Excuse Me Odisha

ଯାହା କହିବୁ ସତ କହିବୁ

ଶିବଲିଙ୍ଗର ଏହି ଦିଗରେ କେବେବି ବସିବା ଉଚିତ ନୁହେଁ, ଜାଣନ୍ତୁ ଏହାର ରହସ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଫେବୃଆରୀ ୧୮ ତାରିଖ ଠାରୁ ଶିବରାତ୍ରି ଆରମ୍ଭ ହେବାକୁ ଯାଉଛି। ଶିବ ପୁରାଣରେ କିଛି ଏଭଳି ନିୟମ ରହିଛି, ଯାହାକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ। ଶିବଲିଙ୍ଗ ପାଖରେ କେଉଁ ଦିଗକୁ ମୁହଁ କରି ପୂଜାର୍ଚ୍ଚନା କରିବା ଆବଶ୍ୟକ? ଶିବଲିଙ୍ଗ ଉପରେ କେଉଁ ଜିନିଷ ଅର୍ପଣ କରିବା ଉଚିତ? ଶିବଲିଙ୍ଗର ନୈବେଦ୍ୟକୁ ଖାଇବା ଉଚିତ କି ନାହିଁ? ଅଧିକାଂଶ ଲୋକେ ଜାଣତରେ ହେଉ ଅବା ଅଜାଣତରେ ଶିବଲିଙ୍ଗ ପୂଜା ଭୁଲ ଭାବରେ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖାସ ନିୟମ ଗୁଡିକ ବିଷୟରେ, ଯାହାକୁ ମହାଶିବରାତ୍ରି ଦିନ ଆପଣ ପାଳନ କରିବା ଆବଶ୍ୟକ।

ମହାଶିବରାତ୍ରି ପର୍ବ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହିଦିନ ଭଗବାନ ଶିବଙ୍କୁ ଶ୍ରଦ୍ଧାର ସହିତ ଆରାଧନା କଲେ, ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶିବ ପୁରାଣରେ କୁହାଯାଇଛି କି, କେଉଁ ବ୍ୟକ୍ତି ମହାଶିବରାତ୍ରି ଦିନ ଭକ୍ତି ଭାବ ସହିତ ମହାଦେବଙ୍କ ପଞ୍ଚାକ୍ଷର ମନ୍ତ୍ର ଜପ କରିବା ସହିତ ପୂଜାର୍ଚ୍ଚନା କରିଥାଏ, ତାକୁ ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳି ଯାଇଥାଏ। ଯେଉଁ ମନୁଷ୍ୟ ଶ୍ରଦ୍ଧାର ସହିତ ଭାଗଣ ଶିବଙ୍କୁ ନିଜକୁ ସମର୍ପିତ କରି ଦେଇଥାଏ, ତାର ଜନ୍ମ ସାର୍ଥକ ହୋଇଥାଏ। ଏହାସହିତ ତାଙ୍କ ଜୀବନରେ ଦୁଃଖ ଦାରିଦ୍ର୍ୟତା ଆସି ନଥାଏ।

ଶିବଲିଙ୍ଗ ହେଉଛି ଭଗବାନ ଶିବଙ୍କର ନିରାକାର ରୂପ ଅଟେ। ଯେଉଁ ଦିନ ସୃଷ୍ଟି କର୍ତ୍ତା ବ୍ରହ୍ମଦେବ ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଭଗବାନ ଶିବଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ, ସେହିଦିନରୁ ଶିବରାତ୍ରି ବୋଲି ନାମିତ କରାଯାଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷ ମହାଶିବରାତ୍ରି ପର୍ବ ଶନିବାର ୧୮ ଫେବୃୟାରୀ ରାତି ୮: ୦୩ ମିନିଟରେ ଆରମ୍ଭ ହୋଇ ଏହାର ସମାପନ ୧୯ ଫେବୃୟାରୀ ଅପରାହ୍ନ ୪:୧୯ ମିନିଟରେ ହେବ।ଏବେ ଆସନ୍ତୁ କିଛି ନିୟମ ବିଷୟରେ ଜାଣିବା।

ଘରେ ଆପଣ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଉତ୍ତର ଦିଗ ଆଡ଼କୁ ମୁହଁ କରି କରନ୍ତୁ। କିନ୍ତୁ ଶିବଲିଙ୍ଗ ସାମ୍ନାରେ, ପଛରେ, ବାମ ବା ଡାହାଣ ପାଖରେ ଠିଆ ହୋଇ ଶିବଲିଙ୍ଗକୁ ପୂଜା କରନ୍ତୁ ନାହିଁ। ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଦକ୍ଷିଣ ଦିଗ ହିଁ ଶ୍ରେଷ୍ଠ ଅଟେ। ଶିବଲିଙ୍ଗ ପୂଜା କରିବା ସମୟରେ ରୁଦ୍ରାକ୍ଷ ମାଳା ପିନ୍ଧିବା ଆବଶ୍ୟକ। ଏହାସହିତ ଭଗବାନ ଶିବଙ୍କୁ ନିଶ୍ଚିତ ଭାବରେ ବେଲପତ୍ର ଅର୍ପଣ କରିବା ଉଚିତ।

ମାନ୍ୟତା ରହିଛି କି, ଭଗବାନ ଶିବଙ୍କୁ କେବଳ ଜଳ ଓ ବେଲପତ୍ର ଅର୍ପଣ କଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇଥାନ୍ତି, କିନ୍ତୁ ମନରେ କୌଣସି ନକାରାତ୍ମକ ଭାବନା ରଖି ଶିବ ପୂଜା କରିବା ଉଚିତ ନୁହେଁ। ଯେଉଁମାନେ ଶିବରାତ୍ରି ଦିନ ଭଗବାନ ଶିବଙ୍କର ବ୍ରତ ପାଳନ କରୁଛନ୍ତି ଏବଂ ଶ୍ରଦ୍ଧାର ସହିତ ଶିବଲିଙ୍ଗ ପୂଜାର୍ଚ୍ଚନା କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଭଗବାନ ଶିବଙ୍କର ନୈବେଦ୍ୟ ଭକ୍ଷଣ କରନ୍ତୁ। ଏହି ନୈବେଦ୍ୟକୁ ଆପଣ ସନ୍ତୁଷ୍ଟ ମନରେ ଗ୍ରହଣ କଲେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ।

ଯେଉଁ ମନୁଷ୍ୟ ଶିବଲିଙ୍ଗ ଉପରେ କଳା ଅର୍ପଣ କରି ଏହାକୁ ଭୋଗ ରୂପରେ ଗ୍ରହଣ କରିଥାନ୍ତି, ତାଙ୍କର ଜୀବନ ଧନ୍ୟ ହୋଇ ଯାଇଥାଏ। ଯେଉଁ ବ୍ୟକ୍ତି ଶିବରାତ୍ରି ଦିନ ବେଲଗଛ ମୂଳରେ ଅସହାୟ ଲୋକଙ୍କୁ ଭୋଜନ କରାଇ ଥାଆନ୍ତି, ତାଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ଶିବଙ୍କ କୃପା ସର୍ବଦା ତାଙ୍କ ଉପରେ ରହିଥାଏ। ଶିବଲିଙ୍ଗ ପାଖରେ କେବେବି ଶଙ୍ଖ ରଖିବା ଉଚିତ ନୁହେଁ। ଏହାସହିତ ଶିବଲିଙ୍ଗ ଉପରେ କେବେବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ। ଏଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *