Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି ନା ପ୍ରସନ୍ନ ଅଛନ୍ତି ଜାଣି ରଖନ୍ତୁ ଏହି କିଛି ଖାସ ସଙ୍କେତ ।

ସେୟାର୍ କରନ୍ତୁ

ଜୀବନରେ ସୁଖ ଦୁଃଖ ଲାଭ କ୍ଷତି ସବୁକିଛି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସୁଖ ଦୁଃଖ କିମ୍ବା ଉନ୍ନତି ଅବନତି ଅନବରତ ଚାଲୁ ରହିଥାଏ । ମାତ୍ର ଏସବୁ ସମୟ ଚକ୍ର କାରଣରୁ ହୋଇଥାଏ । କାରଣ ସମୟ ଅତ୍ୟନ୍ତ ବଳବାନ ହୋଇଥାଏ । ସମୟ ଆଗରେ କାହାରି କ୍ରୋଧ , ଈର୍ଷା କିମ୍ବା ଅହଂକାର ରହେନାହିଁ । ସମୟ ଚକ୍ରରେ ଅନେକ ଲୋକଙ୍କ ସୌଭଗ୍ୟ ଦୁର୍ଭାଗ୍ୟରେ ଏବଂ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏଭଳି କିଛି ଶୁଭ ସଙ୍କେତ ବିଷୟରେ କହିବୁ ଯେଉଁଥିରୁ ଏହା ଜାଣିହେବ ଯେ ଆପଣଙ୍କ ଆଗାମୀ ସମୟ କିଭଳି ହେବାକୁ ଯାଉଛି । ଯେତେବେଳେ ନାରଦ ମୁନି ବୈକୁଣ୍ଠରେ ପହଞ୍ଚିଥିଲେ ସେତେବେଳେ ସେ ଶ୍ରୀହରିଙ୍କୁ ଏହି ବିଷୟରେ ପଚାରି ଥିଲେ ।

ଏଥିରେ ଭଗବାନ ବିଷ୍ଣୁ ନିଜେ ହିଁ କହିଛନ୍ତି ଯେ ଏସବୁ ବିଷୟରେ ସଙ୍କେତ ସେ ନିଜେ ମନୁଷ୍ୟ ପାଖରେ ପହଞ୍ଚାଇଥାନ୍ତି । ପ୍ରଥମ ସଙ୍କେତ ଅନୁଯାୟୀ ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲୁଛି ଏବଂ ଆପଣ ଈଶ୍ୱରଙ୍କ ସ୍ମରଣ କରୁଛନ୍ତି ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କ ନିମିତ୍ତ ସଫଳତାର ଦ୍ୱାର ଖୋଲି ଯାଇଛି । ଆପଣଙ୍କ ସଫଳତା କ୍ଷେତ୍ରରେ ଭଗବାନ ନିଶ୍ଚୟ ସହାୟକ ହେବେ ।

ଅନେକ ସମୟରେ ଆପଣଙ୍କ ମନ ବିନା କୌଣସି କାରଣରେ ବି ପ୍ରସନ୍ନ ରହିଥାଏ । ଏହି ସଙ୍କେତ ଜଣାଇଥାଏ ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଏହାଦ୍ବାରା ହଠାତ ଖୁସି ଖବର ମିଳିଥାଏ । ଆପଣଙ୍କ ମଧ୍ୟରେ ଈଶ୍ୱରଙ୍କ ବାସ ହେତୁ ଆପଣ ସର୍ବଦା ପ୍ରସନ୍ନ ରହନ୍ତି ।

ଯଦି ଆପଣଙ୍କ ଦ୍ୱାରକୁ ବାରମ୍ବାର ଗୋମାତା ଖାଇବାକୁ ଆସନ୍ତି , ମାଙ୍କଡ଼ ଆପଣଙ୍କ ଘରୁ କିଛି ଖାଦ୍ୟ ଉଠାଇ ନେଇଯାଏ , ବିରାଡ଼ି ଛୁଆ ଜନ୍ମ ଦିଏ କିମ୍ବା କୌଣସି ପକ୍ଷୀ ଆପଣଙ୍କ ଘର ସାମ୍ନାରେ ବସା ବନାଏ ତେବେ ଏଭଳି ସଙ୍କେତ ଦର୍ଶାଇଥାଏ ଯେ ଆପଣଙ୍କ ଆଗାମୀ ସମୟ ବଳବାନ ହେବାକୁ ଯାଉଛି । ଛୋଟ ପିଲାଙ୍କ ମଧ୍ୟରେ ଈଶ୍ୱରଙ୍କ ବାସ ହୋଇଥାଏ ବୋଲି କୁହାଯାଏ ।

ତେଣୁ ଯଦି କେହି ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ହସୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ସମୟ ଉତ୍ତମ ହେବାକୁ ଯାଉଛି । ଏହାର ଅର୍ଥ ଆପଣଙ୍କ ସହିତ କୌଣସି ନୂଆ ସମ୍ପର୍କ ଜଡ଼ିତ ହେବାକୁ ଯାଉଛି । ଏଭଳି ସଙ୍କେତ ଆପଣଙ୍କୁ ଈଶ୍ୱରଙ୍କ କୃପାରୁ ହିଁ ମିଳିଥାଏ । ପଞ୍ଚମ ସଂକେତ ଅନୁଯାୟୀ ଅନେକ ଦିନରୁ ହୋଇ ଆସୁଥିବା ଖର୍ଚ୍ଚ ଯଦି ହଠାତ ଟଳି ଯାଏ ଏବଂ ଧନ ଅର୍ଜନର ନୂଆ ସ୍ରୋତ ଖୋଲିଯାଏ ତେବେ ଏହାର ଅର୍ଥ ମଧ୍ୟ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ।

ଷଷ୍ଠ ସଙ୍କେତ ଅନୁଯାୟୀ ଯଦି ପୂଜା ଥାଳିରୁ ଫୁଲ ମାଳା କିମ୍ବା ଚନ୍ଦନ ଖସି ପଡ଼େ କିମ୍ବା ଈଶ୍ୱରଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଥିବାର ନଜର ଆସେ ତେବେ ଏହାର ଅର୍ଥ ମଧ୍ୟ ହୋଇଥାଏ ଯେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହାବ୍ୟତୀତ ଘରକୁ ଅତିଥିଙ୍କ ଆଗମନ କିମ୍ବା ସୁନା ଚାନ୍ଦି ଗହଣା କ୍ରୟ ହେବା , ମହିଳାଙ୍କ ବାମ ଆଖି ଡେଇଁବା ଏହିସବୁ ସଙ୍କେତ ଆଗାମୀ ଶୁଭ ସମୟ ବିଷୟରେ ଅବଗତ କରାଇଥାଏ । ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ନିମନ୍ତେ ବାହାରକୁ ଯିବା ସମୟରେ ରାସ୍ତାରେ ଗୋମାତାଙ୍କ ଦର୍ଶନ ହେଉଛି ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣ ନିଜ କାମରେ ନିଶ୍ଚିତ ସଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *