Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ ଘରେ ଲଗାଇ ଦିଅନ୍ତୁ ଏହି ୧୦ ଟି ମଧ୍ୟରୁ ଗୋଟିଏ ଗଛ । ମାତା ଲକ୍ଷ୍ମୀ ରହିବେ ସ୍ଥାୟୀ ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବଙ୍କ ବ୍ୟତୀତ ଗଛ ଲତାର ମଧ୍ୟ ପୂଜା କରାଯାଇ ଥାଏ । ଏହିଦିନ ବୃକ୍ଷକୁ ଭାଙ୍ଗିବା ଅଶୁଭ ହୋଇଥାଏ । ମାତ୍ର ଏହିଦିନ ଯଦି ଆପଣ କିଛି ଗଛକୁ ଘରେ ଲଗାନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯାହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂରେଇ ଯାଇ ସକାରାତ୍ମକ ଶକ୍ତି ଉତ୍ପନ୍ନ ହେବ । ଶାସ୍ତ୍ରରେ କିଛି ଗଛର ରୋପଣ ବିଷୟରେ କୁହାଯାଇଛି ଯାହା ଆଜି ଆମେ ଆପଣଙ୍କୁ କହିବୁ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ବାସ କରିବେ । କାରଣ ମକର ସଂକ୍ରାନ୍ତି ପର୍ବ ନୂଆ ପ୍ରାରମ୍ଭ ଅନୁଯାୟୀ ହୋଇଥାଏ ।

ସ୍ବୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମକର ସଂକ୍ରାନ୍ତି ଅବସରରେ ଯଦି କିଛି ଗଛର ରୋପଣ ଘରେ କରାଯାଏ ତେବେ ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । କିଛି ଏପରି ଗଛ ରହିଛି ଯାହା ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକୁ ପୂଜା ନକଲେ ସବୁ ଧାର୍ମିକ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଗଛ ବିଷୟରେ ଜାଣିନେବା ।

୧ . ତୁଳସୀ ଗଛ:-

ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଯାହାକୁ ମକର ସଂକ୍ରାନ୍ତିରେ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ମକର ସଂକ୍ରାନ୍ତିରେ ଏହି ଗଛର ରୋପଣ କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ । ଏହାବ୍ୟତୀତ ଆପଣଙ୍କୁ ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ ।

୨ . ନିମ ଗଛ:-

ନିମ ଗଛ ଯେତେ ଚମତକାରୀ ଅଟେ ତାହା ସେତେ ପୂଜନୀୟ ମଧ୍ୟ ଅଟେ । ମାତା ଲକ୍ଷ୍ମୀଙ୍କୁ ନିମ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଯଦି କୌଣସି କାରଣ ବଶତଃ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଛନ୍ତି ତେବେ ନିମ ପତ୍ର ହିଁ ତାଙ୍କୁ ଶାନ୍ତ କରି ପାରିବ । ତେଣୁ ମକର ସଂକ୍ରାନ୍ତି ଦିନ ନିମ ଗଛ ନିହାତି ଲଗାଇବା ଉଛିତ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

୩ . ଲେମ୍ବୁ ଗଛ:-

ମାତା ଲକ୍ଷ୍ମୀଙ୍କ ପୂଜାରେ ଲେମ୍ବୁ ଲାଗିଥାଏ । ଲେମ୍ବୁ ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ । ତେଣୁ ଘର ସାମ୍ନାରେ ଲେମ୍ବୁ ଝୁଲାଇ ଦିଆଯାଇଥାଏ । ଯଦି ଘର ସାମ୍ନାରେ ଲେମ୍ବୁ ରଖାଯାଏ ତେବେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେନାହି । ମକର ସଂକ୍ରାନ୍ତିରେ ଘର ଅଗଣାରେ ଲେମ୍ବୁ ଗଛ ନିଶ୍ଚୟ ଲଗାନ୍ତୁ , ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ।

୪ . କଦଳୀ ଗଛ:-

କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଯେଉଁ ଘରେ ଏହି ଗଛ ଥାଏ , ସେହି ଘରେ କେବେ ଅକାଳ ମୃତ୍ୟୁ ହୋଇପାରେ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ କଦଳୀ ପତ୍ରରେ ଭୋଗ ଲଗାଇବା ଉଚିତ । ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୫ . ଅଶ୍ୱତ୍ଥ ବୃକ୍ଷ:-

ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରାଯାଇ ଥାଏ । ତେଣୁ ମକର ସଂକ୍ରାନ୍ତିରେ ଭଗବାନ ଅଶ୍ୱତ୍ଥ ବୃକ୍ଷର ପୂଜା କରାଯାଏ । ଏହିଦିନ ଯଦି ଆପଣ ଗାଉଁଲାରେ ଏକ ଛୋଟ ଅଶ୍ୱତ୍ଥ ଗଛ ଲଗାନ୍ତି ତେବେ ମାତା ଲକ୍ଷ୍ମୀ ଶରେ ସ୍ଥାୟୀ ରହନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *