Excuse Me Odisha

ଯାହା କହିବୁ ସତ କହିବୁ

ଅଶ୍ୱତ୍ଥ ଗଛକୁ ସ୍ପର୍ଶ କରି ଏହି ମନ୍ତ୍ରକୁ ବୋଲନ୍ତୁ, ଆପଣଙ୍କର ସମସ୍ତ ଅଧୁରା ଇଛା ହୋଇଯିବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଅଶ୍ୱତ୍ଥ ଗଛରେ ପ୍ରତ୍ୟେକ ଦେବୀ ଓ ଦେବତା ବାସ କରିଥାନ୍ତି। ଏଥିପାଇଁ ଅଶ୍ୱତ୍ଥ ଗଛର ପତ୍ର ତୋଳା ଯାଇ ନଥାଏ ଏବଂ ଗଛ କଟା ଯାଏ ନାହିଁ। ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ଗଛକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଯାହାଦ୍ଵାରା ଏହାକୁ ଦେବ ବୃକ୍ଷ ମଧ୍ୟ କୁହାଯାଏ। ଅଶ୍ୱତ୍ଥ ଗଛର ଆୟୁଷ ଅଧିକ ହୋଇଥାଏ, ତେଣୁ ଅଶ୍ୱତ୍ଥ ଗଛ ଲଗାଉଥିବା ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଧ୍ୟାନ ରଖିବେ କି ଅଶ୍ୱତ୍ଥ ଗଛ ଯେତେ ପବିତ୍ର ଗଛ ହୋଇଥିଲେ ମଧ୍ୟ ଏହାର ଛାଇ ଘର ଉପରେ ପଡ଼ିଲେ ଅତ୍ୟନ୍ତ ଅଶୁଭ ହୋଇଥାଏ। ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନରେ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହୋଇଥିଲେ ଏବଂ ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିଲେ। ଯାହାଫଳରେ କି ଦେବୀ ଲକ୍ଷ୍ମୀଙ୍କର ଭଉଣୀ ଅଲକ୍ଷ୍ମୀ କ୍ରୋଧିତ ହୋଇ ଗଲେ। ତାପରେ କାରଣ ଦେବୀ ଅଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତେବେ ଦେବୀ ଲକ୍ଷ୍ମୀ ତାଙ୍କ ଭଉଣୀ ଅଲକ୍ଷ୍ମୀଙ୍କୁ ଅଶ୍ୱତ୍ଥ ଗଛ ପ୍ରଦାନ କରିଥିଲେ।

କୁହାଯାଏ କି, ଅଶ୍ୱତ୍ଥ ଗଛ ମୂଳରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରିବାର ବିଧାନ ରହିଛି। ଅଶ୍ୱତ୍ଥ ଗଛ ମୂଳରେ ପୂଜାର୍ଚ୍ଚନା କରିବା ଏବଂ ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ସକାଳୁ ଉଠି ସ୍ନାନ ସାରି ଗୋଟେ ଲୋଟା ଜଳରେ ଅଳ୍ପ କ୍ଷୀର ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହିତ ଧୂପ, ଦୀପ, ଫୁଲ, ଫଳ ଅର୍ପଣ କରନ୍ତୁ। ତାପରେ ” ଓଁ ନମଃ ଭଗବତେ ବାସୁଦେବାୟ” ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଗ୍ରହ ଦୋଷ ଦୂର ହୋଇଯିବ।

ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ବସି ହନୁମାନ ଚାଳିଶା ଜପ କଲେ ପ୍ରଭୁ ହନୁମାନଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଯଦି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି, ତାହେଲେ ଆପଣ ପାଞ୍ଚଟି ଅଶ୍ୱତ୍ଥ ପତ୍ର ଆଣି ଗୋଟେ ଲୋଟା ଜଳରେ ପକାଇ ଦିଅନ୍ତୁ। ତାପରେ ଏହି ଲୋଟାକୁ ରୋଗ ଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରଖି ଦିଅନ୍ତୁ। ପରଦିନ ଏହି ଜଳକୁ ଭଗବାନ ଶିବ ଉପରେ ଅର୍ପଣ କରି ଦିଅନ୍ତୁ। ଯେତେବେଳେ ଆପଣ ଅଶ୍ୱତ୍ଥ ଗଛ ପାଖକୁ ଯାଉଛନ୍ତି, ସେତେବେଳେ ଅଶ୍ୱତ୍ଥ ଗଛକୁ ସ୍ପର୍ଶ କରି ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଓଁ ନାରାୟଣାୟ ନମଃ ଜପ କରନ୍ତୁ। ଦେଖିବେ ଆପଣଙ୍କ ଉପରୁ ଶନି ଦୋଷ ଦୂର ହେବା ସହିତ ଇଶ୍ୱରଙ୍କ କୃପା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *