ୍ରହ ଦୋଷ ଦୂର ହୋଇଥାଏ । ଏହି ସମୟରେ କୌଣସିବି ମନ୍ତ୍ର ଜପ କଲେ ତାହାର ଶକ୍ତି ପ୍ରବଳ ହୋଇଥାଏ ।

ଏହା ଆପଣଙ୍କୁ ନିଜ ଜୀବନର କଠିନତାରୁ ବାହାର କରିବାରେ ସାହାଯ୍ୟ କରିବ । ଏହାବ୍ୟତୀତ ଆପଣ ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରି ପାରିବେ । ମାତ୍ର ବିନା ସ୍ନାନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଆଦୋୖ ଉଚିତ ନୁହେଁ । ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ପରେ ଯଦି ଆପଣ ୨୧ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତି ତେବେ ଆପଣଙ୍କ ଜୀବନରେ କେବେ କଷ୍ଟ ଆସିବ ନାହିଁ ।

ସୂର୍ଯ୍ୟଙ୍କ ମନ୍ତ୍ର ହେଉଛି –

” ଓଁ ଏହି ସୂର୍ଯ୍ୟ ସହସ୍ତ୍ରାଂଶ ତେଜୋ ରାଶେ ଜଗତପତେ , ଅନୁକମ୍ପୟେମାଂ ଭକ୍ତ୍ୟା , ଗୃହାଣାରଧ୍ୟାୟ ଦିବାକର । ” ଏହାପରେ ଅର୍ଘ୍ୟ ଦେଇ ସିଧା ହାତରେ ଜଳ ନେଇ ଚାରିପଟେ ସିଞ୍ଚି ଦିଅନ୍ତୁ । ପିତୃ ଦେବଙ୍କୁ ପ୍ରସନ୍ନ କରିବା ନିମନ୍ତେ ଲୋଟାରେ ଜଳ ଅର୍ପିତ କରିବା ପରେ ଏକ ଲୋଟା ଜଳରେ କଳା ତିଳ ଅର୍ପିତ କରି ଦକ୍ଷିଣ ଦିଗରେ ପିତୃ ଦେବଙ୍କ ନିମନ୍ତେ ଜଳ ଅର୍ପିତ କରନ୍ତୁ । ଏହାଦ୍ବାରା ପିତୃ ଦେବ ସନ୍ତୁଷ୍ଟ ହୁଅନ୍ତି ।

ଯଦି ଆପଣଙ୍କ ଟଙ୍କା କେଉଁଠି ଫସି ଯାଇଛି ତେବେ ରବିବାର ଦିନ ଠାରୁ ଆରମ୍ଭ କରି ମହିଳା ମାନେ ଲଗାତାର ୨୧ ଦିନ ଏବଂ ପୁରୁଷ ମାନେ ଲଗାତାର ୨୭ ଦିନ ଏକ ଉପାୟ କରିନେବା ଉଚିତ । ଉପାୟ ଅନୁଯାୟୀ ଏକ ଲୋଟା ପାଣିରେ ୧୧ ଟି ଲଙ୍କା ମଞ୍ଜି ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହାଦ୍ବାରା ଅଟକି ରହିଥିବା ଟଙ୍କା ଫେରି ପାଇବେ । ମଙ୍ଗଳ ଦୁର୍ବଳ ଥିଲେ ପାଣିରେ ଚିନି କିମ୍ବା ଗୁଡ଼ ପକାଇ ଅର୍ପିତ କରନ୍ତୁ ।

ଜୀବନରେ ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଥିଲେ ଜଳରେ ନାଲି ମନ୍ଦାର ପକାଇ ଅର୍ପିତ କଲେ ଶତ୍ରୁ ଶାନ୍ତ ହୋଇଥାଏ । ବିବାହ ଜନିତ ସମସ୍ୟା ଥିଲେ ଏକ ଲୋଟା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଅର୍ପିତ କରନ୍ତୁ । ବିଦ୍ୟାର୍ଥୀ ଜଳରେ ସ୍ୟାହି ମିଶାଇ ଅର୍ପିତ କଲେ ସ୍ମରଣ ଶକ୍ତି ବଢ଼ିଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଯଦି ଆପଣ ନାଲି ଚନ୍ଦନ କିମ୍ବା ରୋଲି ପକାଇ ଅର୍ପିତ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ସୂର୍ଯ୍ୟଙ୍କୁ ପ୍ରସନ୍ନ ରଖିଲେ ଭାଗ୍ୟ ଉଦୟ ହୋଇଥାଏ । ଗ୍ରହ ଦୋଷ ଥିଲେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ଯଦି ଧନ ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ସୂର୍ଯୋଦୟର ଏକ ଘଣ୍ଟା ଆଗରୁ ଉଠନ୍ତୁ । ” ଓଁ ଗିନୀ ସୂର୍ଯ୍ୟାୟ ନମଃ ” ୧୦୮ ଥର ଜପ କରନ୍ତୁ । ଏହାପରେ ଏକ ଷ୍ଟିଲ କିମ୍ବା ଚାନ୍ଦି ପାତ୍ରରେ ଜଳ ନେଇ କ୍ଷୀର ମିଶାଇ ସୂର୍ଯ୍ୟଙ୍କୁ ଅର୍ପିତ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *