Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ସାତଟି ସଂକେତ ମିଳିଲେ, ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି ମାଆ ଦୁର୍ଗା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା। ଏହି ଚୈତ୍ର ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ନଅ ଗୋଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଅଧିକାଂଶ ଲୋକେ ବିଭିନ୍ନ ଉପାୟ କରିଥାନ୍ତି। କିନ୍ତୁ ଆପଣ କିପରି ଜାଣିବେ କି, ଦେବୀ ଦୁର୍ଗା ଆପଣଙ୍କର ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଛନ୍ତି। ତେବେ ନବରାତ୍ରିରେ ଦେବୀ ଦୁର୍ଗା ଆପଣଙ୍କୁ କିଛି ବିଶେଷ ସଂକେତ ଦେବେ।

ଆଜି ଆମେ ଆପଣଙ୍କୁ କିଛି ଖାସ ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ନବରାତ୍ରି ସମୟରେ ଦେଖିବାକୁ ମିଳିଲେ, ବୁଝି ଯାଆନ୍ତୁ କି ଦେବୀ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି। ପୂର୍ବକାଳରେ ମୁନି ଋଷି ମାନେ ଦେବୀଙ୍କ ଆରାଧନା ପାଇଁ ଦିନ ଅପେକ୍ଷା ରାତିକୁ ଅଧିକ ଗୁରୁତ୍ବ ଦେଇଛନ୍ତି।ସେଥିପାଇଁ ଦୀପାବଳୀ, ଶିବରାତ୍ରି, ନବରାତ୍ରି ପର୍ବ ରାତିରେ ପାଳନ କରାଯାଇଥାଏ। ନବରାତ୍ରିରେ ଦେବୀ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସି ଭ୍ରମଣ କରି ଥାଆନ୍ତି।

ଏବେ ଆସନ୍ତୁ ଜାଣିବା, ନବରାତ୍ରି ଦିନ କେଉଁ ସଂକେତ ମିଳିବା ଦ୍ଵାରା ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଇବା ଉଚିତ। ଅଖଣ୍ଡ ଜ୍ୟୋତି ଜଳାଇବା ଦ୍ଵାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ନବରାତ୍ରିରେ ଯଦି ଦୀପ ଜୋର ଜୋର ଜଳି ଉଠେ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ଦେବୀଙ୍କ କୃପା ଦୃଷ୍ଟି ରହିଛି। ଯଦି ଗାଈ ଆପଣଙ୍କ ଘରର ଦୁଆର ମୁହଁ ସାମ୍ନାରେ ବାରମ୍ବାର ଆସି ବସି ରହେ, ତାହେଲେ ବୁଝି ଯାଆନ୍ତୁ କି ଦେବୀ ମାଆ ଆପଣଙ୍କ ଘରକୁ ଆଗମନ କରୁଛନ୍ତି।

ତେଣୁ ଘରର ଦୁଆର ମୁହଁରେ ଗାଈ ଆସିଲେ ନିଶ୍ଚିତ ଭାବରେ ଘାସ ବା ରୁଟି ଖାଇବାକୁ ଦିଅନ୍ତୁ। ଯଦି ଘରେ ଅଚାନକ କଳା ପିମ୍ପୁଡ଼ି ଦେଖିବାକୁ ମିଳୁଛି, ତାହେଲେ ବୁଝି ଯାଆନ୍ତୁ କି, ଘରେ କିଛି ପରିବର୍ତ୍ତନ ହୋଇପାରେ।କିନ୍ତୁ ଧ୍ୟାନ ରଖନ୍ତୁ କି, ଘର ସାମ୍ନାରେ କେବେବି ମହୁ ଫେଣା ରହିବା ଉଚିତ ନୁହେଁ। ଏହାଦ୍ବାରା ଘର ଉପରକୁ ବିପଦ ମାଡି ଆସିଥାଏ। ଘରକୁ ଦେବୀ ମାଆଙ୍କର କୃପା ପଡ଼ିଲେ, ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ବ୍ୟବସାୟରେ ଉନ୍ନତି ହୁଏ। ଏହାସହିତ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *