Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି କେବଳ ଗୋଟିଏ ଜିନିଷ ରଖିଛନ୍ତି କି । ଧନରେ ହେବ ନାହିଁ ଅଭାବ , ସୁଖ ସମୃଦ୍ଧି ଉଭୟ ହେବ ପ୍ରାପ୍ତ ।

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟ ନିଜ ଜୀବନକୁ ବଦଳାଇବା ପାଇଁ ଅନେକ ପରିଶ୍ରମ କରିଥାଏ । କିନ୍ତୁ ସମସ୍ତଙ୍କ ଭାଗ୍ୟ ସବୁବେଳେ ସାଥ ଦେଇ ନଥାଏ । ସମସ୍ତଙ୍କୁ ସଫଳତା ମଧ୍ୟ ଖୁବ ଜଲଦି ମିଳି ନଥାଏ । କିଛି ଲୋକ କମ ପରିଶ୍ରମ କରିବା ପରେ ସଫଳ ହେଉଛନ୍ତି ମାତ୍ର ଆଉ କିଛି ଲୋକ ଅନେକ ତ୍ୟାଗ ପରିଶ୍ରମ ସତ୍ତ୍ୱେବି ସେମିତି ରହୁଛନ୍ତି । ତେବେ ତାହାର ଅନେକ କାରଣ ରହିଛି । ସାଧରଣତଃ ଘରେ ଥିବା କିଛି ବସ୍ତୁ ଉନ୍ନତି ଦିଗରେ ବାଧା ସାଜିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଅନୁଯାୟୀ କେଉଁ ଜିନିଷ ଘରେ ରଖିବା ଉଚିତ ନୁହେଁ ।

ପ୍ରତ୍ୟେକ ହିନ୍ଦୁ ଘରେ ପୂଜା ଘର ନିଶ୍ଚୟ ରହିଥାଏ । ବାସ୍ତୁ ଅନୁଯାୟୀ ପୂଜା ଘର ସର୍ବଦା ଐଶାନ୍ୟ କୋଣରେ ରହିବା ଉଚିତ । ପୂଜା ଘରେ ଆପଣ ସବୁ ଦେବଦେବୀଙ୍କ ଫୋଟ ରଖି ପାରିବେ । କିନ୍ତୁ ଭଗବାନ ଗଣେଶଙ୍କ ଫୋଟ ଏପରି ରଖନ୍ତି ଯେପରି ମୁଖ ଭିତରକୁ ରହୁଥିବ ଏବଂ ପିଠି ବାହାରକୁ ରହୁଥିବ । କାରଣ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ବାସ କରିଥାଏ ।

ଆପଣ ନିଜ ଯୋଗ୍ୟତା ଅନୁଯାୟୀ କିଛି ନା କିଛି ଦାନ କରନ୍ତୁ । ଘରେ ବାସନ କିମ୍ବା ଆଇନା ଯେତେ ମୂଲ୍ୟବାନ ହୋଇଥିଲେ ବି ତାହା ଯଦି ସାମାନ୍ୟ ଭାଙ୍ଗି ଯାଉଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଯଦି ଘଣ୍ଟା ବନ୍ଦ ହୋଇଯାଏ ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ କାରଣ ତାହା ଆପଣଙ୍କ ଉନ୍ନତିକୁ ଅଟକାଇ ଦିଏ ।

ଘରେ ଝାଡୁ ପୋଛା ଲଗାଇବା ସମୟରେ ସର୍ବଦା ଫିଟିକିରି ଏବଂ ଲୁଣ ମିଶା ପାଣିରେ ଲଗାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘରେ ଭଙ୍ଗା ମୂର୍ତ୍ତି , ଛିଡ଼ି ଯାଇଥିବା ଝାଡୁ ଏବଂ ଛାତ ଉପରେ ଆବର୍ଜନା ଆଦି ରଖନ୍ତୁ ନାହିଁ । କବାଟ ଖୋଲିବା ବନ୍ଦ କରିବା ସମୟରେ ଶବ୍ଦ ହେଉଥିଲେ ତାହାକୁ ତୁରନ୍ତ ଠିକ କରି ଦିଅନ୍ତୁ ।

ଅଧିକ ସମୟ କାମରେ ନଲାଗି ପଡ଼ି ରହିଥିବା ଝାଡୁ କିମ୍ବା ଜୋତା ନକରାତ୍ମକତାକୁ ବଢ଼ାଇ ଥାଏ । ଘରେ ବ୍ୟବହାର ହେଉ ନଥିବା ପୋଷାକ ବାହାର କରି ଦିଅନ୍ତୁ ନଚେତ ଦଉଡ଼ି ଲଗାଇ ରଖନ୍ତୁ ମାତ୍ର ତାହାକୁ ପୁଟୁଳି କରି ରଖନ୍ତୁ ନାହିଁ । ଘର ଭିତର ସହିତ ବାହାରକୁ ମଧ୍ୟ ପରିଷ୍କାର ରଖନ୍ତୁ । ରାତିରେ ପାଣି ପାତ୍ରକୁ ଖୋଲା ରଖନ୍ତୁ ନାହିଁ । କେହି କିଛି ମାଗିବାକୁ ଆସିଲେ ରାତି ସମୟରେ ଦିଅନ୍ତୁ ନାହିଁ ।

ରାତିରେ ଦହି , କ୍ଷୀର , ପିଆଜ ରସୁଣ କାହାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଉନ୍ନତି ଅଟକି ଯାଏ । ଭଙ୍ଗା ପାନିଆ ବ୍ୟବହାର କରନ୍ତୁ ନାହିଁ । ଘରକୁ କେହି ଅତିଥି ଆସିଲେ ଅସମ୍ମାନ କରନ୍ତୁ ନାହିଁ । ସେ ଆପଣଙ୍କ ଶତ୍ରୁ ହୋଇଥିଲେ ବି ଭଲ ବ୍ୟବହାର କରନ୍ତୁ ଏବଂ ଅତିଥି ସତ୍କାର କରନ୍ତୁ । ସବୁବେଳେ ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ ।

ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ଚାଉଳ କାହାକୁ ଦିଅନ୍ତୁ ନାହିଁ । କାରଣ ଏହାଦ୍ବାରା ଲୋକେ ତନ୍ତ୍ର ମନ୍ତ୍ର କରିଥାନ୍ତି । ଏହାବ୍ୟତୀତ ଲୁଣ ମଧ୍ୟ ଦେବା ଉଚିତ ନୁହେଁ । ଯଦି ଆପଣ କାହାକୁ ଲୁଣ ଦେଉଛନ୍ତି ତେବେ ହାତକୁ ହାତ ଦିଅନ୍ତୁ ନାହିଁ । କାରଣ ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଟଙ୍କା ପଇସା ଧାର ମଧ୍ୟ ସନ୍ଧ୍ୟା ସମୟରେ ଦିଅନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *